ରାଜସ୍ୱ ମନ୍ତ୍ରୀଙ୍କୁ ସଠିକ ସୂଚନା ଜଣାନାହିଁ, ମନଇଛା ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ପ୍ରଣବ ପ୍ରକାଶ
ଭୁବନେଶ୍ବର : ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ଦେଇଥିବା ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ ଏଥିରେ କୈାଣସି ଅସଙ୍ଗତି ନାହିଁ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ। ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି ‘‘ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ […]

ଭୁବନେଶ୍ବର : ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ଦେଇଥିବା ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ ଏଥିରେ କୈାଣସି ଅସଙ୍ଗତି ନାହିଁ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ।
ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି ‘‘ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ ଏଥିରେ କୈାଣସି ଅସଙ୍ଗତି ନାହିଁ । ରାଜସ୍ୱ ମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି, ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ ହୋଇଥିଲା, ସେହି ସମାନ ନିଷ୍ପତ୍ତି ବଳରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ପ୍ରଦାନ କରାଯାଇଥିଲା । ଜମି ଆବଣ୍ଟନ ପାଇଁ ବିଧି ଅନୁଯାୟୀ ବିଜେଡି ଆବେଦନ କରିଥିଲା ଏବଂ ସରକାରୀ ସ୍ତରରେ ଯାହା ନିର୍ଦ୍ଦେଶ ଦିଆଯାଇଥିଲା, ତାକୁ ଅନୁପାଳନ ମଧ୍ୟ କରିଥିଲା । ଏଥିରେ କୈାଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନାହିଁ । ନୂଆ ମନ୍ତ୍ରୀ ହୋଇଥିବା ଶ୍ରୀ ପୂଜାରୀ ସମସ୍ତ ତଥ୍ୟ ସଂକ୍ରାନ୍ତରେ ଅବଗତ ନ’ହୋଇ ଗଣମାଧ୍ୟମ ସାମ୍ନାକୁ ଆସି ମନଇଛା ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାରୀ ନିଷ୍ପତ୍ତି ଅନୁଯାୟୀ ଅତ୍ୟନ୍ତ ସ୍ୱଛତାର ସହ ବିଜେଡି ସମସ୍ତ କାର୍ଯ୍ୟ କରିଛି।’’
ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ ଏଥିରେ କୈାଣସି ଅସଙ୍ଗତି ନାହିଁ । ରାଜସ୍ୱ ମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି, ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ ହୋଇଥିଲା, ସେହି ସମାନ ନିଷ୍ପତ୍ତି ବଳରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ…
— Pranab Prakash Das (@pranabpdas) July 20, 2024
ସେପଟେ ଏହି ପ୍ରସଙ୍ଗରେ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ମୁଖପାତ୍ର ଦେବୀ ମିଶ୍ର କହିଛନ୍ତି ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ଯେଉଁ ଜମି ଉପରେ ନିର୍ମାଣ ହୋଇଛି, ତାହା ସମ୍ପୂର୍ଣ୍ଣ ଆଇନ ସମ୍ମତ ଭାବେ ବିଜୁ ଜନତା ଦଳକୁ ଆବଣ୍ଟନ କରାଯାଇଥିଲା। ଏହି ଆବଣ୍ଟନ ବେଞ୍ଚ ମାର୍କ ଭ୍ୟାଲୁ ଆଇନ ଆଧାରରେ କରାଯାଇଛି । ମୌଜା-ଗଙ୍ଗନଗର, ୟୁନିଟ୍ ୬, ତହସିଲ-ଭୁବନେଶ୍ୱର, ଖାତା ନମ୍ୱର ୧୧୨, ପ୍ଲଟ ନମ୍ବର ୭୯୭ ପାର୍ଟ, ୭୯୮ ପାର୍ଟ, ୮୦୦, ୭୯୭/୮୪୯ରେ ଥିବା ପ୍ଲଟଗୁଡ଼ିକୁ କମ୍ପାକ୍ଟ ପାର୍ସଲରେ ପଟ୍ଟା ଦିଆଯାଇଛି। ଗଙ୍ଗନଗରର ଅଞ୍ଚଳର ୨୦୨୧ ମସିହାର ବେଞ୍ଚ ମାର୍କ ଭ୍ୟାଲୁ ଅନୁସାରେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ କରାଯାଇଥିବା ପରିମାଣକୁ ବିଜେଡ଼ି ଦ୍ୱାରା ପୈଠ କରାଯାଇଥିଲା।
ବିଜେଡ଼ିକୁ ପ୍ରଦାନ କରାଯାଇଥିବା ଦୁଇଟି କ୍ୱାର୍ଟର ଭିତରେ କଞ୍ଜରଭାନ୍ସି ଲେନ୍ ବା ଉପଗଳିକୁ ଓଜିଏଲ୍ଏସ୍ ରୁଲ ୮ ଉପଧାରା ୪ ଅନୁଯାୟୀ ଇନଷ୍ଟିଚ୍ୟୁସନାଲ ରେସିଡେନ୍ସି ନିୟମରେ ଆବଣ୍ଟନ କରାଯାଇଛି। ଏହି ଦୃଷ୍ଟିରୁ ଦୁଇଟି କ୍ୱାର୍ଟର ମଝିରେ ଥିବା ଉପଗଳିକୁ ସଡ଼କ ବୋଲି ରାଜସ୍ୱ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ୍। ରାଜସ୍ୱ ମନ୍ତ୍ରୀଙ୍କୁ ବୋଧେ ସଠିକ ତଥ୍ୟ ଅବଗତ କରାଯାଇ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।