ରାଜନୈତିକ ରୁଟି ସେକିବାକୁ ନବୀନଙ୍କ ସାମ୍ପ୍ରଦାୟିକ ବୟାନବାଜି, କାହିଁକି ଏମିତି କହିଲେ ଏହି ଭାଜପା ନେତା
ଭୁବନେଶ୍ୱର,୧ା୧୦: ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛି ଭାଜପା। ଦଳ କହିଛି, ନବୀନଙ୍କ ବକ୍ତବ୍ୟରୁ ଜଣାପଡୁଛି ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି। ‘ଏକ୍ସ’ ଜରିଆରେ ଭାଜପା ପକ୍ଷରୁ ମୁଖପାତ୍ର ଅନିଲ ବିଶ୍ବାଳ ପ୍ରତିକ୍ରିୟା ଦେଇଛନ୍ତି। ‘ଏକ୍ସ’ ପୋଷ୍ଟରେ ସେ ଲେଖିଛନ୍ତି, ସେ ୨୪ ବର୍ଷ ଶାସନରେ ଥିଲେ, କନ୍ଧମାଳ ଦଙ୍ଗା ବେଳେ କିଏ ମୁଖ୍ୟମନ୍ତ୍ରୀ ଥିଲେ।? ୨୦୧୭ ଭଦ୍ରକ ଦଙ୍ଗା, ୨୦୨୧ ସମ୍ବଲପୁର ଅଶାନ୍ତ ବେଳେ କିଏ ଶାସନ କରୁଥିଲେ ବୋଲି କଡ଼ା […] The post ରାଜନୈତିକ ରୁଟି ସେକିବାକୁ ନବୀନଙ୍କ ସାମ୍ପ୍ରଦାୟିକ ବୟାନବାଜି, କାହିଁକି ଏମିତି କହିଲେ ଏହି ଭାଜପା ନେତା appeared first on Dharitri Odia News.
ଭୁବନେଶ୍ୱର,୧ା୧୦: ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛି ଭାଜପା। ଦଳ କହିଛି, ନବୀନଙ୍କ ବକ୍ତବ୍ୟରୁ ଜଣାପଡୁଛି ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି।
‘ଏକ୍ସ’ ଜରିଆରେ ଭାଜପା ପକ୍ଷରୁ ମୁଖପାତ୍ର ଅନିଲ ବିଶ୍ବାଳ ପ୍ରତିକ୍ରିୟା ଦେଇଛନ୍ତି। ‘ଏକ୍ସ’ ପୋଷ୍ଟରେ ସେ ଲେଖିଛନ୍ତି, ସେ ୨୪ ବର୍ଷ ଶାସନରେ ଥିଲେ, କନ୍ଧମାଳ ଦଙ୍ଗା ବେଳେ କିଏ ମୁଖ୍ୟମନ୍ତ୍ରୀ ଥିଲେ।? ୨୦୧୭ ଭଦ୍ରକ ଦଙ୍ଗା, ୨୦୨୧ ସମ୍ବଲପୁର ଅଶାନ୍ତ ବେଳେ କିଏ ଶାସନ କରୁଥିଲେ ବୋଲି କଡ଼ା ପ୍ରଶ୍ନ କରିଛନ୍ତି ଅନିଲ। ସେ କହିଛନ୍ତି, ନବୀନ ବାବୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ଥିଲେ କି ନାହିଁ ତାହା ସ୍ପଷ୍ଟ କରନ୍ତୁ। ରାଜନୈତିକ ରୁଟି ସେକିବାକୁ ନବୀନ ସାଂପ୍ରଦାୟିକ ବୟାନବାଜି କରିବା ନିନ୍ଦନୀୟ ବୋଲି ସେ କଡ଼ା ଆକ୍ଷେପ କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଭଦ୍ରକ ଦଙ୍ଗାରେ ଗିରଫ ଅଭିଯୁକ୍ତଙ୍କ ଫଟୋ ବିଜେଡି ବିଧାୟକଙ୍କ ସହ ରହିଛି। ଏଥିସହିତ କନ୍ଧମାଳ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ନବୀନ ରାଜ୍ୟ ସଭା ଏମ୍ପି ବି କରିଛନ୍ତି। ଏହା କଣ ନବୀନ ବାବୁଙ୍କ ସୁଶାସନର ପ୍ରତୀକ ବୋଲି ପ୍ରଶ୍ନ କରିଛି ଭାଜପା।
ସୂଚନାଯୋଗ୍ୟ, ନବୀନ ଏକ୍ସରେ ଲେଖିଥିଲେ, ଭଦ୍ରକ ଓ ସୋନପୁରର ସାଙ୍ଗଠନିକ ପଦାଧିକାରୀ ଏବଂ ନେତୃବୃନ୍ଦଙ୍କୁ ଭେଟିଲି। ତିନି ମାସରେ ୪ଥର ସାମ୍ପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି। ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଯୋଗଦାନ ସହ ଶାନ୍ତି ଓ ସଦଭାବ ପାଇଁ ସମସ୍ତେ କାମ କରିବାକୁ ଆହ୍ୱାନ ଦେଲି।
ଏହି କଥାକୁ ନେଇ ଭାଜପା ଆଜି ନବୀନଙ୍କୁ କଡ଼ା ଟାର୍ଗେଟ୍ କରିଛି।
The post ରାଜନୈତିକ ରୁଟି ସେକିବାକୁ ନବୀନଙ୍କ ସାମ୍ପ୍ରଦାୟିକ ବୟାନବାଜି, କାହିଁକି ଏମିତି କହିଲେ ଏହି ଭାଜପା ନେତା appeared first on Dharitri Odia News.