ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ହେମନ୍ତ ହେବେ ସିଏମ୍

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ରାଜନୀତିରେ ଏକ ବଡ଼ ଧରଣର ହଲଚଲ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବୁଧବାର ରାଜ୍ୟପାଳଙ୍କୁ ଭେଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ହେମନ୍ତ ସୋରେନ ପୁଣି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଚମ୍ପାଇ ସୋରେନ ରାଞ୍ଚିରେ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ଝାଡ଼ଖଣ୍ଡରେ ଚଳିତ ବର୍ଷ ନଭେମ୍ୱର-ଡିସେମ୍ୱରରେ ବିଧାନସଭା ନିର୍ବାଚନ ହେବାର ଅଛି, ତାହା ପୂର୍ବରୁ ଏହାକୁ ରାଜ୍ୟର ଏକ ବଡ଼ ଘଟଣାକ୍ରମ ରୂପେ ଦେଖାଯାଉଛି ।ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ଆରଜେଡିର ବିଧାୟକ ଦଳ ବୈଠକରେ ବୁଧବାର ହେମନ୍ତ ସୋରେନଙ୍କୁ ସରକାରର ମୁଖ୍ୟ ରୂପେ ଚୟନ କରାଯାଇଥିଲା । କଥିତ ଜମି ଦୁର୍ନୀତି ମାମଲାରେ ସୋରେନଙ୍କ ଗିରଫଦାରୀ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଚମ୍ପାଇ ସୋରେନ ଆଜିର ବୈଠକ ପରେ ସଂଧ୍ୟାରେ ଇସ୍ତଫା ଦେଇଛନ୍ତି । ଏହାପରେ ତାଙ୍କୁ ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇପାରେ । ବର୍ତ୍ତମାନ ସମୟରେ ହେମନ୍ତ ସୋରେନ ଶାସକ ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି ।ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲା ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ଜୁନ୍ ୨୮ରେ ଜେଲରୁ ବାହାରକୁ ଆସିଥିଲେ । ହେମନ୍ତ ସୋରେନ

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ହେମନ୍ତ ହେବେ ସିଏମ୍

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ରାଜନୀତିରେ ଏକ ବଡ଼ ଧରଣର ହଲଚଲ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବୁଧବାର ରାଜ୍ୟପାଳଙ୍କୁ ଭେଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ହେମନ୍ତ ସୋରେନ ପୁଣି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଚମ୍ପାଇ ସୋରେନ ରାଞ୍ଚିରେ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ଝାଡ଼ଖଣ୍ଡରେ ଚଳିତ ବର୍ଷ ନଭେମ୍ୱର-ଡିସେମ୍ୱରରେ ବିଧାନସଭା ନିର୍ବାଚନ ହେବାର ଅଛି, ତାହା ପୂର୍ବରୁ ଏହାକୁ ରାଜ୍ୟର ଏକ ବଡ଼ ଘଟଣାକ୍ରମ ରୂପେ ଦେଖାଯାଉଛି ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ଆରଜେଡିର ବିଧାୟକ ଦଳ ବୈଠକରେ ବୁଧବାର ହେମନ୍ତ ସୋରେନଙ୍କୁ ସରକାରର ମୁଖ୍ୟ ରୂପେ ଚୟନ କରାଯାଇଥିଲା । କଥିତ ଜମି ଦୁର୍ନୀତି ମାମଲାରେ ସୋରେନଙ୍କ ଗିରଫଦାରୀ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଚମ୍ପାଇ ସୋରେନ ଆଜିର ବୈଠକ ପରେ ସଂଧ୍ୟାରେ ଇସ୍ତଫା ଦେଇଛନ୍ତି । ଏହାପରେ ତାଙ୍କୁ ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇପାରେ । ବର୍ତ୍ତମାନ ସମୟରେ ହେମନ୍ତ ସୋରେନ ଶାସକ ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି ।

ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲା ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ଜୁନ୍ ୨୮ରେ ଜେଲରୁ ବାହାରକୁ ଆସିଥିଲେ । ହେମନ୍ତ ସୋରେନ ନିଜର ଗିରଫଦାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ନିଜର ସବୁଠୁ ଘନିଷ୍ଠ ଏବଂ ବିଶ୍ୱସନୀୟ ସହଯୋଗୀ ଚମ୍ପାଇ ସୋରେନଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଥିଲେ । ଚମ୍ପାଇ ସୋରେନ ୨୦୨୪ ଫେବ୍ରୁଆରୀ ୨ରେ ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ଭାବେ ୧୫୩ ରହିବା ପରେ ସେ ଇସ୍ତଫା ଦେଇଛନ୍ତି ।