ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି: ଚଳିତ ବର୍ଷ କିଣାଯିବ ଏତିକି କୁଇଣ୍ଟାଲ ଧାନ

ଭୁବନେଶ୍ୱର,୨୩।୧୦: ଖରିଫ ବିପଣନ ବର୍ଷ (ଧାନ ସଂଗ୍ରହ ବର୍ଷ), ୨୦୨୪-୨୫ ଅକ୍ଟୋବର ୧, ୨୦୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୫ ରେ ସମାପ୍ତ ହେବ। ଏହି ବର୍ଷ ବ୍ୟାପୀ ଅବଧି ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବରେ ଧାନ ସଂଗ୍ରହ କରିବେ । ସର୍ବନିମ୍ନ ସହାୟକ ରାଶି ପ୍ରଦାନ କରି ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ଏବଂ ନିଯୁକ୍ତିପ୍ରାପ୍ତ କଷ୍ଟମ ମିଲରମାନଙ୍କ ଦ୍ବାରା ଏହି […] The post ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି: ଚଳିତ ବର୍ଷ କିଣାଯିବ ଏତିକି କୁଇଣ୍ଟାଲ ଧାନ appeared first on Dharitri Odia News.

ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି: ଚଳିତ ବର୍ଷ କିଣାଯିବ ଏତିକି କୁଇଣ୍ଟାଲ ଧାନ

ଭୁବନେଶ୍ୱର,୨୩।୧୦: ଖରିଫ ବିପଣନ ବର୍ଷ (ଧାନ ସଂଗ୍ରହ ବର୍ଷ), ୨୦୨୪-୨୫ ଅକ୍ଟୋବର ୧, ୨୦୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୫ ରେ ସମାପ୍ତ ହେବ। ଏହି ବର୍ଷ ବ୍ୟାପୀ ଅବଧି ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବରେ ଧାନ ସଂଗ୍ରହ କରିବେ । ସର୍ବନିମ୍ନ ସହାୟକ ରାଶି ପ୍ରଦାନ କରି ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ଏବଂ ନିଯୁକ୍ତିପ୍ରାପ୍ତ କଷ୍ଟମ ମିଲରମାନଙ୍କ ଦ୍ବାରା ଏହି ଧାନକୁ ମିଲିଂ କରାଯାଇ ସମତୁଲ୍ୟ ଚାଉଳ ସଂଗ୍ରହ କରାଯିବ ।

ସଂଗୃହିତ ଚାଉଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରାଯିବ । ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ଙ୍କୁ ପ୍ରଦାନ କରାଯିବ । ଭାରତୀୟ ଖାଦ୍ୟ ନିଗମ ସଂଗୃହୀତ ବଳକା ଚାଉଳକୁ ନିଅଣ୍ଟିଆ ରାଜ୍ୟମାନଙ୍କୁ ପ୍ରେରଣ କରିଥାନ୍ତି।

ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ “ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି, ୨୦୨୪-୨୫” କୁ ମାନ୍ୟବର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛନ୍ତି । ଖରିଫ ବିପଣନ ବର୍ଷ ୨୦୨୪-୨୫ ପାଇଁ ଅନ୍ତତଃ ୫୪ ଲକ୍ଷ ମେଟ୍ରିକ୍ ଟନର ଚାଉଳ ସଂଗ୍ରହ କରାଯିବ ଧାନ ହିସାବରେ ଏହା ପ୍ରାୟ ୮୦ ଲକ୍ଷ ମେଟ୍ରିକ୍ ଟନ ହେବ । ଖରିଫ ଓ ରବିରେ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ଯଥାକ୍ରମେ ୬୬ ଲକ୍ଷ ଓ ୧୪ ଲକ୍ଷ ମେଟ୍ରିକ୍ ଟନ ରହିବ । ଏହା ଠାରୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କଠାରୁ ମଣ୍ଡିକୁ ଆସିବ, ତାହା ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ । ତେବେ ଯଦି ଦରକାର ହୁଏ, ଧାନ କ୍ରୟ ଧାର୍ଯ୍ୟ ଲକ୍ଷର ପରିମାଣକୁ ପରିବର୍ତନ କରିପାରିବେ ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ନଭେମ୍ବର, ୨୦୨୪ ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ। ରବି ଧାନ ମେ,୨୦୨୫ ରୁ ଜୁନ, ୨୦୨୫ ମଧ୍ୟରେ ସଂଗ୍ରହ କରାଯିବ। ଏହି ବିସ୍ତାରିତ ସମୟସୀମା ମଧ୍ୟରେ ଜିଲାମାନେ ସେମାନଙ୍କର ଧାନ ସଂଗ୍ରହର ଅବଧି ନିର୍ଭୟ କରିବେ ।

ତେବେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କେବଳ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ସେମାନଙ୍କର ବଳକା ଧାନ ସଂଗ୍ରହ କରାଯିବ । ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ହେବ ଏକ ମାତ୍ର ପରିଚୟ ପତ୍ର । ଧାନ ବିକ୍ରୟ ସମୟରେ ‘ଆଧାର’ ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟୀକରଣ ପ୍ରକ୍ରିୟା ଅବଲମ୍ୱନ କରାଯିବ ।

The post ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି: ଚଳିତ ବର୍ଷ କିଣାଯିବ ଏତିକି କୁଇଣ୍ଟାଲ ଧାନ appeared first on Dharitri Odia News.