ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୨.୪୬% ମତଦାନ

ଭୁବନେଶ୍ବର ୧।୬: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୨.୪୬ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ବରରେ ୬୧.୯୧ ପ୍ରତିଶତ, ଭଦ୍ରକରେ ୫୮.୨୧ ପ୍ରତିଶତ, ଜଗତସିଂହପୁରରେ ୬୫.୯୩ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୬୨.୦୨ ପ୍ରତିଶତ, ମୟୂରଭଞ୍ଜରେ ୬୪.୧୭ ପ୍ରତିଶତ ମତଦାନ ହୋଇଛି । ଜଗତସିଂହପୁରରେ ସର୍ବାଧିକ ମତଦାନ ହୋଇଥିବା ବେଳେ ବାଲେଶ୍ବରରେ ସର୍ବନିମ୍ନ ଭୋଟିଂ ହୋଇଛି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି ।  ୬ଟି ଲୋକସଭା କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଛି ଭୋଟ୍ ।ଏହି ଶେଷ ପର୍ଯ୍ୟାୟରେ ୧୪୦୦ରୁ ଅଧିକ ବୁଥ୍‌ ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ  ହୋଇଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବାକୁ ସବୁପ୍ରକାର ପ୍ରସ୍ତୁତି ସରିଛି । ୪୨ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ପାଇଁ ମୋଟ୍  ୧୨୫ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ବାହିନୀ ନିୟୋଜିତ ହୋଇଛନ୍ତି । You Can Read :ଶେଷ ପର୍ଯ୍ୟାୟରେ ଚାଲିଛି ଭୋଟିଂ, ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭% ମତଦାନ  

ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୨.୪୬% ମତଦାନ

ଭୁବନେଶ୍ବର ୧।୬: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୨.୪୬ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ବରରେ ୬୧.୯୧ ପ୍ରତିଶତ, ଭଦ୍ରକରେ ୫୮.୨୧ ପ୍ରତିଶତ, ଜଗତସିଂହପୁରରେ ୬୫.୯୩ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୬୨.୦୨ ପ୍ରତିଶତ, ମୟୂରଭଞ୍ଜରେ ୬୪.୧୭ ପ୍ରତିଶତ ମତଦାନ ହୋଇଛି । ଜଗତସିଂହପୁରରେ ସର୍ବାଧିକ ମତଦାନ ହୋଇଥିବା ବେଳେ ବାଲେଶ୍ବରରେ ସର୍ବନିମ୍ନ ଭୋଟିଂ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି ।  ୬ଟି ଲୋକସଭା କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଛି ଭୋଟ୍ ।

ଏହି ଶେଷ ପର୍ଯ୍ୟାୟରେ ୧୪୦୦ରୁ ଅଧିକ ବୁଥ୍‌ ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ  ହୋଇଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବାକୁ ସବୁପ୍ରକାର ପ୍ରସ୍ତୁତି ସରିଛି । ୪୨ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ପାଇଁ ମୋଟ୍  ୧୨୫ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ବାହିନୀ ନିୟୋଜିତ ହୋଇଛନ୍ତି । 

You Can Read :

ଶେଷ ପର୍ଯ୍ୟାୟରେ ଚାଲିଛି ଭୋଟିଂ, ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭% ମତଦାନ