ରାଜସ୍ଥାନରେ ବିଜେପିର ମୁସଲିମ୍ ନେତା ୟାସିନ୍ ଖାନଙ୍କୁ ନୃଶଂସ ହତ୍ୟା
ଅଲୱର ୧୨।୭: ରାଜସ୍ଥାନ ଅଲୱରରେ ବିଜେପି ମୁସ୍ଲିମ ନେତାଙ୍କୁ ବିଚ୍ ସଡ଼କରେ ହତ୍ୟା କରାଯାଇଛି। ବିଜେପି ନେତା ୟାସିନ ଖାନ ଜୟପୁର ଯାଉଥିବା ବେଳେ ଦୁର୍ବୃର୍ତ୍ତ ତାଙ୍କୁ ଠେଙ୍ଗାବାଡି ଓ ହାତୁଡିରେ ଆକ୍ରମଣ କରିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। କୁହାଯାଉଛି ଆକ୍ରମଣକାରୀମାନେ ଓଭରଟେକ୍ କରି ୟାସିନଙ୍କ ଗାଡ଼ିକୁ ଅଟକାଇଥିଲେ। ମୃତ୍ୟୁ ପୂର୍ବରୁ ବିଜେପି ନେତା ଘଟଣା ସମ୍ପର୍କରେ ପୋଲିସକୁ ମଧ୍ୟ ସୂଚିତ କରିଥିଲେ। ଅଲୱରରୁ ଜୟପୁର ରାସ୍ତାର ନାରାୟଣ ପୁରର ବିଜୟପୁରା ଗ୍ରାମ ନିକଟରେ ତାଙ୍କ ଗାଡିର ଆଗ ଓ ପଛରେ ଗାଡି ଲଗାଇ ୧୨ରୁ ଅଧିକ ଦୁର୍ବୃର୍ତ୍ତ ୟାସିନଙ୍କ ଉପରେ ଆକ୍ରମଣ କରିଥିଲେ। ହସ୍ପିଟାଲ ଯାଉଥିବା ବେଳେ ବିଜେପି ନେତା କଳା ରଙ୍ଗର ଥାର ଓ ସ୍କୋର୍ପିୟୋରେ ଦୁର୍ବୃର୍ତ୍ତ ଆସିଥିଲେ ବୋଲି ସେ ପୋଲିସକୁ କହିଛନ୍ତି। ମାମଲାର ସୂଚନା ପାଇ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ ଓ ଦୁର୍ବୃର୍ତ୍ତଙ୍କୁ ଧରିବା ପାଇଁ ନାକାବନ୍ଦୀ କରିଥିଲେ। ମାମଲାର ପ୍ରାରମ୍ଭିତ ତଦନ୍ତରୁ ପୁରୁଣା ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିଲା ବୋଲି ଜଣାପଡିଛି। କୁହାଯାଉଛି ଗାଁରେ ୟାସିନଙ୍କ କିଛି ଲୋକଙ୍କ ସହିତ ଶତ୍ରୁତା ଥିଲା। ବିଜେପି ନେତା ୟାସିନ ଖାନ ଜିଲ୍ଲା ଯୁବ କୁସ୍ତି ସଙ୍ଗଠନର ଅଧ୍ୟକ୍ଷ ମଧ୍ୟ ଥିଲେ। ସେ ନ୍ୟୁ ଅଲୱର ବାହିନୀ ବିକାଶ ସମିତି ଓ ଅଲ ଇଣ୍ଡିଆ ମିଲ୍ଲି କାଉନସିଲର ସହର ଅ
ଅଲୱର ୧୨।୭: ରାଜସ୍ଥାନ ଅଲୱରରେ ବିଜେପି ମୁସ୍ଲିମ ନେତାଙ୍କୁ ବିଚ୍ ସଡ଼କରେ ହତ୍ୟା କରାଯାଇଛି। ବିଜେପି ନେତା ୟାସିନ ଖାନ ଜୟପୁର ଯାଉଥିବା ବେଳେ ଦୁର୍ବୃର୍ତ୍ତ ତାଙ୍କୁ ଠେଙ୍ଗାବାଡି ଓ ହାତୁଡିରେ ଆକ୍ରମଣ କରିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। କୁହାଯାଉଛି ଆକ୍ରମଣକାରୀମାନେ ଓଭରଟେକ୍ କରି ୟାସିନଙ୍କ ଗାଡ଼ିକୁ ଅଟକାଇଥିଲେ। ମୃତ୍ୟୁ ପୂର୍ବରୁ ବିଜେପି ନେତା ଘଟଣା ସମ୍ପର୍କରେ ପୋଲିସକୁ ମଧ୍ୟ ସୂଚିତ କରିଥିଲେ।
ଅଲୱରରୁ ଜୟପୁର ରାସ୍ତାର ନାରାୟଣ ପୁରର ବିଜୟପୁରା ଗ୍ରାମ ନିକଟରେ ତାଙ୍କ ଗାଡିର ଆଗ ଓ ପଛରେ ଗାଡି ଲଗାଇ ୧୨ରୁ ଅଧିକ ଦୁର୍ବୃର୍ତ୍ତ ୟାସିନଙ୍କ ଉପରେ ଆକ୍ରମଣ କରିଥିଲେ। ହସ୍ପିଟାଲ ଯାଉଥିବା ବେଳେ ବିଜେପି ନେତା କଳା ରଙ୍ଗର ଥାର ଓ ସ୍କୋର୍ପିୟୋରେ ଦୁର୍ବୃର୍ତ୍ତ ଆସିଥିଲେ ବୋଲି ସେ ପୋଲିସକୁ କହିଛନ୍ତି। ମାମଲାର ସୂଚନା ପାଇ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ ଓ ଦୁର୍ବୃର୍ତ୍ତଙ୍କୁ ଧରିବା ପାଇଁ ନାକାବନ୍ଦୀ କରିଥିଲେ।
ମାମଲାର ପ୍ରାରମ୍ଭିତ ତଦନ୍ତରୁ ପୁରୁଣା ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିଲା ବୋଲି ଜଣାପଡିଛି। କୁହାଯାଉଛି ଗାଁରେ ୟାସିନଙ୍କ କିଛି ଲୋକଙ୍କ ସହିତ ଶତ୍ରୁତା ଥିଲା। ବିଜେପି ନେତା ୟାସିନ ଖାନ ଜିଲ୍ଲା ଯୁବ କୁସ୍ତି ସଙ୍ଗଠନର ଅଧ୍ୟକ୍ଷ ମଧ୍ୟ ଥିଲେ। ସେ ନ୍ୟୁ ଅଲୱର ବାହିନୀ ବିକାଶ ସମିତି ଓ ଅଲ ଇଣ୍ଡିଆ ମିଲ୍ଲି କାଉନସିଲର ସହର ଅଧ୍ୟକ୍ଷ ମଧ୍ୟ ଥିଲେ। ଅଲୱର ବିଜେପିର ମୁଖ୍ୟ ସଂଖ୍ୟାଲଘୁ ନେତାଙ୍କ ମଧ୍ୟରେ ସେ ପରିଗଣିତ ହେଉଥିଲେ। ସେ ସଂଖ୍ୟା ଲଘୁ ସମୂଦାୟଙ୍କ ମଧ୍ୟରେ ବିଜେପିକୁ ମଜଭୁତ କରିବା ମିସନରେ କାମ କରୁଥିଲେ।