ରାଜ୍ୟ ସ୍କୁଲ୍ସ ଓପନ ଚେସ୍: ସାଇ ରଞ୍ଜନ ଚାମ୍ପିୟନ
ଭୁବନେଶ୍ୱର, ୧୫।୧ (ତପନ ସ୍ବାଇଁ): କେଶୁରାସ୍ଥିତ ରୟାଲ ପବ୍ଲିକ୍ ସ୍କୁଲରେ ରବିବାର ଆୟୋଜିତ ୭ମ ଆର.ଏନ. ଦାସ ସ୍ମାରକୀ ରାଜ୍ୟ ସ୍କୁଲ୍ସ ଓପନ ଚେସ୍ ଚାମ୍ପିୟନଶିପ୍ରେ ଯାଜପୁର ଟାଉନ୍ ଡିଏଭିର ସାଇ ରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ଆର.ଏନ. ଦାଶ ଫାଉଣ୍ଡେଶନ ଓ ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସାଇ ରଞ୍ଜନ ପୂରା ୫ ପଏଣ୍ଟ ପାଇଥିଲେ। ଆଦିତ୍ୟ ପ୍ରସାଦ ସୁବୁଦ୍ଧି (କେଭି, ଆଇଆଇଟି […] The post ରାଜ୍ୟ ସ୍କୁଲ୍ସ ଓପନ ଚେସ୍: ସାଇ ରଞ୍ଜନ ଚାମ୍ପିୟନ appeared first on Dharitri Odia News.
ଭୁବନେଶ୍ୱର, ୧୫।୧ (ତପନ ସ୍ବାଇଁ): କେଶୁରାସ୍ଥିତ ରୟାଲ ପବ୍ଲିକ୍ ସ୍କୁଲରେ ରବିବାର ଆୟୋଜିତ ୭ମ ଆର.ଏନ. ଦାସ ସ୍ମାରକୀ ରାଜ୍ୟ ସ୍କୁଲ୍ସ ଓପନ ଚେସ୍ ଚାମ୍ପିୟନଶିପ୍ରେ ଯାଜପୁର ଟାଉନ୍ ଡିଏଭିର ସାଇ ରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ଆର.ଏନ. ଦାଶ ଫାଉଣ୍ଡେଶନ ଓ ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସାଇ ରଞ୍ଜନ ପୂରା ୫ ପଏଣ୍ଟ ପାଇଥିଲେ। ଆଦିତ୍ୟ ପ୍ରସାଦ ସୁବୁଦ୍ଧି (କେଭି, ଆଇଆଇଟି ଭୁବନେଶ୍ୱର) ୪.୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅଞ୍ଜଳି ମିଶ୍ର, ସ୍ବସ୍ତିକ ରଞ୍ଜନ ସ୍ବାଇଁ, ଆୟାଭନ୍ଥ ମହାନ୍ତି, ଅର୍ନଭ ଖୁଣ୍ଟିଆ, ରୁଦ୍ର ପ୍ରତାପ ମିଶ୍ର, ଇହାନ ଚୌଧୁରୀ, ଆୟୁଷ୍ମାନ ବେହେରା ଓ ନମନ ରାଜ ସିଂ ଟପ୍-୧୦ ଫିନିଶ୍ କରିଥିଲେ। ଏମାନଙ୍କ ବ୍ୟତୀତ ୮, ୧୦, ୧୨, ୧୪ ବର୍ଷରୁ କମ୍ ଏବଂ ବାଳିକା ବର୍ଗର ଶ୍ରେଷ୍ଠ ୨ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ଏଜ୍ ଗ୍ରୁପ୍ ଏବଂ ୮ ଜଣ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଆର.ଏନ. ଦାଶ ଫାଉଣ୍ଡେଶନର ମ୍ୟାନେଜିଂ ଟ୍ରଷ୍ଟି ସୁବ୍ରତ ଦାଶ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିବାବେଳେ ରୟାଲ ପବ୍ଲିକ୍ ସ୍କୁଲର ପ୍ରିନ୍ସିପାଲ ସର୍ବେଶ୍ୱର ସାମଲ, ରାଜ୍ୟ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ରନତ୍ା ଦାଶ ପ୍ରମୁଖ ଅତିଥିଭାବେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।
The post ରାଜ୍ୟ ସ୍କୁଲ୍ସ ଓପନ ଚେସ୍: ସାଇ ରଞ୍ଜନ ଚାମ୍ପିୟନ appeared first on Dharitri Odia News.