ରାଜ୍ୟରେ ତାତି ଆହୁରି ବଢ଼ିବ, ୪୦ ଡିଗ୍ରୀ ଡେଇଁପାରେ ପାରଦ
ଭୁବନେଶ୍ୱର ୧୨।୦୩ : ରାଜ୍ୟରେ ତାତି ଆହୁରି ବଢ଼ିବ । ମଙ୍ଗଳବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢ଼ିପାରେ । କିଛି ସ୍ଥାନରେ ତାତି ୪୦ ଡିଗ୍ରୀ ପାଖାପାଖି ରହିପାରେ। ରାଜ୍ୟକୁ ଆସୁଥିବା ସାମୁଦ୍ରିକ ପବନ ପ୍ରଭାବରେ୧୫ ତାରିଖରୁ ଖରା ଓ ତାତି କମିବ । ୧୬ରୁ ୨୦ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ସାହୁ କହିଛନ୍ତି, ମଙ୍ଗଳବାର ରାଜ୍ୟରେ ତାପମାତ୍ରା ବଢ଼ିବ । କିନ୍ତୁ ଉପକୂଳରେ ବେଶି ବଢ଼ିନପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢ଼ିବ । ୧୫ରୁ ରାଜ୍ୟକୁ ସାମୁଦ୍ରିକ ପବନ ଜୋର୍ରେ ବହିବ । ଏହା ପ୍ରଭାବରେ ତାତି କମିଯିବ । ସେହିଭଳି ୧୬ରୁ ୨୦ ଯାଏ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ସୋମବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୭.୭ ଡିଗ୍ରୀ ରେକର୍ଡ ହୋଇଛି । ମାଲକାନଗିରି, ସୋନପୁର ଓ ଭବାନୀପାଟଣାରେ ତାପମାତ୍ରା ୩୭ ଡିଗ୍ରୀ ରହିଛି । ବଲାଙ୍ଗୀରରେ ୩୬.୮, ଅନୁଗୁଳରେ ୩୫.୭, ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ୩୫.୬, ନୟାଗଡ଼ରେ ୩୫.୫, ଫୁଲବାଣୀରେ ୩୫.୪ ଓ ଭୁବନେଶ୍ୱରରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ତିନି ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତା
ଭୁବନେଶ୍ୱର ୧୨।୦୩ : ରାଜ୍ୟରେ ତାତି ଆହୁରି ବଢ଼ିବ । ମଙ୍ଗଳବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢ଼ିପାରେ । କିଛି ସ୍ଥାନରେ ତାତି ୪୦ ଡିଗ୍ରୀ ପାଖାପାଖି ରହିପାରେ। ରାଜ୍ୟକୁ ଆସୁଥିବା ସାମୁଦ୍ରିକ ପବନ ପ୍ରଭାବରେ୧୫ ତାରିଖରୁ ଖରା ଓ ତାତି କମିବ । ୧୬ରୁ ୨୦ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ସାହୁ କହିଛନ୍ତି, ମଙ୍ଗଳବାର ରାଜ୍ୟରେ ତାପମାତ୍ରା ବଢ଼ିବ । କିନ୍ତୁ ଉପକୂଳରେ ବେଶି ବଢ଼ିନପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢ଼ିବ । ୧୫ରୁ ରାଜ୍ୟକୁ ସାମୁଦ୍ରିକ ପବନ ଜୋର୍ରେ ବହିବ । ଏହା ପ୍ରଭାବରେ ତାତି କମିଯିବ । ସେହିଭଳି ୧୬ରୁ ୨୦ ଯାଏ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି।
ସୋମବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୭.୭ ଡିଗ୍ରୀ ରେକର୍ଡ ହୋଇଛି । ମାଲକାନଗିରି, ସୋନପୁର ଓ ଭବାନୀପାଟଣାରେ ତାପମାତ୍ରା ୩୭ ଡିଗ୍ରୀ ରହିଛି । ବଲାଙ୍ଗୀରରେ ୩୬.୮, ଅନୁଗୁଳରେ ୩୫.୭, ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ୩୫.୬, ନୟାଗଡ଼ରେ ୩୫.୫, ଫୁଲବାଣୀରେ ୩୫.୪ ଓ ଭୁବନେଶ୍ୱରରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ତିନି ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ଡିଗ୍ରୀ ବଢ଼ିବ। ରାତି ତାପମାତ୍ରା ବି ୨ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ । ୧୪ ଓ ୧୫ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।