ରାଜେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ, ଥାନାରେ ଏତଲା

ଖୋର୍ଦ୍ଧା, ୫ା୧୦(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଖୋର୍ଦ୍ଧା ମାଟିର ଅସମ୍ମାନ ହେବା ଭଳି ଅପଶବ୍ଦ କହିବାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଖୋର୍ଦ୍ଧା ସ୍ବାଭିମାନ ମଞ୍ଚ ଏହାର ତୀବ୍ର ବିରୋଧ କରିଛି। ବୁଧବାର ସନ୍ଧ୍ୟାରେ ମଞ୍ଚର ଶତାଧିକ କର୍ମୀ ନୂଆବସ୍‌ଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ସମବାୟ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉଲ୍ଲେଖ ରହିଛି ଯେ, […] The post ରାଜେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ, ଥାନାରେ ଏତଲା appeared first on Dharitri Odia News.

ରାଜେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ, ଥାନାରେ ଏତଲା

ଖୋର୍ଦ୍ଧା, ୫ା୧୦(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଖୋର୍ଦ୍ଧା ମାଟିର ଅସମ୍ମାନ ହେବା ଭଳି ଅପଶବ୍ଦ କହିବାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଖୋର୍ଦ୍ଧା ସ୍ବାଭିମାନ ମଞ୍ଚ ଏହାର ତୀବ୍ର ବିରୋଧ କରିଛି। ବୁଧବାର ସନ୍ଧ୍ୟାରେ ମଞ୍ଚର ଶତାଧିକ କର୍ମୀ ନୂଆବସ୍‌ଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ସମବାୟ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଉଲ୍ଲେଖ ରହିଛି ଯେ, ଗତ ନିର୍ବାଚନରେ ନିଜର ପରାଜୟ ପାଇଁ ରାଜେନ୍ଦ୍ର ଖୋର୍ଦ୍ଧା ଜନସାଧାରଣଙ୍କୁ ଦାୟୀ କରିବା ଆଳରେ ମାଟି ସମ୍ପର୍କରେ ଏକ ଅପଶବ୍ଦ (ଚରଣ….) ବ୍ୟବହାର କରି ଖୋର୍ଦ୍ଧାବାସୀଙ୍କୁ ନମକ ହାରାମ (ବିଶ୍ୱାସଘାତକ) ଭଳି ଅଭିହିତ କରିଛନ୍ତି। ପାଇକ ମାଟିକୁ ସେ ତାତ୍ସଲ୍ୟ କରିଛନ୍ତି। ଭାରତର ଶେଷ ସ୍ବାଧୀନ ଦୁର୍ଗ ଏବଂ ବ୍ରିଟିଶ ବିରୋଧରେ ସଶସ୍ତ୍ର ସଂଗ୍ରାମ ପାଇଁ ଦେଶରେ ପରିଚିତ ଖୋର୍ଦ୍ଧା ମାଟିର ସ୍ବାଭିମାନକୁ ଆଘାତ ଦେଇଛନ୍ତି। ରାଜେନ୍ଦ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ଗିରଫ ଲାଗି ଖୋର୍ଦ୍ଧା ସ୍ବାଭିମାନ ମଞ୍ଚର କର୍ମୀମାନେ ଦାବି କରିଛନ୍ତି। ଏହାର ପ୍ରତିକ୍ରିୟାରେ ରାଜେନ୍ଦ୍ର କହିଛନ୍ତି, ନିର୍ବାଚନ ହାରିବା ପରେ ମନରେ ଅନେକ କ୍ଷୋଭ ରହିଥିଲା। ଶଙ୍ଖ ଭବନରେ ଦଳୀୟ ନେତୃତ୍ୱଙ୍କ ଆଗରେ ଅସନ୍ତୋଷ ପ୍ରକାଶ ବେଳେ ସେ ଏହା କହିଥିବା ସ୍ବୀକାର କରିଛନ୍ତି। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ପୂର୍ବକ ଅଡିଓ ରେକର୍ଡିଂ କରି ଭାଇରାଲ କରାଯାଇଛି। କେହି ଉଦ୍ଦେଶ୍ୟମୂଳକ ଭାବେ ଅଡିଓ କରି ଭାଇରାଲ କରୁଥିବା ଅଭିଯୋଗ କରିଛନ୍ତି। ତାଙ୍କ କଥାକୁ କଦର୍ଯ୍ୟଭାବେ ପରିବେଷଣ କରାଯାଉଥିବା କହିବା ସହ ଏଭଳି ମନ୍ତବ୍ୟ ପାଇଁ ସେ କ୍ଷମା ପ୍ରାର୍ଥନା ମାଗିଛନ୍ତି।

The post ରାଜେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ, ଥାନାରେ ଏତଲା appeared first on Dharitri Odia News.