ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଆସିବା ପରଠୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ବର୍ତ୍ତମାନ ନୂଆ ସରକାରକୁ ୧୧ ମାସ ଚାଲିଥିବା ବେଳେ ଏହି ୧୧ ମାସରେ ସାରା ରାଜ୍ୟରେ ଶିଶୁ ଅପହରଣ, ଆଦିବାସୀ ଛାତ୍ରୀ ଅପହରଣ ହେଉଛନ୍ତି । ଶିଶୁ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ନିର୍ଯ୍ୟାତନା ଖବର ଆସୁଛି । କୁଚିଣ୍ଡା, ରାଉରକେଲା, ମୟୂରଭଞ୍ଜରୁ ମାଲକାନଗିରି ଯାଏଁ ଶିଶୁ ନିର୍ଯ୍ୟାତନାର ଖବର ଆସୁଛି। ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପୁଲିସର ଆଭିମୁଖ୍ୟ […]

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିଲା ବିଜେଡି
BJD attacks government over law and order situation in the state

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଆସିବା ପରଠୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ବର୍ତ୍ତମାନ ନୂଆ ସରକାରକୁ ୧୧ ମାସ ଚାଲିଥିବା ବେଳେ ଏହି ୧୧ ମାସରେ ସାରା ରାଜ୍ୟରେ ଶିଶୁ ଅପହରଣ, ଆଦିବାସୀ ଛାତ୍ରୀ ଅପହରଣ ହେଉଛନ୍ତି । ଶିଶୁ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ନିର୍ଯ୍ୟାତନା ଖବର ଆସୁଛି । କୁଚିଣ୍ଡା, ରାଉରକେଲା, ମୟୂରଭଞ୍ଜରୁ ମାଲକାନଗିରି ଯାଏଁ ଶିଶୁ ନିର୍ଯ୍ୟାତନାର ଖବର ଆସୁଛି। ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପୁଲିସର ଆଭିମୁଖ୍ୟ ଲୋକଙ୍କୁ ଚିନ୍ତାରେ ପକାଇଛି। ଯାହାକୁ ନେଇ ଆଜି ସରକାରଙ୍କୁ ଘେରିଛି ବିଜେଡି।

ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରତିଦିନ ସାରା ରାଜ୍ୟରୁ ଯୌନ ଉତ୍ପୀଡ଼ନ ଓ ହତ୍ୟା ଭଳି ଘଟଣା ସାମ୍ନାକୁ ଆସୁଛୁ। ଯାହା କେବଳ ବିଫଳ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଘଟୁଛି। ଦୋଷୀଙ୍କୁ ଦଣ୍ଡ ଓ ତଦନ୍ତ ବଦଳୋର ପୁଲିସର ଆଭିମୁଖ୍ୟ ଚିନ୍ତାଜନକ ରହିଛି। କୁଚିଣ୍ଡାରେ ଲୋକେ ପ୍ରତିବାଦ କରିବା ପରେ ମାମଲା ହେଲା। ରାଜଧାନୀ ନାକ ତଳେ ଡେଲାଙ୍ଗ ରତନପୁର ଗାଁରେ ଯେଉଁ ପରି ଲୋମହର୍ଷଣକାରୀ ଘଟଣା ଘଟିଛି, ତାକୁ କଡା ଭାଷାରେ ନିନ୍ଦା କରୁଛୁ। ପୁରୀ ଏସପି ବିବରଣୀ ଦେଇଛନ୍ତି ୧୫ ତାରିଖରେ ପିଲାଟି ନିଖୋଜ ହେଲା।  ମିସିଙ୍ଗ କେଶ ହେଲା ଥାନାରେ, ୭ ଦିନ ଯାଏଁ ଯେବେ ୧୧ ବର୍ଷର ଶିଶୁ ମିଳିଲା ନାହିଁ, ଶିଶୁର ପିତା ଯାହାକୁ ସନ୍ଦେହ କରୁଥିଲେ ତାକୁ ପୁଲିସ ପଚରାଉଚରା କରି ଛାଡ଼ି ଦେଲେ। ତା ପରେ ଗାଁ ଲୋକ ପୁଲିସର ଏପରି ଆଭିମୁଖ୍ୟ ବିରୋଧରେ ରାସ୍ତା ରୋକ କଲେ ।ତେବେ ଯାଇଁ ଦୋଷୀ ଧରା ହେଲା। ଗାଁ ଲୋକ ପୁଲିସର ଆଭିମୁଖ୍ୟ ଓ ତଦନ୍ତର କାଳକ୍ଷେପଣ ନୀତି ବିରୋଧରେ ପ୍ରତିବାଦ କରିବାରୁ ୪୬ ଜଣଙ୍କ ନାଁରେ କେଶ ହୋଇଛି। ଲୋକଙ୍କ ବିରୋଧରେ ଯେଉଁ କେଶ ହେଲା, ଏହାକୁ ଲୋକେ ବିଚାର କରିବେ।

ପୂର୍ବରୁ ପିପିଲିରେ ୭ ବର୍ଷର ଝିଅକୁ ଧର୍ଷଣ କରାଗଲା। ଏହା ଘୋର ନିନ୍ଦନୀୟ । ପୁଲିସ କେମିତି ତଦନ୍ତ କରୁଛି ତାହା ଆଗକୁ ଜଣାପଡିବ। ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ବିଜେଡି ରତନପୁର ଯାଉଛି । ପରିବାର ଓ ଲୋକଙ୍କୁ ଟିମ ଭେଟିବ । କାହିଁକି ତଦନ୍ତରେ ବିଳମ୍ବ ହେଲା ? ୪୬ ଜଣଙ୍କ ବିରୋଧରେ କାହିଁକି ମାମଲା ହେଲା ? ସେ ନେଇ ଆଲୋଚନା କରାଯିବ । ଆବଶ୍ୟକ ପଡିଲେ ପୁରୀ ଏସପିଙ୍କୁ ଭେଟିବୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା।

ସେହିପରି ତଦନ୍ତରେ କାହିଁକି ଅବହେଳା ହେଲା ଏକ ଟିମ ଗଠନ କରି ତଦନ୍ତ କରିବାକୁ ଦାବି କରିଛନ୍ତି ପୂର୍ବତନ ପିପିଲି ବିଧାୟକ ତଥା ବିଜେଡି ନେତା ରୁଦ୍ର ମହାରଥୀ । ଏହାସହ ମାମଲାର ବିଚାର ଫାଷ୍ଟ ଟ୍ରାକ କୋର୍ଟରେ କରାଯାଉ ବୋଲି ସେ ଦାବି କରିଛନ୍ତି । କାରଣ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରାଯାଇଥିଲା ହେଲେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏ ନେଇ କିଛି କହିଲେ ନାହିଁ । ପ୍ରତିବାଦ ସମୟରେ ଜିଲ୍ଲାପାଳଙ୍କୁ ବାରମ୍ବାର ଫୋନ କରିଥିଲେ ବି ସେ ଫୋନ ଅଫ ରଖିଥିଲେ । ମୃତଦେହ ଆସିବା ପରେ ବି ସେ ଆସିନଥିଲେ । ଏହା ନିନ୍ଦନୀୟ । ସରକାର କ୍ଷତିପୂରଣ ବାବଦରେ ଆଶୀର୍ବାଦଙ୍କ ପରିବାରକୁ ଏକ କୋଟି ଟଙ୍କା ଦିଅନ୍ତୁ ।