ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହଙ୍ଗାମା : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବିକ୍ଷୋଭ
ଭୁବନେଶ୍ବର ୩୦।୩: ବିଧାନସଭା ଟିକେଟ ଘୋଷଣା ପାଇଁ ରାଜ୍ୟ ବିଜେପିରେ ଚାଲିଛି କସରତ । ବିଜେପିରେ ଟିକେଟ ଆଶାୟୀଙ୍କ ଅସନ୍ତୋଷ । ରାଜ୍ୟ କାର୍ଯ୍ୟାଳୟରେ ହଙ୍ଗାମା । ଖୋର୍ଦ୍ଧା ବିଧାନସଭା ସିଟରେ ପ୍ରଶାନ୍ତ ଜଗଦ୍ଦେବ ଲଢ଼ିବା ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଏକ ସଭାରେ ଇଙ୍ଗିତ ଦେବା ପରେ ଆଶାୟୀ କାଳୁ ଖଣ୍ଡାୟତରାୟଙ୍କ ଗୋଷ୍ଠୀର ହଙ୍ଗାମା । ପାର୍ଟି ଅଫିସରେ ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ନାରାବାଜି । ଦଳ ଟିକେଟ୍ ଘୋଷଣା କରିନଥିବା ବେଳେ ସାଂସଦ କାହିଁକି ଆଗୁଆ ଖୋର୍ଦ୍ଧା ବିଧାନସଭା ପ୍ରାର୍ଥୀ ଭାବେ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁ ଘୋଷଣା କଲେ ବୋଲି ପ୍ରଶ୍ନ କରିଛନ୍ତି କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ । ଶତାଧିକ କର୍ମୀ ଘଣ୍ଟାଏ କାଳ ରାଜ୍ୟ କାର୍ଯ୍ୟାଳୟ ପରିସରରେ କରିଥିଲେ ହଙ୍ଗାମା । ପ୍ରଶ୍ନ କରିଥିଲେ ସାଂସଦ ଟିକେଟ୍ ଘୋଷଣା କରିବାକୁ କିଏ ? ମତ ଦେଇଥିବା ନେତ୍ରୀ ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଘେରି ନାକାଦେମ କରିଥିଲେ କାଳୁଙ୍କ ସମର୍ଥକ । ଘଟଣା ଏମିତି ମୋଡ ନେଇଥିଲା ଯେ ସ୍ଥିତି ସମ୍ଭାଳିବାକୁ ଯାଇ ଅପ୍ରସ୍ତୁତ ହୋଇ ପଡିଥିଲେ ପ୍ରଶାନ୍ତ ଜଗଦ୍ଦେବ । ସେ କହିଥିଲେ, ମୁଁ ଖୋର୍ଦ୍ଧାରୁ ଲଢିବାକୁ ଚାହୁଁନି । କାଳୁ ଭାଇ ଲଢିଲେ ମୁଁ ସମର୍ଥନ କରିବା, ତାଙ୍କୁ ଜିତାଇବା ଲାଗି କାମ କରିବି । ଆଉ କାଳୁ ଖଣ୍ଡାୟତରାୟ କହିଛନ୍ତି, ଏହି ଘଟଣାରେ ରାଜ୍ୟ ବିଜେପି ସଭାପତିଙ୍କ ସହ ଆଲୋଚନା ହୋଇଛି । ରାଜ୍ୟ ସଭା
ଭୁବନେଶ୍ବର ୩୦।୩: ବିଧାନସଭା ଟିକେଟ ଘୋଷଣା ପାଇଁ ରାଜ୍ୟ ବିଜେପିରେ ଚାଲିଛି କସରତ । ବିଜେପିରେ ଟିକେଟ ଆଶାୟୀଙ୍କ ଅସନ୍ତୋଷ । ରାଜ୍ୟ କାର୍ଯ୍ୟାଳୟରେ ହଙ୍ଗାମା । ଖୋର୍ଦ୍ଧା ବିଧାନସଭା ସିଟରେ ପ୍ରଶାନ୍ତ ଜଗଦ୍ଦେବ ଲଢ଼ିବା ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଏକ ସଭାରେ ଇଙ୍ଗିତ ଦେବା ପରେ ଆଶାୟୀ କାଳୁ ଖଣ୍ଡାୟତରାୟଙ୍କ ଗୋଷ୍ଠୀର ହଙ୍ଗାମା । ପାର୍ଟି ଅଫିସରେ ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ନାରାବାଜି ।
ଦଳ ଟିକେଟ୍ ଘୋଷଣା କରିନଥିବା ବେଳେ ସାଂସଦ କାହିଁକି ଆଗୁଆ ଖୋର୍ଦ୍ଧା ବିଧାନସଭା ପ୍ରାର୍ଥୀ ଭାବେ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁ ଘୋଷଣା କଲେ ବୋଲି ପ୍ରଶ୍ନ କରିଛନ୍ତି କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ । ଶତାଧିକ କର୍ମୀ ଘଣ୍ଟାଏ କାଳ ରାଜ୍ୟ କାର୍ଯ୍ୟାଳୟ ପରିସରରେ କରିଥିଲେ ହଙ୍ଗାମା । ପ୍ରଶ୍ନ କରିଥିଲେ ସାଂସଦ ଟିକେଟ୍ ଘୋଷଣା କରିବାକୁ କିଏ ? ମତ ଦେଇଥିବା ନେତ୍ରୀ ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଘେରି ନାକାଦେମ କରିଥିଲେ କାଳୁଙ୍କ ସମର୍ଥକ । ଘଟଣା ଏମିତି ମୋଡ ନେଇଥିଲା ଯେ ସ୍ଥିତି ସମ୍ଭାଳିବାକୁ ଯାଇ ଅପ୍ରସ୍ତୁତ ହୋଇ ପଡିଥିଲେ ପ୍ରଶାନ୍ତ ଜଗଦ୍ଦେବ । ସେ କହିଥିଲେ, ମୁଁ ଖୋର୍ଦ୍ଧାରୁ ଲଢିବାକୁ ଚାହୁଁନି । କାଳୁ ଭାଇ ଲଢିଲେ ମୁଁ ସମର୍ଥନ କରିବା, ତାଙ୍କୁ ଜିତାଇବା ଲାଗି କାମ କରିବି । ଆଉ କାଳୁ ଖଣ୍ଡାୟତରାୟ କହିଛନ୍ତି, ଏହି ଘଟଣାରେ ରାଜ୍ୟ ବିଜେପି ସଭାପତିଙ୍କ ସହ ଆଲୋଚନା ହୋଇଛି । ରାଜ୍ୟ ସଭାପତି ଆସନ୍ତାକାଲି ଭିତରେ ସମସ୍ତ ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଟିକେଟ୍ ମତେ ନ ମିଳିଲେ ପରିସ୍ଥିତି ଭୟଙ୍କର ହେବ ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ହେବ ମୁଁ ଜଣାଇବି।
You Can Read :
ନବୀନ ନିବାସରେ କ୍ରୀଡାବିତ୍ ଓ କ୍ରୀଡ଼ା ସଂଗଠନର କର୍ମକର୍ତ୍ତା, କେ. ରବି କୁମାରଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର