ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ନର୍ସିଂ ଅଫିସର

ଭୁବନେଶ୍ୱର : ୨୫ ତାରିଖରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ନର୍ସିଂ ଅଫିସର । ୧୦ ଦଫା ଦାବି ନେଇ ସମସ୍ତ ହସ୍ପିଟାଲ ସାଧାରଣ ବିଭାଗରେ ନିଜ ଅଧିକାରୀଙ୍କ ଅଫିସ ସମ୍ମୁଖରେ ନର୍ସିଂ ଅଫିସରମାନେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପରେ ବି ଦାବି ପୂରଣ ନହେଲେ ୨୭ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ । ଏହି ଚେତାବନୀ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଦେଇଛି । ଏସମା ଲାଗୁ କଲେ ମଧ୍ୟ […]

ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ନର୍ସିଂ ଅଫିସର
ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ନର୍ସିଂ ଅଫିସର

ଭୁବନେଶ୍ୱର : ୨୫ ତାରିଖରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ନର୍ସିଂ ଅଫିସର । ୧୦ ଦଫା ଦାବି ନେଇ ସମସ୍ତ ହସ୍ପିଟାଲ ସାଧାରଣ ବିଭାଗରେ ନିଜ ଅଧିକାରୀଙ୍କ ଅଫିସ ସମ୍ମୁଖରେ ନର୍ସିଂ ଅଫିସରମାନେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପରେ ବି ଦାବି ପୂରଣ ନହେଲେ ୨୭ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ । ଏହି ଚେତାବନୀ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଦେଇଛି । ଏସମା ଲାଗୁ କଲେ ମଧ୍ୟ ଆନ୍ଦୋଳନ ଚାଲୁ ରହିବ । ଏସମା ଲାଗୁ କରାଯାଇଛି କିନ୍ତୁ ଆମ ସହ ଆଲୋଚାନା କରୁ ନାହାନ୍ତି I ନର୍ସିଂ ନିର୍ଦେଶକଙ୍କ ତାଗିଦ ସତ୍ତ୍ୱେ ଆନ୍ଦୋଳନକୁ ଓହ୍ଲାଇବ ନର୍ସିଂ ଅଫିସର ବୋଲି ଅଲ ଓଡିଶା ନର୍ସିଂ ଅଫିସର ଶୁଚିସ୍ମିତ ଦାଶ ।

ବରିଷ୍ଠ ନର୍ସିଂ ଅଫିସରଙ୍କର ୨୦୧୩ ପୂର୍ବରୁ ଥିବା ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରି ସୀମାକୁ ମୂଳ ଚାକିରିରେ ମିଶାଇବା, ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ପ୍ରମୋସନାଲ୍‌ ପୋଷ୍ଟରେ ନିଯୁକ୍ତି, ସିଏଚ୍‌ଓ ପୋଷ୍ଟରୁ ଫେରାଇ ହସ୍ପିଟାଲରେ ନିୟୋଜିତ, ଡ୍ରେସ୍‌କୋଡ୍‌ ପରିବର୍ତ୍ତନ, ଛୁଟି ଅସଙ୍ଗତିକୁ ଦୂର କରିବା ଆଦି ଦାବି ରହିଛି ବୋଲି ସଂଘ କହିଛି ।