ରାଜ୍ୟରେ ଜାରି ରହିଛି ପ୍ରଚଣ୍ତ ଶୀତ: ଶିମିଳିପାଳରେ ତୁଷାରପାତ

ମୟୁରଭଞ୍ଜ:ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ। ଶିମିଳିପାଳ ଅଭୟାରଣ୍ୟର ଚହଳା ଏବଂ ଉପର ବାରାକାମୁଡ଼ାରେ ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟର କିଛି ସ୍ଥାନରେ ତୁଷାର ପାତ ହେଇଥିବାର ସୂଚନା ମିଳିଛି । ସେହିପରି ଚଳିତ ବର୍ଷର ପ୍ରଥମ ତୁଷାରପାତ ଲମତା ପୁଟ ଅଞ୍ଚଳରେ ହୋଇଛି।୪ ଡିଗ୍ରୀ ତଳକୁ ଖସିଲା ପାରଦ। ଅଞ୍ଚଳର କିଛି କିଛି ସ୍ଥାନରେ ତୁଷାରପାତ ହୋଇଛି। ଅନ୍ୟପଟେ କୋଇଡା ଅଂଚଳରେ ଚଳିତ ବର୍ଷର ଭୀଷଣ ତୁଷାରପାତ ଦେଖିବାକୁ ମିଳିଥିବା ବେଳେ […]

ରାଜ୍ୟରେ ଜାରି ରହିଛି ପ୍ରଚଣ୍ତ ଶୀତ: ଶିମିଳିପାଳରେ ତୁଷାରପାତ

ମୟୁରଭଞ୍ଜ:ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ। ଶିମିଳିପାଳ ଅଭୟାରଣ୍ୟର ଚହଳା ଏବଂ ଉପର ବାରାକାମୁଡ଼ାରେ ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟର କିଛି ସ୍ଥାନରେ ତୁଷାର ପାତ ହେଇଥିବାର ସୂଚନା ମିଳିଛି । ସେହିପରି ଚଳିତ ବର୍ଷର ପ୍ରଥମ ତୁଷାରପାତ ଲମତା ପୁଟ ଅଞ୍ଚଳରେ ହୋଇଛି।୪ ଡିଗ୍ରୀ ତଳକୁ ଖସିଲା ପାରଦ। ଅଞ୍ଚଳର କିଛି କିଛି ସ୍ଥାନରେ ତୁଷାରପାତ ହୋଇଛି।

ଅନ୍ୟପଟେ କୋଇଡା ଅଂଚଳରେ ଚଳିତ ବର୍ଷର ଭୀଷଣ ତୁଷାରପାତ ଦେଖିବାକୁ ମିଳିଥିବା ବେଳେ ଆଜି ରାତ୍ରୀ ତୁଷାରପାତ ଜାରି ରହିଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ଦେଖିବାକୁ ମିଳିଛି । ଖୋଲା ପଡ଼ିଆ ,ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି ।ରାଜ୍ୟରେ ଦୁଇ ଦିନ ପ୍ରଚଣ୍ଡ ଶୀତ ଅନୁଭୂତ ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ।ବିଶେଷକରି ଉପକୂଳ ଓ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ଡା ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି।