ରାଜ୍ୟ ସରକାର, ନାଲ୍କୋ, ଇଡ୍କୋକୁ ନୋଟିସ
କଟକ,୨୫ା୯ (କାର୍ତ୍ତିକ ସାହୁ):କଳିଙ୍ଗ କୋଲ ମାଇନ୍ସ ପାଇଁ ଅଧିଗୃହୀତ ଜମି ନାଲକୋ ରେଲଓ୍ବେ ସାଇଡିଂ ନିମନ୍ତେ ବ୍ୟବହାର କରାଯିବା ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନୋଟିସ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ସମେତ ଇଡ୍କୋ, ନାଲକୋକୁୁ ଜବାବ ଦାଖଲ ପାଇଁ ଏହି ନୋଟିସ ଜାରି ହୋଇଛି। ଅକ୍ଟୋବର ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି […] The post ରାଜ୍ୟ ସରକାର, ନାଲ୍କୋ, ଇଡ୍କୋକୁ ନୋଟିସ appeared first on Dharitri Odia News.
କଟକ,୨୫ା୯ (କାର୍ତ୍ତିକ ସାହୁ):କଳିଙ୍ଗ କୋଲ ମାଇନ୍ସ ପାଇଁ ଅଧିଗୃହୀତ ଜମି ନାଲକୋ ରେଲଓ୍ବେ ସାଇଡିଂ ନିମନ୍ତେ ବ୍ୟବହାର କରାଯିବା ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନୋଟିସ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ସମେତ ଇଡ୍କୋ, ନାଲକୋକୁୁ ଜବାବ ଦାଖଲ ପାଇଁ ଏହି ନୋଟିସ ଜାରି ହୋଇଛି। ଅକ୍ଟୋବର ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କଳିଙ୍ଗ କୋଲ ମାଇନ୍ସ ଲିମିଟେଡ୍ର ରେଲଓ୍ବେ ସାଇଡିଂ ପାଇଁ ୨୦୦୬ରେ ନୋଟିଫିକେଶନ ହୋଇଥିଲା। ଅନୁଗୋଳ ଜିଲା ଗୋଳାବନ୍ଧ ମୌଜାର ଜମି ଅଧିଗ୍ରହଣ ହୋଇଥିଲେ ବି ଅଦ୍ୟାବଧି ସରକାର ଉକ୍ତ ଜମି ଦଖଲକୁ ନେଇ ନ ଥିଲେ। ବର୍ତ୍ତମାନ ଉକ୍ତ ଜମିକୁ ବେଆଇନ ଭାବେ ନାଲକୋ ରେଲଓ୍ବେ ସାଇଡିଂ ପାଇଁ ସରକାର ଦେଉଛନ୍ତି। ଅଧିଗ୍ରହଣ ଯେଉଁ ଉଦ୍ଦେଶ୍ୟରେ ହୋଇଥିଲା ଏବେ ଆଉ ଏକ ଉଦ୍ଦେଶ୍ୟରେ ତାହା ବ୍ୟବହାର କରାଯାଉଥିବାରୁ ତାହାକୁ ବିରୋଧ କରାଯାଇଛି। ନରେନ୍ଦ୍ର କୁମାର ବିଶ୍ୱାଳଙ୍କ ସମେତ ମୋଟ ୬ଟି ଆବେଦନର ଏକତ୍ର ଶୁଣାଣି ହୋଇଛି। ଆବେଦନରୀଙ୍କ ପକ୍ଷରୁ ଆଇନଜୀବୀ ତ୍ରିଲୋଚନ ବାରିକ ମାମଲା ପରିଚାଳନା କରୁଛନ୍ତି।
The post ରାଜ୍ୟ ସରକାର, ନାଲ୍କୋ, ଇଡ୍କୋକୁ ନୋଟିସ appeared first on Dharitri Odia News.