ରାଜ୍ୟ ସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ
ଭୁବନେଶ୍ୱର,୧୦।୧୨: ରାଜ୍ୟସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ କୁମାର। ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶପାଇଛି। ନାମାଙ୍କନ ପାଇଁ ଆଜି ଶେଷ ତାରିଖ ଥିଲା ବେଳେ ଆଉ କୌଣସି ଦଳ ପ୍ରାର୍ଥୀ ଦେଇ ନଥିବା ସ୍ପଷ୍ଟ ହୋଇଛି। ଏକ ପକ୍ଷେ ସୁଜିତଙ୍କ ରାଜ୍ୟ ସଭାକୁ ଯିବା ନିଶ୍ଚିତ ହୋଇଛି। ସୂଚନା ଥାଉକି, ବିଜେଡି ଛାଡ଼ି ଭାଜପାରେ ମିଶିବା ପରେ ସୁଜିତ୍ ଏକ ବିସ୍ଫୋରକ ବୟାନ ବି ଦେଇଥିଲେ। ସେ କହିଥିଲେ, ମୋତେ ଦୁଇ ନେତାଙ୍କ ଗୋଲାମୀ […] The post ରାଜ୍ୟ ସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ appeared first on Dharitri Odia News.
ଭୁବନେଶ୍ୱର,୧୦।୧୨: ରାଜ୍ୟସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ କୁମାର। ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶପାଇଛି। ନାମାଙ୍କନ ପାଇଁ ଆଜି ଶେଷ ତାରିଖ ଥିଲା ବେଳେ ଆଉ କୌଣସି ଦଳ ପ୍ରାର୍ଥୀ ଦେଇ ନଥିବା ସ୍ପଷ୍ଟ ହୋଇଛି। ଏକ ପକ୍ଷେ ସୁଜିତଙ୍କ ରାଜ୍ୟ ସଭାକୁ ଯିବା ନିଶ୍ଚିତ ହୋଇଛି।
ସୂଚନା ଥାଉକି, ବିଜେଡି ଛାଡ଼ି ଭାଜପାରେ ମିଶିବା ପରେ ସୁଜିତ୍ ଏକ ବିସ୍ଫୋରକ ବୟାନ ବି ଦେଇଥିଲେ। ସେ କହିଥିଲେ, ମୋତେ ଦୁଇ ନେତାଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା। ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉ ନ ଥିଲା। ଏପରିକି ସଂପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା ମୋତେ କହୁଥିଲେ। ସେମାନଙ୍କ ଚାମଚାଗିରି କରିବାକୁ କହୁଥିଲେ। ମୁଁ ବିଦେଶରେ ପଢ଼ି ଆସିଛି, ଏହା ମୋ ସ୍ବାଭିମାନକୁ ବାଧିଥିଲା। ଯେଉଁଥିପାଇଁ ମୁଁ ଦଳ ଛାଡ଼ିଛି। ନିର୍ବାଚନ ପୂର୍ବରୁ ମୋତେ ଧମକ ଦିଆଯାଇଥିଲା। ରାଜ୍ୟ ସଭାରୁ କାଢ଼ି ଦିଆଯିବ ବୋଲି ବି ଧମକ ଦେଇଥିଲେ। ମୋ’ ରାଜନୈତିକ କ୍ୟାରିୟର ଶେଷ କରିଦିଆଯିବ କହିଥିଲେ। କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିବାର ସୁଜିତ୍ ଭାଜପାରେ ମିଶିବାବେଳେ କହିଥିଲେ।
The post ରାଜ୍ୟ ସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ appeared first on Dharitri Odia News.