ରାଜ୍ୟରେ ଚିନ୍ତା ବଢାଉଛି ଡେଙ୍ଗୁ: ଖୋର୍ଦ୍ଧାରେ ସର୍ବାଧିକ, ଭୁବନେଶ୍ୱରରେ ସ୍ଥିତି ସଂଗୀନ

ଭୁବନେଶ୍ୱର ୩୦/୦୭: ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ । ରାଜ୍ୟରେ ହଜାର ପାର୍ କଲା ଡେଙ୍ଗୁ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂଖ୍ୟା ୨୯୦ । ଭୁବନେଶ୍ଵରରେ ବି ସ୍ଥିତି ସଂଗୀନ୍ । ସୋମବାର ସୁଦ୍ଧା ୨୫୦ ଅତିକ୍ରମ କରିଛି ସ୍ମାର୍ଟସିଟି । ରାଉରକେଲାକୁ ସ୍ପେଶାଲ ଫୋକସ । ସୂଚନା ଥାଉକି, ବର୍ଷ ଆରମ୍ଭରୁ ହଜାର ଅତିକ୍ରମ କଲା ଡେଙ୍ଗୁ ସଂଖ୍ୟା । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ରହିଛି ଡେଙ୍ଗୁ ସଂଖ୍ୟା । ଗତ ବର୍ଷ ୬୬୦ ରୋଗୀ ଚିହ୍ନଟ ହୋଇଥିଲେ ଏହି ସମୟ ଭିତରେ । ଆଜି ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୧୦୭୬ ରୋଗୀ ଚିହ୍ନଟ ହୋଇଛନ୍ତି।   ଭୁବନେଶ୍ବରରେ ମଧ୍ୟ ୨୦୦ ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସମୟରେ ରାଉରକେଲା ଟିକେ ସମସ୍ୟା ଅଧିକ ଥିବାରୁ ଏହା ଉପରେ ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି । ସୁନ୍ଦରଗଡ଼ରେ ୨୧୮ ଡେଙ୍ଗୁ ସଂଖ୍ୟା ରହିଛି । ଟେଷ୍ଟିଂ ଅଧିକ ଥିବାରୁ ରୋଗୀ ମଧ୍ୟ ଅଧିକ ଚିହ୍ନଟ ହୋଇଛନ୍ତି। 

ରାଜ୍ୟରେ ଚିନ୍ତା ବଢାଉଛି ଡେଙ୍ଗୁ: ଖୋର୍ଦ୍ଧାରେ ସର୍ବାଧିକ, ଭୁବନେଶ୍ୱରରେ ସ୍ଥିତି ସଂଗୀନ

ଭୁବନେଶ୍ୱର ୩୦/୦୭: ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ । ରାଜ୍ୟରେ ହଜାର ପାର୍ କଲା ଡେଙ୍ଗୁ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂଖ୍ୟା ୨୯୦ । ଭୁବନେଶ୍ଵରରେ ବି ସ୍ଥିତି ସଂଗୀନ୍ । ସୋମବାର ସୁଦ୍ଧା ୨୫୦ ଅତିକ୍ରମ କରିଛି ସ୍ମାର୍ଟସିଟି । ରାଉରକେଲାକୁ ସ୍ପେଶାଲ ଫୋକସ । 


ସୂଚନା ଥାଉକି, ବର୍ଷ ଆରମ୍ଭରୁ ହଜାର ଅତିକ୍ରମ କଲା ଡେଙ୍ଗୁ ସଂଖ୍ୟା । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ରହିଛି ଡେଙ୍ଗୁ ସଂଖ୍ୟା । ଗତ ବର୍ଷ ୬୬୦ ରୋଗୀ ଚିହ୍ନଟ ହୋଇଥିଲେ ଏହି ସମୟ ଭିତରେ । ଆଜି ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୧୦୭୬ ରୋଗୀ ଚିହ୍ନଟ ହୋଇଛନ୍ତି।   ଭୁବନେଶ୍ବରରେ ମଧ୍ୟ ୨୦୦ ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । 

ବର୍ତ୍ତମାନ ସମୟରେ ରାଉରକେଲା ଟିକେ ସମସ୍ୟା ଅଧିକ ଥିବାରୁ ଏହା ଉପରେ ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି । ସୁନ୍ଦରଗଡ଼ରେ ୨୧୮ ଡେଙ୍ଗୁ ସଂଖ୍ୟା ରହିଛି । ଟେଷ୍ଟିଂ ଅଧିକ ଥିବାରୁ ରୋଗୀ ମଧ୍ୟ ଅଧିକ ଚିହ୍ନଟ ହୋଇଛନ୍ତି।