ରାଜ୍ୟରେ ଖୋଲିଲା ଧାନମଣ୍ଡି, ବ୍ୟବସ୍ଥା ନେଇ ଶାସକ-ବିରୋଧୀ ମୁହାଁମୁହିଁ
ଭୁବନେଶ୍ୱର ୨୦।୧୧ : ବୁଧବାରଠୁ ଖୋଲିଛି ଧାନମଣ୍ଡି । ରାଜ୍ୟ ସରକାର ଧାନ କିଣା ପାଇଁ ବିଭିନ୍ନ ପନ୍ଥା ଆପଣାଇଥିବା କହୁଥିବା ବେଳେ ବିରୋଧୀ ଦଳ କହୁଛନ୍ତି କିଛି ହୋଇନାହିଁ । ରାଜ୍ୟ ସରକାର ଧାନ କିଣା ଲାଗି ସଠିକ୍ ଆୟୋଜନ କରିନାହାନ୍ତି। ବିଜେଡି ବିଧାୟକ କଳିକେଶ ସିଂଦେଓ ଧାନ କିଣା ପ୍ରସଙ୍ଗରେ କହିଛନ୍ତି ଯେ, ଜିଲ୍ଲାସ୍ତରୀୟ ବୈଠକ ହେବାର ବହୁତ ବିଳମ୍ବ ହୋଇଛି । ଯେଉଁଥି ପାଇଁ ଧାନ କିଣା ନେଇ ବ୍ୟାପକ ଆୟୋଜନ ହୋଇଛି ନା ନାହିଁ ସନ୍ଦେହ ଉପଜୁଛି । ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଅନୁସାରେ, ଧାନ କିଣା ତରିକା କିଛି ନାହିଁ ।କଟ୍ନୀ ଛଟନୀ ପାଇଁ କିଏ ଧାନ କିଣୁନାହାନ୍ତି । କଟ୍ନୀ ହେଲେ ହିଁ ମିଲର ମାନେ ଧାନ କିଣିବେ ବୋଲି କହୁଛନ୍ତି । ସେପଟେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ବିଜେପି ସରକାର ଲୋକଙ୍କ ସରକାର । ସଂକଳ୍ପ ପତ୍ରରେ କହିଥିଲୁ ୩୧୦୦ ଟଙ୍କା ଦିଆଯିବ । ଆଜିଠୁ ଧାନ କିଣା ହେଉଛି ।ଯେଉଁଭଳି ଭାବରେ ମିଲର ରାଜ କରି ସବୁ ଧାନରୁ କୁଇଣ୍ଟାଲ୍ ପିଛା ୫ କେଜି କାଟୁଥିଲେ, ଏବର୍ଷ ତାହା ହେଉନି । ସବୁ ମନ୍ତ୍ରୀ ସଜାଗ ଅଛନ୍ତି । କଟନୀ ଛଟନୀ ବନ୍ଦ ହେବ । ସବୁ ଜାଗାରେ ଧାନର ମାନ ପରୀକ୍ଷା କରାଯିବ । ଆଉ ଚାଷୀକୁ ତାର ଉଚିତ୍ ହକ୍ ଦିଆଯିବ।
ଭୁବନେଶ୍ୱର ୨୦।୧୧ : ବୁଧବାରଠୁ ଖୋଲିଛି ଧାନମଣ୍ଡି । ରାଜ୍ୟ ସରକାର ଧାନ କିଣା ପାଇଁ ବିଭିନ୍ନ ପନ୍ଥା ଆପଣାଇଥିବା କହୁଥିବା ବେଳେ ବିରୋଧୀ ଦଳ କହୁଛନ୍ତି କିଛି ହୋଇନାହିଁ । ରାଜ୍ୟ ସରକାର ଧାନ କିଣା ଲାଗି ସଠିକ୍ ଆୟୋଜନ କରିନାହାନ୍ତି।
ବିଜେଡି ବିଧାୟକ କଳିକେଶ ସିଂଦେଓ ଧାନ କିଣା ପ୍ରସଙ୍ଗରେ କହିଛନ୍ତି ଯେ, ଜିଲ୍ଲାସ୍ତରୀୟ ବୈଠକ ହେବାର ବହୁତ ବିଳମ୍ବ ହୋଇଛି । ଯେଉଁଥି ପାଇଁ ଧାନ କିଣା ନେଇ ବ୍ୟାପକ ଆୟୋଜନ ହୋଇଛି ନା ନାହିଁ ସନ୍ଦେହ ଉପଜୁଛି । ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଅନୁସାରେ, ଧାନ କିଣା ତରିକା କିଛି ନାହିଁ ।କଟ୍ନୀ ଛଟନୀ ପାଇଁ କିଏ ଧାନ କିଣୁନାହାନ୍ତି । କଟ୍ନୀ ହେଲେ ହିଁ ମିଲର ମାନେ ଧାନ କିଣିବେ ବୋଲି କହୁଛନ୍ତି ।
ସେପଟେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ବିଜେପି ସରକାର ଲୋକଙ୍କ ସରକାର । ସଂକଳ୍ପ ପତ୍ରରେ କହିଥିଲୁ ୩୧୦୦ ଟଙ୍କା ଦିଆଯିବ । ଆଜିଠୁ ଧାନ କିଣା ହେଉଛି ।ଯେଉଁଭଳି ଭାବରେ ମିଲର ରାଜ କରି ସବୁ ଧାନରୁ କୁଇଣ୍ଟାଲ୍ ପିଛା ୫ କେଜି କାଟୁଥିଲେ, ଏବର୍ଷ ତାହା ହେଉନି । ସବୁ ମନ୍ତ୍ରୀ ସଜାଗ ଅଛନ୍ତି । କଟନୀ ଛଟନୀ ବନ୍ଦ ହେବ । ସବୁ ଜାଗାରେ ଧାନର ମାନ ପରୀକ୍ଷା କରାଯିବ । ଆଉ ଚାଷୀକୁ ତାର ଉଚିତ୍ ହକ୍ ଦିଆଯିବ।