ରାଜ୍ୟ ସରକାରଙ୍କ ଦୀପାବଳି ଭେଟି, ସରକାରୀ କର୍ମଚାରୀଙ୍କ ୩% ବଢ଼ିଲା ମହାଙ୍ଗା ଭତ୍ତା
ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୋହନ ମାଝୀ ସରକାର ଦେଇଛନ୍ତି ଦୀପାବଳି ଭେଟି । ବୁଧବାର ସରକାରୀ କର୍ମଚାରୀଙ୍କ ମହାଙ୍ଗା ଭତ୍ତା (DA) ରାଜ୍ୟ ସରକାର ୩ ପ୍ରତିଶତ ବଢାଇଛନ୍ତି । ମହଙ୍ଗା ଭତ୍ତାରେ ଏହି ବୃଦ୍ଧି ସହ ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୫୦%ରୁ ୫୩% କୁ ବୃଦ୍ଧି ପାଇଛି । ସରକାର ପିଛିଲା ଭାବେ ଗତ ଜୁଲାଇରୁ ଏହି DA ବୃଦ୍ଧି ଲାଗୁ କରିଛନ୍ତି । ଏହା ସହିତ ପେନ୍ସନଭୋଗୀମାନଙ୍କ ଟି.ଆଇ ରେ […] The post ରାଜ୍ୟ ସରକାରଙ୍କ ଦୀପାବଳି ଭେଟି, ସରକାରୀ କର୍ମଚାରୀଙ୍କ ୩% ବଢ଼ିଲା ମହାଙ୍ଗା ଭତ୍ତା appeared first on KNews Odisha.

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୋହନ ମାଝୀ ସରକାର ଦେଇଛନ୍ତି ଦୀପାବଳି ଭେଟି । ବୁଧବାର ସରକାରୀ କର୍ମଚାରୀଙ୍କ ମହାଙ୍ଗା ଭତ୍ତା (DA) ରାଜ୍ୟ ସରକାର ୩ ପ୍ରତିଶତ ବଢାଇଛନ୍ତି । ମହଙ୍ଗା ଭତ୍ତାରେ ଏହି ବୃଦ୍ଧି ସହ ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୫୦%ରୁ ୫୩% କୁ ବୃଦ୍ଧି ପାଇଛି । ସରକାର ପିଛିଲା ଭାବେ ଗତ ଜୁଲାଇରୁ ଏହି DA ବୃଦ୍ଧି ଲାଗୁ କରିଛନ୍ତି । ଏହା ସହିତ ପେନ୍ସନଭୋଗୀମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହି ବୃଦ୍ଧି ଦ୍ୱାରା ଦ୍ୱାରା ପ୍ରାୟ ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ ବୋଲି ଜଣାପଡିଛି ।
The post ରାଜ୍ୟ ସରକାରଙ୍କ ଦୀପାବଳି ଭେଟି, ସରକାରୀ କର୍ମଚାରୀଙ୍କ ୩% ବଢ଼ିଲା ମହାଙ୍ଗା ଭତ୍ତା appeared first on KNews Odisha.