ରାଜ୍ୟରେ ଉପରମୁହାଁ ପାରଦ, ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଉପରମୁହାଁ ପାରଦ। ୨୯ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଛୁଇଁବ ୪୦ ଡିଗ୍ରୀ । ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ। ଗତକାଲି ୬ ସହରରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ୩ଟି ସହରରେ ୩୮ ଉପରେ ରହିଥିଲା ପାରଦ । ଆଗାମୀ ୩ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ଥିବା ଭୁବେନଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । […] The post ରାଜ୍ୟରେ ଉପରମୁହାଁ ପାରଦ, ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ appeared first on KNews Odisha.

ରାଜ୍ୟରେ ଉପରମୁହାଁ ପାରଦ, ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ
heat wave

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଉପରମୁହାଁ ପାରଦ। ୨୯ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଛୁଇଁବ ୪୦ ଡିଗ୍ରୀ । ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ। ଗତକାଲି ୬ ସହରରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ୩ଟି ସହରରେ ୩୮ ଉପରେ ରହିଥିଲା ପାରଦ । ଆଗାମୀ ୩ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ଥିବା ଭୁବେନଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶାରେ ପାଗ ଶୁଖିଲା ରହିବା ସହ ବାୟୁମଣ୍ଡଳରେ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଫଳରେ ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି ।

ଏପ୍ରିଲ ପ୍ରଥମ ସପ୍ତାହରୁ ଉପକୂଳ ଓଡ଼ିଶା ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାରେ ୩୫ ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ସୀମିତ ରହିବ। ଆଭ୍ୟନ୍ତରୀଣରେ ୩୫ ରୁ ୩୯ ଡିଗ୍ରୀ ଓ ପରେ କେତେକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା ରହିଛି। ୩୧ ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

The post ରାଜ୍ୟରେ ଉପରମୁହାଁ ପାରଦ, ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ appeared first on KNews Odisha.