ରାଜ୍ୟରେ ତାତିକୁ ଦେଖି ଘାରିଛି ମୁକାବିଲା ଚିନ୍ତା । ଏସଆରସି ଜାରି କଲେ ଏସଓପି । ସକାଳେ ଖୋଲିବ ଅଙ୍ଗନବାଡି
କନକ ବ୍ୟୁରୋ: ଏବେ ତାପମାତ୍ରା ଯେତିକି ରହିବା କଥା, ତା ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି । ଦିନ ସହ ରାତିର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ଗତକାଲି ରାଜଧାନୀରେ ଦିନର ତାପମାତ୍ରା ୩୬. ୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ରାଜ୍ୟର ଅନ୍ୟ ୧୫ଟି ସହରରେ ପାରଦ ୩୫ ଡିଗ୍ରୀ ଉପରେ ରହିଛି । ତାପମାତ୍ରା ବୃଦ୍ଧିକୁ ଦେଖି ଏସଆରସି ପକ୍ଷରୁ ସତର୍କ କରାଯାଇଛି । ଅଂଶୁଘାତରେ ଯେପରି କାହାର […] The post ରାଜ୍ୟରେ ତାତିକୁ ଦେଖି ଘାରିଛି ମୁକାବିଲା ଚିନ୍ତା । ଏସଆରସି ଜାରି କଲେ ଏସଓପି । ସକାଳେ ଖୋଲିବ ଅଙ୍ଗନବାଡି first appeared on Kanak News.

କନକ ବ୍ୟୁରୋ: ଏବେ ତାପମାତ୍ରା ଯେତିକି ରହିବା କଥା, ତା ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି । ଦିନ ସହ ରାତିର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ଗତକାଲି ରାଜଧାନୀରେ ଦିନର ତାପମାତ୍ରା ୩୬. ୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ରାଜ୍ୟର ଅନ୍ୟ ୧୫ଟି ସହରରେ ପାରଦ ୩୫ ଡିଗ୍ରୀ ଉପରେ ରହିଛି । ତାପମାତ୍ରା ବୃଦ୍ଧିକୁ ଦେଖି ଏସଆରସି ପକ୍ଷରୁ ସତର୍କ କରାଯାଇଛି । ଅଂଶୁଘାତରେ ଯେପରି କାହାର ମୃତ୍ୟୁ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସେହିପରି ସକାଳ ସମୟରେ ଅଙ୍ଗନବାଡି ଖୋଲିବାକୁ ବ୍ୟବସ୍ଥା ହୋଇଛି । ଗ୍ରୀଷ୍ମ ପ୍ରବାହକୁ ରୋକିବା ଓ ଏହାର ମୁକାବିଲା ପାଇଁ ଜନସଚେତନତା ସୃଷ୍ଟି କରିବା, ଜଳ ଯୋଗାଣ ସୁନିଶ୍ଚିତ କରିବା, ଦିନକାଳୀନ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବା ଆଦି ବିଭିନ୍ନ ପଦକ୍ଷେପ ନେବାକୁ ଏସଆରସି ଜିଲ୍ଲା ପ୍ରଶାସନକୁ କହିଛନ୍ତି । ଗୁରୁଚାପବଳୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଓଡିଶାରେ ସକ୍ରିୟ ରହିଛି । ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ୨୦ ଡିଗ୍ରୀରୁ ଅଧିକ ରହିବଏହା ସ୍ୱାଭାବିକ ତାପମାତ୍ରା ତୁଳନାରେ ୨ରୁ ୩ ଡିଗ୍ରୀ ଅଧିକ । ତେବେ ଆଜିଠୁ ଉପକୂଳ ଓ ଦକ୍ଷିଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।
The post ରାଜ୍ୟରେ ତାତିକୁ ଦେଖି ଘାରିଛି ମୁକାବିଲା ଚିନ୍ତା । ଏସଆରସି ଜାରି କଲେ ଏସଓପି । ସକାଳେ ଖୋଲିବ ଅଙ୍ଗନବାଡି first appeared on Kanak News.