ରାଜ୍ୟରେ ଆୟକର ବିଭାଗର ବଡ଼ଧରଣର ଚଢାଉ, ଏକାସାଙ୍ଗେ ୨୫ଟି ସ୍ଥାନରେ ରେଡ୍‌

ଭୁବନେଶ୍ୱର ୨୬।୧୧ : ଆକ୍ସନରେ ଆୟକର ବିଭାଗ । ମଙ୍ଗଳବାର ସକାଳୁ ସକାଳୁ ରାଜ୍ୟରେ ବଡ଼ଧରଣ ଚଢାଉ କରିଛି ଆୟକର ବିଭାଗ । ଏକାସାଙ୍ଗେ ୨୫ଟି ସ୍ଥାନରେ ଚଢାଉ ଚାଲିଛି । ଏହି ସବୁ ସ୍ଥାନ ମଧ୍ୟରେ ଭୁବନେଶ୍ୱର ଏବଂ ରାଉରକେଲା ଅନେକ ଠିକଣା ରହିଛି । ଦୁଇଟି କମ୍ପାନୀ ଟିକସ ଫାଙ୍କିଥିବା ହୋଇଥିଲା ଅଭିଯୋଗ । ଯାହାକୁ ନେଇ ଆୟକର ବିଭାଗ ପକ୍ଷରୁ ଏସ୍‌ ଏନ୍‌ ମହାନ୍ତି ଏବଂ ଏମ୍‌ ଜି ମହାନ୍ତିଙ୍କ କମ୍ପାନୀ ଉପରେ ମଙ୍ଗଳବାର ସକାଳୁ ସକାଳୁ ଚଢାଉ କରିଛି ।  ବିଭିନ୍ନ ଟିମ୍‌ ଗଠନ କରି ରାଜ୍ୟରେ ଏକାସାଙ୍ଗେ ୨୫ଟି ସ୍ଥାନରେ ଚଢାଉ କରୁଛି ଆୟକର ବିଭାଗ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଅଧିକାଂଶ ଠିକଣା ଭୁବନେଶ୍ୱର ଏବଂ ରାଉରକେଲାର ହୋଇଥିବା ସୂଚନା ମିଳିଛି । ତେବେ ମିଳିଥିବା ଏକ ତଥ୍ୟ ଅନୁସାରେ ଭୁବନେଶ୍ୱରର ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା କମ୍ପାନୀର ଶାଖା ଉପରେ ଚଢାଉ ଚାଲିଛି । ସେପଟେ ଚଢାଉ ନେଇ ଦୁଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।  

ରାଜ୍ୟରେ ଆୟକର ବିଭାଗର ବଡ଼ଧରଣର ଚଢାଉ, ଏକାସାଙ୍ଗେ ୨୫ଟି ସ୍ଥାନରେ ରେଡ୍‌

ଭୁବନେଶ୍ୱର ୨୬।୧୧ : ଆକ୍ସନରେ ଆୟକର ବିଭାଗ । ମଙ୍ଗଳବାର ସକାଳୁ ସକାଳୁ ରାଜ୍ୟରେ ବଡ଼ଧରଣ ଚଢାଉ କରିଛି ଆୟକର ବିଭାଗ । ଏକାସାଙ୍ଗେ ୨୫ଟି ସ୍ଥାନରେ ଚଢାଉ ଚାଲିଛି । ଏହି ସବୁ ସ୍ଥାନ ମଧ୍ୟରେ ଭୁବନେଶ୍ୱର ଏବଂ ରାଉରକେଲା ଅନେକ ଠିକଣା ରହିଛି । 

ଦୁଇଟି କମ୍ପାନୀ ଟିକସ ଫାଙ୍କିଥିବା ହୋଇଥିଲା ଅଭିଯୋଗ । ଯାହାକୁ ନେଇ ଆୟକର ବିଭାଗ ପକ୍ଷରୁ ଏସ୍‌ ଏନ୍‌ ମହାନ୍ତି ଏବଂ ଏମ୍‌ ଜି ମହାନ୍ତିଙ୍କ କମ୍ପାନୀ ଉପରେ ମଙ୍ଗଳବାର ସକାଳୁ ସକାଳୁ ଚଢାଉ କରିଛି ।  ବିଭିନ୍ନ ଟିମ୍‌ ଗଠନ କରି ରାଜ୍ୟରେ ଏକାସାଙ୍ଗେ ୨୫ଟି ସ୍ଥାନରେ ଚଢାଉ କରୁଛି ଆୟକର ବିଭାଗ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଅଧିକାଂଶ ଠିକଣା ଭୁବନେଶ୍ୱର ଏବଂ ରାଉରକେଲାର ହୋଇଥିବା ସୂଚନା ମିଳିଛି । ତେବେ ମିଳିଥିବା ଏକ ତଥ୍ୟ ଅନୁସାରେ ଭୁବନେଶ୍ୱରର ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା କମ୍ପାନୀର ଶାଖା ଉପରେ ଚଢାଉ ଚାଲିଛି । ସେପଟେ ଚଢାଉ ନେଇ ଦୁଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।