ରାଜ୍ୟରେ ଝଡ଼ବର୍ଷା: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୦ା୩(ଅନିଲ ଦାସ): ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଟ୍ରପ୍ଲାଇନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ହୀରାକୁଦରେ ୩୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୧୭.୪, ସୁନ୍ଦରଗଡ଼ ୧୭.୪, ଝାରସୁଗୁଡ଼ା ୨୪.୨, ଚାନ୍ଦବାଲି ୯.୨, ପାରାଦୀପ ୯.୬, ଅନୁଗୋଳ ୧୦, ଭୁବନେଶ୍ୱର ୭.୧, ତାଳଚେର ୧୫, ଦାରିଙ୍ଗବାଡ଼ି ୨୬, ପାରଳାଖେମୁଣ୍ଡି ୮, ଯାଜପୁର ୮, ଟିଟିଲାଗଡ଼ ୨ ଏବଂ କଟକରେ […] The post ରାଜ୍ୟରେ ଝଡ଼ବର୍ଷା: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷିବ appeared first on Dharitri Odia News.
ଭୁବନେଶ୍ୱର,୨୦ା୩(ଅନିଲ ଦାସ): ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଟ୍ରପ୍ଲାଇନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ହୀରାକୁଦରେ ୩୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୧୭.୪, ସୁନ୍ଦରଗଡ଼ ୧୭.୪, ଝାରସୁଗୁଡ଼ା ୨୪.୨, ଚାନ୍ଦବାଲି ୯.୨, ପାରାଦୀପ ୯.୬, ଅନୁଗୋଳ ୧୦, ଭୁବନେଶ୍ୱର ୭.୧, ତାଳଚେର ୧୫, ଦାରିଙ୍ଗବାଡ଼ି ୨୬, ପାରଳାଖେମୁଣ୍ଡି ୮, ଯାଜପୁର ୮, ଟିଟିଲାଗଡ଼ ୨ ଏବଂ କଟକରେ ୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବୁଧବାର ମଧ୍ୟ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସବୁ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିିଂ ଜାରି କରାଯାଇଛି। ଏହି ସମୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, ମାଲକାନଗିରି, ନବରଙ୍ଗପୁର ଏବଂ କେନ୍ଦୁଝର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବ। ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବୋହିବା ସମ୍ଭାବନା ରହିଛି। ରବି ଫସଲ ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।
The post ରାଜ୍ୟରେ ଝଡ଼ବର୍ଷା: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷିବ appeared first on Dharitri Odia News.