ରାଜନୀତିରୁ ସନ୍ନ୍ୟାସ ନେବେ କି ମାୟାବତୀ: ଖୋଲିଲେ ସବୁ ଗୁମର
ଲକ୍ଷ୍ନୌ,୨୬।୮: ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦଳର ଜାତୀୟ କାର୍ଯ୍ୟର୍ନିବାହୀ ବୈଠକ ପୂର୍ବରୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ରାଜନୀତି ଛାଡିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ମାୟାବତୀ ପ୍ରତିକ୍ରିୟା ଦେଇଛନ୍ତି। ସେ ଏହି ସମସ୍ତ ଦାବିକୁ ଅସ୍ବୀକାର କରିଛନ୍ତି। ବିଏସପି ମୁଖ୍ୟ ସୋସିଆଲ ମିଡିଆ ସାଇଟରେ ଲେଖିଛନ୍ତି,ମୋର ସକ୍ରିୟ ରାଜନୀତିରୁ ଅବସର ନେବାର ପ୍ରଶ୍ନ ନାହିଁ। ଯେହେତୁ ଦଳ ମୋ ଅନୁପସ୍ଥିତିରେ କିମ୍ବା ଅସୁସ୍ଥତା […] The post ରାଜନୀତିରୁ ସନ୍ନ୍ୟାସ ନେବେ କି ମାୟାବତୀ: ଖୋଲିଲେ ସବୁ ଗୁମର appeared first on Dharitri Odia News.
ଲକ୍ଷ୍ନୌ,୨୬।୮: ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦଳର ଜାତୀୟ କାର୍ଯ୍ୟର୍ନିବାହୀ ବୈଠକ ପୂର୍ବରୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ରାଜନୀତି ଛାଡିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ମାୟାବତୀ ପ୍ରତିକ୍ରିୟା ଦେଇଛନ୍ତି। ସେ ଏହି ସମସ୍ତ ଦାବିକୁ ଅସ୍ବୀକାର କରିଛନ୍ତି।
ବିଏସପି ମୁଖ୍ୟ ସୋସିଆଲ ମିଡିଆ ସାଇଟରେ ଲେଖିଛନ୍ତି,ମୋର ସକ୍ରିୟ ରାଜନୀତିରୁ ଅବସର ନେବାର ପ୍ରଶ୍ନ ନାହିଁ। ଯେହେତୁ ଦଳ ମୋ ଅନୁପସ୍ଥିତିରେ କିମ୍ବା ଅସୁସ୍ଥତା ହେତୁ ବିଏଏସ୍ପିର ଉତ୍ତରାଧିକାରୀ ଭାବରେ ଆକାଶ ଆନନ୍ଦଙ୍କୁ ଆଗେଇ ନେଇଛି। ଏହାକୁ ନେଇ ଗଣମାଧ୍ୟମ ମିଥ୍ୟା ଖବର ପ୍ରଚାର କରୁଛି। ତେଣୁ ଲୋକମାନେ ସତର୍କ ରୁହନ୍ତୁ।
ମାୟାବତୀ ଲେଖିଛନ୍ତି ଯେ, ପୂର୍ବରୁ ମଧ୍ୟ ମୋର ରାଷ୍ଟ୍ରପତି ହେବାର ଗୁଜବ ଥିଲା, କିନ୍ତୁ ମାନ୍ୟବର କାଂଶିରାମ ଜୀ ମଧ୍ୟ ସମାନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ରାଷ୍ଟ୍ରପତି ହେବା ଅର୍ଥ ଦଳର ସକ୍ରିୟ ରାଜନୀତିରୁ ଅବସର ନେବା। ଯଦି ପାର୍ଟି ପାଇଁ ତାଙ୍କୁ ଏହା ଗ୍ରହଣୀୟ ନୁହେଁ, ତା’ହେଲେ ତାଙ୍କ ଶିଷ୍ୟ ଏହାକୁ ଗ୍ରହଣ କରିବେ।
ସୂଚନାଯୋଗ୍ୟ, ମାୟାବତୀଙ୍କ ପୂର୍ବରୁ କାଂଶିରାମ ଦଳର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ୧୮ ସେପ୍ଟେମ୍ବର ୨୦୦୩ରେ ମାୟାବତୀ ପ୍ରଥମ ଥର ପାଇଁ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ।
The post ରାଜନୀତିରୁ ସନ୍ନ୍ୟାସ ନେବେ କି ମାୟାବତୀ: ଖୋଲିଲେ ସବୁ ଗୁମର appeared first on Dharitri Odia News.