ରାଜନୀତିରୁ ସନ୍ୟାସ ପରେ ପାଣ୍ଡିଆନ ଏବେ କେଉଁଠି ରହିବେ, ହେଉଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୬: ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌। ରବିବାର ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିବା ସହ ହାତ ଯୋଡି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ ମାଗିଛନ୍ତି । ସେ କହିଛନ୍ତି, ‘ମୁଁ ଗୋଟିଏ ଛୋଟ ଗାଁ ଓ ଭଲ ପରିବାରରୁ ଆସିଛି। ସବୁବେଳେ ଲୋକଙ୍କ ପାଇଁ କାମ କରିଛି। ୧୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଯୋଗ ଦେଇଥିଲି। ନବୀନଙ୍କୁ ସହାୟତା କରିବାକୁ ରାଜନୀତିକୁ […] The post ରାଜନୀତିରୁ ସନ୍ୟାସ ପରେ ପାଣ୍ଡିଆନ ଏବେ କେଉଁଠି ରହିବେ, ହେଉଛି ଚର୍ଚ୍ଚା appeared first on Dharitri Odia News.

ରାଜନୀତିରୁ ସନ୍ୟାସ ପରେ ପାଣ୍ଡିଆନ ଏବେ କେଉଁଠି ରହିବେ, ହେଉଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୬: ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌। ରବିବାର ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିବା ସହ ହାତ ଯୋଡି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ ମାଗିଛନ୍ତି ।

ସେ କହିଛନ୍ତି, ‘ମୁଁ ଗୋଟିଏ ଛୋଟ ଗାଁ ଓ ଭଲ ପରିବାରରୁ ଆସିଛି। ସବୁବେଳେ ଲୋକଙ୍କ ପାଇଁ କାମ କରିଛି। ୧୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଯୋଗ ଦେଇଥିଲି। ନବୀନଙ୍କୁ ସହାୟତା କରିବାକୁ ରାଜନୀତିକୁ ଓହ୍ଲାଇଥିଲି। ମୁଖ୍ୟମନ୍ତ୍ରୀଙ୍କ ପାଖରେ କାମ କରି ଅନେକ କିଛି ଶିଖିଛି। ମହାପ୍ରଭୁଙ୍କ କୃପାରୁ ଲୋକସେବାରେ ସଫଳ ହୋଇଛି।

ପୈତୃକ ସମ୍ପତ୍ତି ଛଡ଼ା ଅନ୍ୟ କେଉଁଠି ସମ୍ପତ୍ତି ନାହିଁ। ଚାକିରିର ୨୪ ବର୍ଷ ପରେ ମଧ୍ୟ ସେତିକି ହିଁ ସମ୍ପତ୍ତି ଅଛି। ମୋ ପ୍ରଚାର ଯୋଗୁ ଯଦି ବିଜେଡିକୁ କ୍ଷତି ପହଞ୍ଚିଛି, ସେଥିପାଇଁ ଦୁଃଖିତ। ମେଣ୍ଟରଙ୍କୁ ସହାୟତା ପାଇଁ ମୁଁ ଅବସର ନେଇ ବିଜେଡିରେ ମିଶିଥିଲି। ମୋ ଗୁରୁ ନବୀନ, ମୋ ନିଶ୍ବାସରେ ନବୀନ ପଟ୍ଟନାୟକ ହିଁ ରହିବେ ବୋଲି ପାଣ୍ଡିଆନ କହିଛନ୍ତି।

ଏସବୁ ମଧ୍ୟରେ ଏବ ଚର୍ଚ୍ଚା ହେଉଛି ପାଣ୍ଡିଆନ ଏବେ ରହିବେ କେଉଁଠି। କରିବେ କ’ଣ। ଓଡ଼ିଶାରେ ରହିବେ ନା ତାମିଲନାଡୁ ପଳାଇବେ। ଏସବୁ ଚର୍ଚ୍ଚା ମଧ୍ୟରେ ପାଣ୍ଡିଆନ ଏହାକୁ ନେଇ କିଛି କହିନାହାନ୍ତି। ଅନ୍ୟପଟେ, ଆଜି ତାଙ୍କ ଭୁବନେଶ୍ୱର ୟୁନିଟ ୬ରେ ଥିବା କ୍ୱାର୍ଟର ନଂ ଭିଆଇଆର ୭ର ଆଗରେ କରାଯାଇଥିବା ବ୍ୟାରିକେଡକୁ ହଟାଇ ଦିଆଯାଇଛି। ବିଜେଡି ସରକାର କ୍ଷମତାରେ ଥିବାବେଳେ ପାଣ୍ଡିଆନଙ୍କ ବାସଭନବ କଡ଼ା ସୁରକ୍ଷା ବଳୟ ଭିତରେ ଥିଲା।

The post ରାଜନୀତିରୁ ସନ୍ୟାସ ପରେ ପାଣ୍ଡିଆନ ଏବେ କେଉଁଠି ରହିବେ, ହେଉଛି ଚର୍ଚ୍ଚା appeared first on Dharitri Odia News.