ରାଜ୍ୟକୁ ପୁଣି ଫେରିବ ଶୀତ । ଘନ କୁହୁଡ଼ି ନେଇ ୮ ଜିଲ୍ଲାକୁ ସତର୍କ ସୂଚନା
କନକ ବ୍ୟୁରୋ: ରାଜ୍ୟକୁ ପୁଣି ଫେରିବ ଶୀତ । ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଅନେକ ସ୍ଥାନରେ କମିବ ତାପମାତ୍ରା । ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ଦୁଇ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ । କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି ରାତି ସାଢ଼େ ୮ଟାରୁ ୭ ତାରିଖ ଯାଏଁ ଘନ କୁହୁଡ଼ି ନେଇ ୮ ଜିଲ୍ଲାକୁ ସତର୍କ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି ।