ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: ବଦଳିବ ରେରା, ଓଡିଏ, ଆପାର୍ଟମେଣ୍ଟ ମାଲିକାନା ଆଇନ

ଭୁବନେଶ୍ୱର:  ଆପାର୍ଟମେଣ୍ଟ କିଣାବିକା ବାଟ ସୁଗମ ପାଇଁ ପ୍ରୟାସ। ଘରବାଡ଼ିର ଆଂଶିକ ପ୍ଲଟ ବିକ୍ରି ପାଇଁ ବି ଫିଟିବ ବାଟ।... The post ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: ବଦଳିବ ରେରା, ଓଡିଏ, ଆପାର୍ଟମେଣ୍ଟ ମାଲିକାନା ଆଇନ appeared first on .

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: ବଦଳିବ ରେରା, ଓଡିଏ, ଆପାର୍ଟମେଣ୍ଟ ମାଲିକାନା ଆଇନ

ଭୁବନେଶ୍ୱର:  ଆପାର୍ଟମେଣ୍ଟ କିଣାବିକା ବାଟ ସୁଗମ ପାଇଁ ପ୍ରୟାସ। ଘରବାଡ଼ିର ଆଂଶିକ ପ୍ଲଟ ବିକ୍ରି ପାଇଁ ବି ଫିଟିବ ବାଟ। ଓଡ଼ିଶା ଡେଭେଲପମେଣ୍ଟ ଆକ୍ଟ ଓ ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟରେ ସଂଶୋଧନ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସଙ୍କେତ। କେନ୍ଦ୍ରୀୟ ଆଇନ ରେରା ଆକ୍ଟରେ ବି ସଂଶୋଧନ କରିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ। ହେଲେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରେରା ଆକ୍ଟିଭିଷ୍ଟ। କ୍ରେତାଙ୍କ ସ୍ବାର୍ଥକୁ ନଜରରେ ରଖି ଆସିଥିବା ଆଇନରେ ପରିବର୍ତ୍ତନ କାହା ସ୍ବାର୍ଥରେ? କ୍ରେତାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ ଆଣିଥିଲା। ଏବେ ରାଜ୍ୟର ସହରାଞ୍ଚଳରେ ଚାଷଜମି ମୂଳ ପ୍ଲଟରୁ ଆଂଶିକ କିଣାବିକାରେ କୌଣସି ପ୍ରତିବନ୍ଧକ ନାହିଁ। ଘରବାଡ଼ି ପ୍ଲଟର ଆଂଶିକ ବିକ୍ରି ପାଇଁ ଲେ-ଆଉଟ ପ୍ଲାନ ବାଧ୍ୟତାମୂଳକ କରାଯାଇଛି। ଆପାର୍ଟମେଣ୍ଟ କିଣାବିକା ପାଇଁ ଜରୁରୀ ଅକୁପାନ୍ସି ସାର୍ଟିଫିକେଟ୍। ବିଲଡର, ଡେଭେଲପମେଣ୍ଟ ଅଥରିଟି ଏସବୁ କ୍ରେତାଙ୍କୁ ଦେବା କଥା। ହେଲେ ସେମିତି ହେଉନାହିଁ। ଏବେ ଆଇନ ବଦଳାଇବା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ବିବୃତିକୁ କ୍ରେତା ସଂଘ ନାପସନ୍ଦ କରିଛି।

ରେରା ଆକ୍ଟ ଏକ କେନ୍ଦ୍ରୀୟ ଆଇନ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ବଦଳାଇବା ସମ୍ଭବ ନୁହେଁ। ଓଡିଏ ଏବଂ ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟରେ ପରିବର୍ତ୍ତନ କରିବାର କ୍ଷମତା ରାଜ୍ୟ ସରକାରଙ୍କ ପାଖରେ ଥିଲେ ବି ଆଇନ ପରିବର୍ତ୍ତନ କାହା ପାଇଁ? କ୍ରେତାଙ୍କ ସୁରକ୍ଷା ପାଇଁ ନା ବିଲଡ଼ରଙ୍କ ସ୍ବାର୍ଥ ପାଇଁ? ଘର କିଣିବା ପୂର୍ବରୁ ଓଡିଏରେ ଅକୁପାନ୍ସ ସାର୍ଟିଫିକେଟ ଓ ଆପାର୍ଟମେଣ୍ଟ ମାଲିକାନା ଆଇନରେ ମାଲିକ ସଂଘକୁ କମନ ଏରିଆ ଟ୍ରାନ୍ସଫର ବାଧ୍ୟତାମୂଳକ କରାଯାଇଛି। ହେଲେ ଏଥିରେ ଅନେକ ଦ୍ବନ୍ଦ ଥିବାରୁ କିଣାବିକା ହୋଇପାରୁନାହିଁ ବୋଲି ଯୁକ୍ତି ବାଢିଛନ୍ତି ବିଲଡର। ଏଥିରେ ସୁଧାର ପାଇଁ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛି କ୍ରେଡାଇ। ଏହାପରେ ଆଇନ ସଂଶୋଧନ କରିବା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସଙ୍କେତକୁ ସ୍ବାଗତ କରିଛନ୍ତି ବିଲଡର।

ଆପାର୍ଟମେଣ୍ଟ ମାଲିକ ସଂଘକୁ କମନ ଏରିଆ ଟ୍ରାନ୍ସଫର କରିବା ପାଇଁ ପଞ୍ଜୀକରଣ ଦେୟ କିଏ ଦେବ, ତାକୁ ନେଇ ଟଣାଓଟରା ଚାଲିଛି। ଆଇନରେ ସଂଶୋଧନ କରି ପଞ୍ଜୀକରଣ ଦେୟକୁ ୭ ପ୍ରତିଶତରୁ କମାଇବା ପାଇଁ ପ୍ରୟାସ ହେଉଛି। ହେଲେ କ୍ରେତାଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ୨୦୧୬ରେ ଆଣିଥିବା ରେରା ଆଇନକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କ୍ରେତାଙ୍କ ସ୍ବାର୍ଥକୁ କେତେ ସୁରକ୍ଷା ଦେବ, ତାକୁ ନେଇ ଉଠିଛି ପ୍ରଶ୍ନ।

The post ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: ବଦଳିବ ରେରା, ଓଡିଏ, ଆପାର୍ଟମେଣ୍ଟ ମାଲିକାନା ଆଇନ appeared first on .