ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ
ଭୁବନେଶ୍ୱର,୧୬ା୩: ଶନିବାର ଭାରତ ନିର୍ବାଚନ ଆୟୋଗ ରାଜ୍ୟରେ ୨୧ଟି ଲୋକ ସଭା ଏବଂ ୧୪୭ ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩, ୨୦, ୨୫ ଏବଂ ଜୁନ୍ ୧ରେ ଆମ ରାଜ୍ୟରେ ନିର୍ବାଚନ ହେବ। ଏଥିସହିତ ଆଜିଠାରୁ ଅର୍ଥାତ୍ ମାର୍ଚ୍ଚ ୧୬ରୁ ଆଦର୍ଶ ଆଚରଣ […] The post ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ appeared first on Dharitri Odia News.
ଭୁବନେଶ୍ୱର,୧୬ା୩: ଶନିବାର ଭାରତ ନିର୍ବାଚନ ଆୟୋଗ ରାଜ୍ୟରେ ୨୧ଟି ଲୋକ ସଭା ଏବଂ ୧୪୭ ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩, ୨୦, ୨୫ ଏବଂ ଜୁନ୍ ୧ରେ ଆମ ରାଜ୍ୟରେ ନିର୍ବାଚନ ହେବ। ଏଥିସହିତ ଆଜିଠାରୁ ଅର୍ଥାତ୍ ମାର୍ଚ୍ଚ ୧୬ରୁ ଆଦର୍ଶ ଆଚରଣ ବିଧି ମଧ୍ୟ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ଏହି ନିୟମ ଅନୁଯାୟୀ, ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ ଏବଂ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଇଁ ଲାଗୁ ହେବ। ନିର୍ବାଚନ ସରିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି।
The post ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ appeared first on Dharitri Odia News.