ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ଵସ୍ତି, ତିନି ଦିନ ତାପମାତ୍ରା କମ୍ ରହିବ, ୮ରୁ ପୁଣି କଲବଲ କରିବ ଖରା

ଭୁବନେଶ୍ୱର,୦୬।୦୩: ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ବସ୍ତି। ଆଜି ଓ କାଲି କମ୍‌ ରହିବ ଖରା ପ୍ରକୋପ। ପାଣିପାଗ  ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ତିନି ଦିନ ଯାଏ ଦିନ  ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି । ଏହାପରେ  ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । କିନ୍ତୁ ରାତି ତାପମାତ୍ରା  ଅପରିବର୍ତ୍ତିତ ରହିବ। ଆସନ୍ତା ୮ରୁ ପୁଣି ବଢ଼ିବ ତାପାମତ୍ରା।ବୁଧବାର ବୌଦ୍ଧରେ ଦିନ  ତାପମାତ୍ରା ୩୮ ଡିଗ୍ରୀ ଟପିଥିଲା । ଏହା ରାଜ୍ୟର ସବୁଠୁ  ତତଲା ସହର ପାଲଟିଛି । ମଙ୍ଗଳବାର ଏଠାରେ ତାତି ୩୮.୫  ଡିଗ୍ରୀ ଥିବାବେଳେ ବୁଧବାର ସାମାନ୍ୟ ବଢ଼ିଥିଲା। ମାଲକାନଗିରିରେ  ୩୮.୪ ଡିଗ୍ରୀ ଥିବାବେଳେ ୩୭.୫ ଡିଗ୍ରୀ ରହିଥିଲା । ଅନୁଗୁଳରେ ୩୭.୯ ଡିଗ୍ରୀ ଥିବାବେଳେ ଆଜି ୩୭.୧  ଡିଗ୍ରୀକୁ ଖସିଥିଲା । ପାରଳାଖେମୁଣ୍ଡିରେ ୩୭.୮ରୁ ୩୬.୬,  ଭୁବନେଶ୍ୱରରେ ୩୬.୪ରୁ ୩୫ ଡିଗ୍ରୀକୁ ଖସିଛି ।

ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ଵସ୍ତି, ତିନି ଦିନ ତାପମାତ୍ରା କମ୍ ରହିବ, ୮ରୁ ପୁଣି କଲବଲ କରିବ ଖରା

ଭୁବନେଶ୍ୱର,୦୬।୦୩: ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ବସ୍ତି। ଆଜି ଓ କାଲି କମ୍‌ ରହିବ ଖରା ପ୍ରକୋପ। ପାଣିପାଗ  ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ତିନି ଦିନ ଯାଏ ଦିନ  ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି । ଏହାପରେ  ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । କିନ୍ତୁ ରାତି ତାପମାତ୍ରା  ଅପରିବର୍ତ୍ତିତ ରହିବ। ଆସନ୍ତା ୮ରୁ ପୁଣି ବଢ଼ିବ ତାପାମତ୍ରା।

ବୁଧବାର ବୌଦ୍ଧରେ ଦିନ  ତାପମାତ୍ରା ୩୮ ଡିଗ୍ରୀ ଟପିଥିଲା । ଏହା ରାଜ୍ୟର ସବୁଠୁ  ତତଲା ସହର ପାଲଟିଛି । ମଙ୍ଗଳବାର ଏଠାରେ ତାତି ୩୮.୫  ଡିଗ୍ରୀ ଥିବାବେଳେ ବୁଧବାର ସାମାନ୍ୟ ବଢ଼ିଥିଲା। ମାଲକାନଗିରିରେ  ୩୮.୪ ଡିଗ୍ରୀ ଥିବାବେଳେ ୩୭.୫ ଡିଗ୍ରୀ ରହିଥିଲା । ଅନୁଗୁଳରେ ୩୭.୯ ଡିଗ୍ରୀ ଥିବାବେଳେ ଆଜି ୩୭.୧  ଡିଗ୍ରୀକୁ ଖସିଥିଲା । ପାରଳାଖେମୁଣ୍ଡିରେ ୩୭.୮ରୁ ୩୬.୬,  ଭୁବନେଶ୍ୱରରେ ୩୬.୪ରୁ ୩୫ ଡିଗ୍ରୀକୁ ଖସିଛି ।