ରାଜ୍ୟରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢୁଛି ଜେଏନ୍‌.୧ କରୋନା ଆକ୍ରାନ୍ତଂକ ସଂଖ୍ୟା I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ବେଳେ ସେ ସୁନ୍ଦରଗଡର ବାସିନ୍ଦା। ଅନ୍ୟ ଜଣେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାନୁସାରେ,ରାଜ୍ୟରେ ଗତ ୨୪ ଘଣ୍ଟା […]

ରାଜ୍ୟରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢୁଛି ଜେଏନ୍‌.୧ କରୋନା ଆକ୍ରାନ୍ତଂକ ସଂଖ୍ୟା I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ବେଳେ ସେ ସୁନ୍ଦରଗଡର ବାସିନ୍ଦା। ଅନ୍ୟ ଜଣେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁସାରେ,ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୫ ଜଣାରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି I ସେପଟେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବଢିବା ପରେ ଟେଷ୍ଟିଙ୍ଗକୁ ବଢ଼ାଇ ଦିଆଯାଇଛି I ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା କାଶ ଲାଗି ରହୁଛି ତେବେ ତୁରନ୍ତ ଟେଷ୍ଟିଙ୍ଗ କରାଇବାକୁ ପରାମର୍ଶ ଦିଆଯାଇଛି I