ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ୨୨ରୁ ରାଜ୍ୟରେ ପାଗ ଫିଟିବା ସମ୍ଭାବନା

ଭୁବନେଶ୍ୱର, ୨୦।୩: କାଳ ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି । ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ବାୟୁ ମଣ୍ଡଳର ମଧ୍ୟଭାଗ ଓ ଉପରଭାଗ ମଧ୍ୟରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କେତେକ ଜିଲାରେ ଘଡ଼ଘଡ଼ି ଓ କୁଆପଥର ସହିତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ […] The post ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ୨୨ରୁ ରାଜ୍ୟରେ ପାଗ ଫିଟିବା ସମ୍ଭାବନା appeared first on Dharitri Odia News.

ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ୨୨ରୁ ରାଜ୍ୟରେ ପାଗ ଫିଟିବା ସମ୍ଭାବନା

ଭୁବନେଶ୍ୱର, ୨୦।୩: କାଳ ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି । ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ବାୟୁ ମଣ୍ଡଳର ମଧ୍ୟଭାଗ ଓ ଉପରଭାଗ ମଧ୍ୟରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କେତେକ ଜିଲାରେ ଘଡ଼ଘଡ଼ି ଓ କୁଆପଥର ସହିତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ତେବେ କାଳବୈଶାଖୀର ପ୍ରଭାବ କମିବା ପରେ ଆସନ୍ତା କାଲିଠାରୁ ରାଜ୍ୟରେ ପାଗ ଫିଟିବା ସମ୍ଭାବନା ରହିଛି। ୨୨ ତାରିଖରୁ ତାପମାତ୍ରା ବୃଦ୍ଧି ପାଇବା ସହ ପାଣିପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଅନୁମାନ କରିଛନ୍ତି। ବର୍ତମାନର ପାଣିପାଗ ସ୍ତିତି ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୦.୬ ମିମି ତୁଳନାରେ ୩୮୯୬% ଅଧିକ ବର୍ଷା ରେକର୍ଡ କରାଯାଇଛି। ବର୍ତମାନର ପାଣିପାଗ ସ୍ତିତି ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୦.୬ ମିମି ତୁଳନାରେ ୩୮୯୬% ଅଧିକ ବର୍ଷା ରେକର୍ଡ କରାଯାଇଛି।

କାଳବୈଶାଖୀଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍‌‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହିତ ସରକାରଙ୍କୁ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାପାଇଁ କୁହାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ଅର୍ଥାତ ଗୁରୁବାର ସାନ୍ଧ୍ୟ ପର୍ଯ୍ୟନ୍ତ ଗଂଜାମ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ ଏବଂ ଜଗତସିଂହପୁର ଜିଲାରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଓ କନ୍ଧମାଳ ଆଜି ଜିଲାରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି ଗୁରୁବାର ପର୍ଯ୍ୟନ୍ତ ଏହି ସବୁ ଜିଲାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

The post ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ୨୨ରୁ ରାଜ୍ୟରେ ପାଗ ଫିଟିବା ସମ୍ଭାବନା appeared first on Dharitri Odia News.