ରାଜ୍ୟର ୯ ଜିଲାରେ ସର୍ବାଧିକ ଗଞ୍ଜେଇ ଚାଷ, ଏଥର ହେବ ମୂଳପୋଛ: ଡିଜିପି
ଭୁବନେଶ୍ୱର,୨୫ା୧୧: ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗ୍ରୀନ କ୍ଲିନ୍ ଅଭିଯାନ ନେଇ ଡିଜିପି ଓ୍ବାଇବି ଖୁରାନିଆ ସୂଚନା ଦେଇ କହିଛନ୍ତି, ମୋଟ୍ ୫୪ଟି ଗଞ୍ଜେଇ ଚାଲାଣ ଓ ଚାଷ ନେଇ ମାମଲା ରୁଜୁ ହୋଇଥିବାବେଳେ ୫୩୦୦ କେଜି ଗଞ୍ଜେଇ ଜବତ ସହ ୮୦ ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ନଗଦ ୧୫ ଲକ୍ଷରୁ ଅଧିକ ଟଙ୍କା ଏବଂ ୨୦ଟି ଗାଡ଼ି ଜବତ ହୋଇଛି। ଡିଜିପି ଆଉ ଏକ ବଡ଼ […] The post ରାଜ୍ୟର ୯ ଜିଲାରେ ସର୍ବାଧିକ ଗଞ୍ଜେଇ ଚାଷ, ଏଥର ହେବ ମୂଳପୋଛ: ଡିଜିପି appeared first on Dharitri Odia News.
ଭୁବନେଶ୍ୱର,୨୫ା୧୧: ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗ୍ରୀନ କ୍ଲିନ୍ ଅଭିଯାନ ନେଇ ଡିଜିପି ଓ୍ବାଇବି ଖୁରାନିଆ ସୂଚନା ଦେଇ କହିଛନ୍ତି, ମୋଟ୍ ୫୪ଟି ଗଞ୍ଜେଇ ଚାଲାଣ ଓ ଚାଷ ନେଇ ମାମଲା ରୁଜୁ ହୋଇଥିବାବେଳେ ୫୩୦୦ କେଜି ଗଞ୍ଜେଇ ଜବତ ସହ ୮୦ ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ନଗଦ ୧୫ ଲକ୍ଷରୁ ଅଧିକ ଟଙ୍କା ଏବଂ ୨୦ଟି ଗାଡ଼ି ଜବତ ହୋଇଛି।
ଡିଜିପି ଆଉ ଏକ ବଡ଼ ସୂଚନା ଦେଇ କହିଛନ୍ତି, ରାଜ୍ୟର ୯ଟି ଜିଲାରେ ସର୍ବାଧିକ ଗଞ୍ଜେଇ ଚାଷ ହେଉଛି। ଡ୍ରୋନ୍ ଓ ସାଟେଲାଇଟ୍ ମାଧ୍ୟମରେ ଏଥିପ୍ରତି କଡ଼ା ନଜର ରଖାଯାଇଛି। ଉକ୍ତ ସ୍ଥାନରୁ ମଧ୍ୟ ଗଞ୍ଜେଇ ମୂଳପୋଛ ହେବାକୁ ଲକ୍ଷ୍ୟ ରହିଛି।
The post ରାଜ୍ୟର ୯ ଜିଲାରେ ସର୍ବାଧିକ ଗଞ୍ଜେଇ ଚାଷ, ଏଥର ହେବ ମୂଳପୋଛ: ଡିଜିପି appeared first on Dharitri Odia News.