ରାଜ୍ୟର ପ୍ରତ୍ୟେକ ଧାନମଣ୍ଡିକୁ ଦିଆଯିବ ନୂଆ ରୂପ, ଚାଷୀଙ୍କୁ ହେବନି ଅସୁବିଧା: ସୁରେଶ ପୂଜାରୀ

କଟକ: ରାଜ୍ୟର ପ୍ରତ୍ୟେକ ଧାନମଣ୍ଡିକୁ ନୂଆ ରୂପ ଦିଆଯିବ। ଧାନମଣ୍ଡି ଗୁଡିକର ଆଧୁନିକରଣ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କଟକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧି ଉତ୍ସବ ପାଳନ ଅବସରରେ ଏହା ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ। ସେ  କହିଛନ୍ତି, ଯେହେତୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଛି, ତେଣୁ ଚଳିତ ଖରିଫ ଋତୁରେ ଅଧିକ ଧାନ ଅମଳ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। କିନ୍ତୁ ଧାନ ମଣ୍ଡିରେ ଯେପରି ଚାଷୀ କୌଣସି ପ୍ରକାର ଅସୁବିଧା ନ ଭୋଗିବ, ତାକୁ ଆଖିରେ ରଖି ମଣ୍ଡି ଗୁଡିକରେ ବିଶେଷ ସୁବିଧା ଉପଲବ୍ଧ କରାଇବାକୁ ସରକାର ଲକ୍ଷ୍ୟ ରଖୁଛନ୍ତି।କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ଆଜି ଏହି ଉତ୍ସବ ପାଳିତ ହୋଇଛି। ଯେଉଁଠି କଟକ ଜିଲ୍ଲାର ୧୪ ଟି ଯାକ ବ୍ଲକର ଶତାଧିକ ଚାଷୀ ଉପସ୍ଥିତ ରହି ଏହି କେନ୍ଦ୍ରୀୟ ଯୋଜନାର ସିଧାସଳଖ ସୁବିଧା ହାସଲ କରିଛନ୍ତି।   

ରାଜ୍ୟର ପ୍ରତ୍ୟେକ ଧାନମଣ୍ଡିକୁ ଦିଆଯିବ ନୂଆ ରୂପ, ଚାଷୀଙ୍କୁ ହେବନି ଅସୁବିଧା: ସୁରେଶ ପୂଜାରୀ

କଟକ: ରାଜ୍ୟର ପ୍ରତ୍ୟେକ ଧାନମଣ୍ଡିକୁ ନୂଆ ରୂପ ଦିଆଯିବ। ଧାନମଣ୍ଡି ଗୁଡିକର ଆଧୁନିକରଣ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କଟକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧି ଉତ୍ସବ ପାଳନ ଅବସରରେ ଏହା ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ। 

ସେ  କହିଛନ୍ତି, ଯେହେତୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଛି, ତେଣୁ ଚଳିତ ଖରିଫ ଋତୁରେ ଅଧିକ ଧାନ ଅମଳ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। କିନ୍ତୁ ଧାନ ମଣ୍ଡିରେ ଯେପରି ଚାଷୀ କୌଣସି ପ୍ରକାର ଅସୁବିଧା ନ ଭୋଗିବ, ତାକୁ ଆଖିରେ ରଖି ମଣ୍ଡି ଗୁଡିକରେ ବିଶେଷ ସୁବିଧା ଉପଲବ୍ଧ କରାଇବାକୁ ସରକାର ଲକ୍ଷ୍ୟ ରଖୁଛନ୍ତି।

କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ଆଜି ଏହି ଉତ୍ସବ ପାଳିତ ହୋଇଛି। ଯେଉଁଠି କଟକ ଜିଲ୍ଲାର ୧୪ ଟି ଯାକ ବ୍ଲକର ଶତାଧିକ ଚାଷୀ ଉପସ୍ଥିତ ରହି ଏହି କେନ୍ଦ୍ରୀୟ ଯୋଜନାର ସିଧାସଳଖ ସୁବିଧା ହାସଲ କରିଛନ୍ତି।