ରାଜ୍ଯ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର : ରାଜ୍ଯ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ।  ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ବାଜିଛି ।  ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ୫ ବର୍ଷ ପାଇଁ ଅନୁମୋଦନ କରାଯାଇଛି। ସୁଭଦ୍ରା ଯୋଜନାକୁ ନେଇ କ୍ୟାବିନେଟକେ ବଡ଼ ଘୋଷଣା ହୋଇଛି । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସୁଭଦ୍ରା ଆବେଦନ କରିଥିଲେ ମହିଳାଙ୍କୁ ମିଳିବ ୨ଟି କିସ୍ତି ଟଙ୍କା ।  ୨୦୨୪ ଦୁଇଟି କିସ୍ତିର ୧୦ହଜାର ଟଙ୍କା […] The post ରାଜ୍ଯ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ appeared first on KNews Odisha.

ରାଜ୍ଯ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ
mohan

ଭୁବନେଶ୍ବର : ରାଜ୍ଯ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ।  ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ବାଜିଛି ।  ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ୫ ବର୍ଷ ପାଇଁ ଅନୁମୋଦନ କରାଯାଇଛି। ସୁଭଦ୍ରା ଯୋଜନାକୁ ନେଇ କ୍ୟାବିନେଟକେ ବଡ଼ ଘୋଷଣା ହୋଇଛି ।

୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସୁଭଦ୍ରା ଆବେଦନ କରିଥିଲେ ମହିଳାଙ୍କୁ ମିଳିବ ୨ଟି କିସ୍ତି ଟଙ୍କା ।  ୨୦୨୪ ଦୁଇଟି କିସ୍ତିର ୧୦ହଜାର ଟଙ୍କା ହିତାଧୀକାରୀଙ୍କୁ ଏକକାଳୀନ ପ୍ରଦାନ କରାଯିବ।  ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମାସିକ ୩୫୦୦ ଭତ୍ତା ପ୍ରଦାନ ନେଇ ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିଛି । ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଭତ୍ତା ବଢ଼ିବ ।  ଏଣିକି ମାସିକ ଭତ୍ତା ୧୨୦୦ଟଙ୍କାରୁ ୩୫୦୦କୁ ବୃଦ୍ଧି ନେଇ କ୍ୟାବିନେଟ ମୋହର ମାରିଛି । ଏଥିରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମଧ୍ୟ ସାମିଲ ରହିଛି ।

ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଆଗାମୀ ୫ ବର୍ଷରେ ୭୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ।  ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇଲେ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ। ୧କିଲୋ ୱାଟ୍‌ର ସୋଲାର ପାଇଁ ରାଜ୍ୟ ସରକାର ଅତିରିକ୍ତ ୨୫ ହଜାର ଟଙ୍କା ଦେବେ ।  କେନ୍ଦ୍ରର ୩୦ ହଜାର ସବ୍‌ସିଡି ବାଦ୍‌ ରାଜ୍ୟ ସରକାର ୨୫ ହଜାର ଟଙ୍କା ଦେବେ ।  ସେହିପରି ୩ କିଲୋୱାଟ୍‌ ସୋଲର ଲଗାଇଲେ ରାଜ୍ୟ ସରକାର ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରିବେ ।

The post ରାଜ୍ଯ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ appeared first on KNews Odisha.