ରାଜ୍ୟ ବିଜେପିର କୋର କମିଟି ବୈଠକ: ସାଂସଦ ଅପରାଜିତା ଷଡ଼ଙ୍ଗୀ ସମର୍ଥକଙ୍କ ହଟ୍ଟଗୋଳ
କନକ ବ୍ୟୁରୋ: ବିଜେପି ସଦସ୍ୟତା କର୍ମଶାଳାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକଙ୍କ ହଟଗୋଳ। ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଅନ୍ତା ବ୍ଲକ ବାଳକାଟୀ ସ୍ଥିତ ଶ୍ରୀ କନଭେନସନ ଠାରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିଜେପି ସଦସ୍ୟତା କର୍ମଶାଳା ଆଜି ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ପ୍ରଭାରି ବିଜୟ ପାଲ ସିଂ ତୋମାର , ବିଜେପି ସାଧାରଣ ସମ୍ପାଦକ ସାରଦା ଶତପଥୀ , ସାଂସଦ ବୈଜୟନ୍ତ ପଣ୍ଡା , ପୂର୍ବତନ ମନ୍ତ୍ରୀ ସମୀର ଦାଶ , ଅରବିନ୍ଦ ଢାଲି , ବିଜେପି ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସାଂସଦ ଅରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜନକୁ ସାଂସଦଙ୍କ ସମର୍ଥକ ମାନେ ଦୃଢ ବିରୋଧ କରିଥିଲେ। ଫଳରେ କାର୍ଯ୍ୟକ୍ରମ ସ୍ଥଳରେ ପ୍ରବଳ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା କିଛି ସମୟ ପାଇଁ ଠେଲା ପେଲା ପରିସ୍ଥିତି ଉପୁଜିଥିଲା ଦଳୀୟ ନେତୃବୃନ୍ଦ ଚକ୍ରାନ୍ତ କରି ସାଂସଦଙ୍କୁ ନଜଣେଇ ତାଙ୍କ ଅନୁପସ୍ଥିତିରେ କର୍ମଶାଳା କିପରି ଆୟୋଜନ କଲେ ବୋଲି ତାଙ୍କ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ।