ରାଜରାସ୍ତାରେ ବେସରକାରୀ ଅଧ୍ୟାପକଙ୍କ ବିଶାଳ ରାଲି

ଭୁବନେଶ୍ୱର : ରାଜରାସ୍ତାରେ ଗର୍ଜିଲେ ବେସରକାରୀ ଅଧ୍ୟାପକ I ମାଷ୍ଟରକ୍ୟାଣ୍ଟନ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଆନ୍ଦୋଳନ କରିଛନ୍ତି ୬୬୨ବର୍ଗ କଲେଜ ସଂଘର ହଜାର ହଜାର ଅଧ୍ୟାପକ ଓ କର୍ମଚାରୀ । ସଂଘର କର୍ମକର୍ତ୍ତା ମାନେ ପିଏମଜି ଛକ ଦେଇ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ଦୀର୍ଘ ୩୫୮ ଦିନ ହେବ ରାଜରାସ୍ତାରେ ଅହୋରାତ୍ର ଆନ୍ଦୋଳନ କରିଥିଲେ ମଧ୍ୟ ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ଏପର୍ଯ୍ୟନ୍ତ ଗୋଟିଏ ବି ଦାବି ପୂରଣ କରିନାହାନ୍ତି […]

ରାଜରାସ୍ତାରେ ବେସରକାରୀ ଅଧ୍ୟାପକଙ୍କ ବିଶାଳ ରାଲି
ରାଜରାସ୍ତାରେ ବେସରକାରୀ ଅଧ୍ୟାପକଙ୍କ ବିଶାଳ ରାଲି

ଭୁବନେଶ୍ୱର : ରାଜରାସ୍ତାରେ ଗର୍ଜିଲେ ବେସରକାରୀ ଅଧ୍ୟାପକ I ମାଷ୍ଟରକ୍ୟାଣ୍ଟନ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଆନ୍ଦୋଳନ କରିଛନ୍ତି ୬୬୨ବର୍ଗ କଲେଜ ସଂଘର ହଜାର ହଜାର ଅଧ୍ୟାପକ ଓ କର୍ମଚାରୀ । ସଂଘର କର୍ମକର୍ତ୍ତା ମାନେ ପିଏମଜି ଛକ ଦେଇ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ଦୀର୍ଘ ୩୫୮ ଦିନ ହେବ ରାଜରାସ୍ତାରେ ଅହୋରାତ୍ର ଆନ୍ଦୋଳନ କରିଥିଲେ ମଧ୍ୟ ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ଏପର୍ଯ୍ୟନ୍ତ ଗୋଟିଏ ବି ଦାବି ପୂରଣ କରିନାହାନ୍ତି । ସମାନ ଦରମାକୁ ସମାନ ଗ୍ରେଡ୍ ପେ ଦରମା ଦାବିରେ ଧାରଣା ଦେଇଛନ୍ତି ବେସରକାରୀ ଅଧ୍ୟାପକ । ଦାବି ପୂରଣ ନହେଲେ +୨ ପରୀକ୍ଷାରେ ଅସହଯୋଗ ପାଇଁ ଚେତାବନୀ ଦେଇଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ। ତେବେ ମାସ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ବି ତାଙ୍କ କଥା କେହି ଶୁଣୁନଥିବାରୁ ଆଜି ହଠାତ୍ ଗାନ୍ଧିମାର୍ଗରେ ଗର୍ଜନ କରୁଛନ୍ତି। ସରକାରଙ୍କ କାଳକ୍ଷେପଣ ଓ ଶିକ୍ଷକ ମାରଣ ନୀତିକୁ ବରଦାସ୍ତ କରାଯିବନି । ଏଥିପାଇଁ ଫେବୃୟାରୀ ୫ତାରିଖରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସମସ୍ତ କଲେଜ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି । ଦାବି ପୂରଣ ପାଇଁ ସମସ୍ତ କର୍ମଚାରୀ ମାନେ ଲୋୟର ପିଏମଜିରେ ବସି ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି