ରାଜ୍ୟର ବିଜେପି ସରକାର ବିରୋଧରେ ଉତ୍କଳ ସମ୍ମିଳନୀର ସଂଗୀନ ଅଭିଯୋଗ
ଭୁବନେଶ୍ବର : ରାଜ୍ୟର ବିଜେପି ସରକାର ବିରୋଧରେ ଉତ୍କଳ ସମ୍ମିଳନୀର ସଂଗୀନ ଅଭିଯୋଗ। ରାଜ୍ୟର ସ୍ଵାର୍ଥ ରକ୍ଷା ପାଇଁ ସରକାରଙ୍କ... The post ରାଜ୍ୟର ବିଜେପି ସରକାର ବିରୋଧରେ ଉତ୍କଳ ସମ୍ମିଳନୀର ସଂଗୀନ ଅଭିଯୋଗ appeared first on .
ଭୁବନେଶ୍ବର : ରାଜ୍ୟର ବିଜେପି ସରକାର ବିରୋଧରେ ଉତ୍କଳ ସମ୍ମିଳନୀର ସଂଗୀନ ଅଭିଯୋଗ। ରାଜ୍ୟର ସ୍ଵାର୍ଥ ରକ୍ଷା ପାଇଁ ସରକାରଙ୍କ ପାଖରେ ସମୟ ନାହିଁ। ସୀମା ସୁରକ୍ଷା, ଭାଷା ସୁରକ୍ଷା ଆଦି ପ୍ରସଙ୍ଗ ବିଜେପି ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଉତ୍କଳ ସମ୍ମିଳନୀ ଏପରି ଅଭିଯୋଗ କରିବାର କାରଣ ହେଲା- ରାଜ୍ୟର ସୀମା ଓ ଭାଷାର ସୁରକ୍ଷା ପାଇଁ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ସହ ବାରମ୍ବାର ଚିଠି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାରମ୍ବାର ସମୟ ମଗାଯାଇଛି। କିନ୍ତୁ ଏ ଯାଏ ସମୟ ଦେଲେ ନାହିଁ ମୁଖ୍ୟମନ୍ତ୍ରୀ। କୋଟିଆ ଭଳି ସୀମା ସମସ୍ୟାର ସମାଧାନ, ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର, ପୂଜ୍ୟପୂଜାଙ୍କୁ ସମ୍ମାନ, ବର୍ଣବୋଧ ଛପା ହେବା, ଓଡ଼ିଆ ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ନେଇ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ଆଠ ଦଶ ଖଣ୍ଡ ଚିଠି ଲେଖିଛି ଉତ୍କଳ ସମ୍ମିଳନୀ। କିନ୍ତୁ କିଛି ଉତ୍ତର ନାହିଁ କି ପଦକ୍ଷେପ ନାହିଁ। ନବୀନ ସରକାର ତ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ବହୁ ପଦକ୍ଷେପ ନେଇଥିଲେ। ଏପରିକି ଓଡ଼ିଆ ଭାଷାର ବ୍ୟବହାର ନ କଲେ ଦଣ୍ଡ ବିଧାନର ବ୍ୟବସ୍ଥା କରିଥିଲେ। କିନ୍ତୁ ଏବେ ବି ୨୦ ପ୍ରତିଶତ ଦୋକାନ, ସଂସ୍ଥା, ଅନୁଷ୍ଠାନରେ ଓଡ଼ିଆ ଭାଷା ଲେଖାଯାଇ ନାହିଁ। ୮୦ ପ୍ରତିଶତ ସ୍ଥାନରେ ବୋର୍ଡ଼ରେ ଓଡ଼ିଆ ଅତି ଛୋଟ ଛୋଟ ଅକ୍ଷରରେ ଲେଖାଯାଇଛି ଓ ଅନ୍ୟ ଭାଷା ବଡ଼ ଅକ୍ଷରରେ ଲେଖାଯାଇଛି। ଯାହାକି ଓଡ଼ିଆ ଭାଷା ପ୍ରତି ଅସମ୍ମାନ। କିନ୍ତୁ ଏବର ସରକାରଙ୍କ ତା ଉପରେ ଦୃଷ୍ଟି ନାହିଁ। ନିୟମ ହୋଇ ମଧ୍ୟ କାର୍ଯ୍ୟକାରୀ ହେଉ ନାହିଁ। ଏହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ଉତ୍କଳ ସମ୍ମିଳନୀ।
ସେପଟେ ଓଡ଼ିଆ ଅସ୍ମିତା ପରିଷଦ ଅଭିଯୋଗ କରିଛି-ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଛି ବିଜେପି। ଯଦି ଓଡ଼ିଆ ଓ ଓଡ଼ିଶାର ସୁରକ୍ଷା ପ୍ରସଙ୍ଗରେ ଯେତେବେଳେ ଓଡ଼ିଆ ଜାତି ପ୍ରଶ୍ନ କରିବ ସେତେବେଳେ ସରକାର କି ଉତ୍ତର ଦେବେ ବୋଲି ପ୍ରଶ୍ନ କରିଛି ଏହି ସଂଗଠନ। କୋଟିଆ, ମହାନଦୀ ଓ ପୋଲାଭରମ ଭଳି ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚିନ୍ତା ନାହିଁ। କିନ୍ତୁ ଲୋକଙ୍କ ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା କର୍ମୀ କାଢ଼ିବା ଭଳି ହୀନ କାମରେ ବିଜେପି ସରକାର ଲାଗିଛି ବୋଲି ଅଭିଯୋଗ ଆଣିଛି ନାଗରିକ ସୁରକ୍ଷା ମଞ୍ଚ। ଏଥିରୁ ମୁଖ୍ୟମନ୍ତ୍ରୀ କ୍ଷାନ୍ତ ରହନ୍ତୁ ବୋଲି ଦାବି କରାଯାଇଛି। ତା ବଦଳରେ ଆମ୍ବ ଟାକୁଆ ମୃତ୍ୟୁକୁ ବିଜେପି ସରକାର ଧ୍ୟାନ ଦିଅନ୍ତୁ, ରାଜ୍ୟର ସ୍ୱାର୍ଥ ରକ୍ଷା ଓ ବିକାଶ ପାଇଁ ସରକାର କାମ କରନ୍ତୁ ବୋଲି ଦାବି କରିଛି ମଞ୍ଚ। ନଚେତ ଓଡ଼ିଶାବାସୀ ଏହାର ଜବାବ ଦେବେ ବୋଲି ଚେତାଇ ଦିଆଯାଇଛି। ସୀମା ସୁରକ୍ଷା ହେଉ କିମ୍ବା ଜଳବିବାଦ ବିଭିନ୍ନ କ୍ଷେତ୍ରରେ ପଡୋଶୀ ରାଜ୍ୟଗୁଡିକ ଓଡିଶାକୁ ଅସୁବିଧାରେ ପକାଉଥିବା ବେଳେ ରାଜ୍ୟ ବିଜେପି ସରକାରର କିନ୍ତୁ ଏସବୁ ପ୍ରତି ନିଘା ନାହିଁ। ଏହାକୁ ନେଇ ସବୁ ମହଲରେ ଅସନ୍ତୋଷ ତେଜିଲାଣି।
The post ରାଜ୍ୟର ବିଜେପି ସରକାର ବିରୋଧରେ ଉତ୍କଳ ସମ୍ମିଳନୀର ସଂଗୀନ ଅଭିଯୋଗ appeared first on .