ରାଜ୍ୟରେ ଅସୁରକ୍ଷିତ ମହିଳା , ବଢିଚାଲିଛି ଗଣଦୁଷ୍କର୍ମ ଭୁଶୁଡ଼ିଛି ଆଇନଶୃଙ୍ଖଳା
ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ମହିଳା ଓ ନାବାଳିକା ଅସୁରକ୍ଷିତ। ବିଜେପି ସରକାର ଆସିବା ଦିନଠାରୁ ଗଣଦୁଷ୍କର୍ମ, ହତ୍ୟା ବଢି... The post ରାଜ୍ୟରେ ଅସୁରକ୍ଷିତ ମହିଳା , ବଢିଚାଲିଛି ଗଣଦୁଷ୍କର୍ମ ଭୁଶୁଡ଼ିଛି ଆଇନଶୃଙ୍ଖଳା appeared first on .
ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ମହିଳା ଓ ନାବାଳିକା ଅସୁରକ୍ଷିତ। ବିଜେପି ସରକାର ଆସିବା ଦିନଠାରୁ ଗଣଦୁଷ୍କର୍ମ, ହତ୍ୟା ବଢି ଚାଲିଛି।ଏହାକୁ ରୋକିବାରେ ସରକାରଙ୍କ ବିଫଳତାକୁ ଦାୟୀ କରିଛି ମୁଖ୍ୟ ବିରୋଧୀ ବିଜେଡି। ବିଜେପି ସରକାର ବିରୋଧରେ ମହିଳାମାନେ ଜନ ଜାଗରଣ ସୃଷ୍ଟି କଲେଣି। ଗୋପାଳପୁର ଗଣଦୁଷ୍କର୍ମ ନେଇ ବିରୋଧୀ ଦଳ ନେତା ନିନ୍ଦା କରିବା ସହ ମହିଳାଙ୍କ ସୁରକ୍ଷା ଲାଗି ସରକାର ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ସରକାର ରହିଛନ୍ତି ବ୍ୟାକଫୁଟରେ।
ରାଜ୍ୟରେ ସୁରକ୍ଷିତ ନୁହନ୍ତି ମହିଳା। ବଢିଛି ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଓ ନିର୍ଯାତନା। ନିତିଦିନିଆ ଘଟଣାରେ ପରିଣତ ହୋଇଛି ଏସବୁ ଘଟଣା। ବ୍ରହ୍ମପୁରରୁ କେନ୍ଦୁଝର ଯାଏ ସବୁଠି ଅସୁରକ୍ଷିତ ମହିଳା । ବିଜେପି ସରକାର ଉତ୍ସବରେ ମାତିଥିବା ବେଳେ ରାଜ୍ୟରେ ଭୁଶୁଡ଼ିଛି ଆଇନଶୃଙ୍ଖଳା। ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗୋପାଳପୁର ଗଣଦୁଷ୍କର୍ମ ନେଇ ନବୀନ ଉଦବେଗ ପ୍ରକାଶ କରିବା ସହ ଗଣଦୁଷ୍କର୍ମ ଖବର ଅତ୍ୟନ୍ତ ସ୍ପର୍ଶକାତର ତଥା ସଭିଙ୍କୁ ଏହା ବିଚଳିତ କରିଛି ବୋଲି କହିଛନ୍ତି। ପର୍ଯ୍ୟଟନସ୍ଥଳୀରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନା ରୋକିବା ଦିଗରେ ସରକାର ସଜାଗ ରହିବାକୁ ନବୀନ ପରାମର୍ଶ ଦେଇଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି ବିଜେପି ସରକାରରେ ମହିଳା ଅସୁରକ୍ଷତି। ମହିଳାଙ୍କୁ ମିଛ ସ୍ବପ୍ନ ଦେଖାଇ ବିଜେପି ଭୋଟ ନେଇ ପ୍ରତାରଣା କରିଛି ।
ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିସାନା କରିଛନ୍ତି । ବାରମ୍ବାର ମହିଳା ସୁରକ୍ଷା ଓ ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଥିଲେ ମଧ୍ୟ ଫଳଶୂନ। ତେଣୁ ମୁଖ୍ୟମନ୍ତ୍ରୀ ନିଜର ବିଫଳତାକୁ ସ୍ବୀକାର କରି ପଦରୁ ଇସ୍ତଫା ଦିଅନ୍ତୁ ବୋଳି ସାଂସଦ ଦାବି କରିଛନ୍ତି। ଏହାର ଜବାବ ରଖିଛି ବିଜେପି ।
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବାରମ୍ବାର ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ସରକାର କିନ୍ତୁ ଏ ଦିଗରେ ନିଦାବିଷ୍ଣୁ ସାଜିଛନ୍ତି । ରାଜ୍ୟରେ ମହିଳା ଅସୁରକ୍ଷିତ ହେବା ସହ ଘରୁ ବାହାରିବାକୁ ଡରିଲେଣି ବୋଲି ବିଜେଡି ଅଭିଯୋଗ କରିଛି ।
The post ରାଜ୍ୟରେ ଅସୁରକ୍ଷିତ ମହିଳା , ବଢିଚାଲିଛି ଗଣଦୁଷ୍କର୍ମ ଭୁଶୁଡ଼ିଛି ଆଇନଶୃଙ୍ଖଳା appeared first on .