ରାଜୁ ମଣ୍ଡଳ ଗିରଫ ମାମଲାରେ ଟ୍ୱିଷ୍ଟ, ପରିବାର ଆଣିଲା ନିଖୋଜ ଅଭିଯୋଗ

ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ପଶ୍ଚିମବଙ୍ଗର ଏକ ଥାନାରେ ଅଭିଯୋଗ କଲେ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୁଲିସ ।

ରାଜୁ ମଣ୍ଡଳ ଗିରଫ ମାମଲାରେ ଟ୍ୱିଷ୍ଟ, ପରିବାର ଆଣିଲା ନିଖୋଜ ଅଭିଯୋଗ

ଭୁବନେଶ୍ୱର, କଟକ ପରେ ରାଞ୍ଚିରେ ବି ସିମ୍‌ ବକ୍ସ ନେଟୱର୍କ ବିଛା ଯାଇଥିବା ମାମଲା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ଆଶାଦ୍ଦୁର ଏବେବି ଫେରାର ଥିବା ବେଳେ ପୁଲିସ୍‌ ରାଜୁ ମଣ୍ଡଳ ନାମକ ବଙ୍ଗୀୟ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି। ତେବେ ରାଜୁ ଗିରଫ ଘଟଣାରେ ଆସିଛି ଟ୍ୱିଷ୍ଟ।

ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ପଶ୍ଚିମବଙ୍ଗର ଏକ ଥାନାରେ ଅଭିଯୋଗ କଲେ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୁଲିସ । ରାଜୁର ଲାଷ୍ଟ ଲୋକେଶନ୍ ଲକ୍ଷ୍ମୀସାଗର ଥାନା ଦେଖାଇଥିଲା।

ଲକ୍ଷ୍ମୀସାଗର ଥାନା ପୁଲିସ ସହ ପଶ୍ଚିମବଙ୍ଗ ପୁଲିସ କଥା ହେବା ପରେ ପରିବାର ଲୋକ ରାଜୁ ଗିରଫ ହେବା ନେଇ ସୂଚନା ପାଇଥିଲେ । ଗିରଫ ସୂଚନା ପାଇବା ପରେ ରାଜୁ ମଣ୍ଡଳ ପରିବାର ଲୋକ ଓକିଲ ସହ ଲକ୍ଷ୍ମୀସାଗର ଥାନାରେ ଆସି ପହଞ୍ଚିଥିଲେ ।

ରାଜୁର ଗିରଫ ସମ୍ପର୍କୀତ ସବୁ ତଥ୍ୟ ଲକ୍ଷ୍ମୀସାଗର ଥାନା ପୁଲିସ ପରିବାରବର୍ଗଙ୍କୁ ଦେଇଥିଲା । ଏଥି ସହ ପରିବାର ଲୋକଙ୍କୁ ମଧ୍ୟ ରାଜୁ ସମ୍ପର୍କରେ ଅଧିକ ପଚରଉଚରା କରୁଛି ଲକ୍ଷ୍ମୀସାଗର ଥାନା ପୁଲିସ୍‌।

। କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଆଗରେ ସିମ୍‌ ବକ୍ସ ଆଣିବା ଠାରୁ ଲଗାଇବା ଯାଏଁ ସବୁ ଗୁମର ଖୋଲିଛି ରାଜୁ ମଣ୍ଡଳ। ଝାଡଖଣ୍ଡର ରାଞ୍ଚିର ମୌଲାନା ଆଜାଦ କଲୋନୀ ଗଳି ନମ୍ବର- ୧୫ରେ ଥିବା ୪ ମହଲା କୋଠାର ଉପର ମହଲାରେ ଲାଗିଥିଲା ସିମ୍‌ ବକ୍ସ। ଗୋଟିଏ କି ଦୁଇଟି ନୁହେଁ, ପାଞ୍ଚ ପାଞ୍ଚଟି ସିମ୍‌ ବକ୍ସ ଲାଗିଥିଲା। ଏହା ପୂର୍ବରୁ ଭୁବନେଶ୍ୱର ଓ କଟକରୁ ବି ଜବତ ହୋଇଛି ସିମ୍‌ ବକ୍ସ ।

ସିମ୍‌ ବକ୍ସ ଅପରେଟିଂ ଜାରି ରହିଥିବାରୁ ଦେଶଦ୍ରୋହ ରଚାଯିବା ନେଇ ଆଶଙ୍କା କରିଛି ଓଡ଼ିଶା ଓ ଝାଡଖଣ୍ଡ ପୁଲିସ ସହ ତଦନ୍ତରେ ସାମିଲ ଥିବା ରିଜର୍ଭ ବାଟାଲିୟନ୍। ଜନଗହଳି ଅଂଚଳରେ ଏଭଳି ବେଆଇନ୍ କାର୍ଯ୍ୟକଳାପ ଚାଲିଥିଲେ ମଧ୍ୟ ପାଖ ପଡୋଶୀ ଏହାର ଗନ୍ଧ ବାରିପାରିନଥିବା କହିଛନ୍ତି।

ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୁଲିସ।