ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି
ଛତ୍ରପୁର, ୨୫।୩(ଦିଲ୍ଲୀପ ସାମଲ): ଛତ୍ରପୁର ଠାରେ ଖଲ୍ଲିକୋଟ ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିମନ୍ତେ ଦାବୀ ହୋଇଛି,ଏନେଇ ଖଲିକୋଟସ୍ଥିତ ଏ.ପି.ଜେ. ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି ଅନୁରୋଧ କରିଛନ୍ତି, ଓଡ଼ିଶାର ଅନ୍ୟତମ ବରପୁତ୍ର ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ କଣ୍ଠଧାର ହେଉଛନ୍ତି ଖଲ୍ଲିକୋଟ ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ତାଙ୍କର ତ୍ୟାଗ, […] The post ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି appeared first on Dharitri Odia News.
ଛତ୍ରପୁର, ୨୫।୩(ଦିଲ୍ଲୀପ ସାମଲ): ଛତ୍ରପୁର ଠାରେ ଖଲ୍ଲିକୋଟ ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିମନ୍ତେ ଦାବୀ ହୋଇଛି,ଏନେଇ ଖଲିକୋଟସ୍ଥିତ ଏ.ପି.ଜେ. ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି ଅନୁରୋଧ କରିଛନ୍ତି,
ଓଡ଼ିଶାର ଅନ୍ୟତମ ବରପୁତ୍ର ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ କଣ୍ଠଧାର ହେଉଛନ୍ତି ଖଲ୍ଲିକୋଟ ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ତାଙ୍କର ତ୍ୟାଗ, ଅବଦାନ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅବିସ୍ମରଣୀୟ । ଏହା ସହ ଗଂଜାମ ଜିଲ୍ଲାରେ ବହୁ ଶିକ୍ଷାନୁଷ୍ଠାନ ନିର୍ମାଣ କରିବା ସହ ଶିକ୍ଷାର ବିକାଶ ଦିଗରେ ତାଙ୍କର ଅବଦାନ ଅତୁଳନୀୟ ।
ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଏବଂ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସଂପର୍କରେ ଇଂଲଣ୍ଡର ଗୋଲଟେବୁଲ ବୈଠକରେ ଯୋଗଦେଇ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଯାହା ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇପାରିଥିଲା । ସେ ୧୯୨୨ ମସିହାରୁ ୧୯୩୭ ମସିହା ପର୍ଯ୍ୟନ୍ତ ଗଂଜାମ ଜିଲ୍ଲା ବୋର୍ଡ଼ ସଭାପତି ରହି ଋଷିକୁଲ୍ୟା, ଘୋଡ଼ାହାଡ଼, ବଡ଼ନଦୀ, ବାହୁଦା, ବଂଶଧାରା, ମହେନ୍ଦ୍ରତନୟା ପ୍ରଭୃତି ନଦୀର ସେତୁ ନିର୍ମାଣ କରାଇ ସୁଖ୍ୟାତି ଅର୍ଜନ କରିଥିଲେ। ବହୁବାର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଭାବରେ ସଫଳତାର ସହ ଦାୟିତ୍ୱ ବହନ କରିଥିଲ, ଏହିଭଳି ଜଣେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଗଂଜାମ ଜିଲାର ସଦରମହକୁମା ଛତ୍ରପୁର ଠାରେ ସ୍ଥାପନ କରାଯିବା ପୂଜ୍ୟପୂଜାର ସାର୍ଥକ ଉଦାହରଣ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
The post ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି appeared first on Dharitri Odia News.