ରାଜ୍ୟରେ ଥିବା ସମସ୍ତ ବାରରେ ଆଜି ନିର୍ବାଚନ
ନନ୍ଦିଘୋଷ ବ୍ୟୁରୋ: ଆଜି ଆଇନଜୀବୀମାନଙ୍କ ନିର୍ବାଚନ। ରାଜ୍ୟରେ ଥିବା ସମସ୍ତ ବାରରେ ଆଜି ନିର୍ବାଚନ ହେଉଛି।୨୦୨୧ ମସିହା ଠାରୁ ପ୍ରତ୍ୟକ... The post ରାଜ୍ୟରେ ଥିବା ସମସ୍ତ ବାରରେ ଆଜି ନିର୍ବାଚନ appeared first on .
ନନ୍ଦିଘୋଷ ବ୍ୟୁରୋ: ଆଜି ଆଇନଜୀବୀମାନଙ୍କ ନିର୍ବାଚନ। ରାଜ୍ୟରେ ଥିବା ସମସ୍ତ ବାରରେ ଆଜି ନିର୍ବାଚନ ହେଉଛି।୨୦୨୧ ମସିହା ଠାରୁ ପ୍ରତ୍ୟକ ବାରରେ ଗୋଟିଏ ଦିନରେ ନିର୍ବାଚନ କରାଯାଉଛି।ସମସ୍ତ ବାରରେ ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ କରାଯାଉଛି।ବଡ଼କଥା ହେଉଛି ପ୍ରତ୍ୟକ ବର୍ଷ ମାର୍ଚ୍ଚ ଶେଷ ଶନିବାର ରେ ଏହି ନିର୍ବାଚନ ଆୟୋଜନ ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏହିକ୍ରମରେ ରାଜ୍ୟର ପ୍ରତ୍ୟକ ବାର ନିର୍ବାଚନ ପାଇଁ ଜଣେ ଆଇନଜୀବୀ କେବଳ ଗୋଟିଏ ଭୋଟ ଦେଇପାରିବ।ଅର୍ଥାତ ଜଣେ ଆଇନଜୀବୀ ଯେକୌଣସି ବାର ପାଇଁ ମାତ୍ର ଥରେ ମତଦାନ କରିପାରିବ।ଏହିକ୍ରମରେ ଆଜି ହାଇକୋର୍ଟ ବାର୍ ରେ ମଧ୍ୟ ନିର୍ବାଚନ ହେଉଛି।
୭ ଟି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।ଏହି ୭ ଟି ପଦବୀ ପାଇଁ ୪୦ ଜଣ ପାର୍ଥି ନିର୍ବାଚନ ଲଢ଼ୁଛନ୍ତି।ହାଇକୋର୍ଟ ବାର ନିର୍ବାଚନ ପାଇଁ ୪ ହଜାର ୭୫୦ ଜଣ ଆଇନଜୀବୀ ମତଦାନ ଦେବେ। ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୫ଟାରେ ଭୋଟ୍ ଗଣତି ହେବ। ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ପଦ ଲାଗି ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର, ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଏବଂ ଆଇନଜୀବୀ ସୁରେନ୍ଦ୍ରନାଥ କରଙ୍କ ମଧ୍ୟରେ ତ୍ରିମୁଖି ଲଢ଼େଇ ହେଉଛି।ସେହିପରି ଉପସଭାପତି ଓ ସମ୍ପାଦକ ପଦ ଲାଗି 5 ଜଣଙ୍କ ଲେଖାଏଁ ଆଇନଜୀବୀ ପ୍ରତିଦ୍ଵନ୍ଦିତା କରୁଛନ୍ତି ।
ଯୁଗ୍ମ ସମ୍ପାଦକ ଓ ସହକାରୀ ସମ୍ପାଦକ ପଦ ଲାଗି 4 ଜଣ ଲେଖାଏଁ ଆଇନଜୀବୀ ପ୍ରତିଦ୍ଵନ୍ଦିତା କରୁଛନ୍ତି । ପାଠାଗାର ସହକାରୀ ସମ୍ପାଦକ ପଦ ପାଇଁ 6 ଜଣ ପ୍ରତିଦ୍ବନ୍ଦୀତା କରୁଛନ୍ତି । ୯ଟି କାର୍ଯ୍ୟନିର୍ବାହୀ ସଭ୍ୟ ପଦ ଲାଗି ୧୩ଜଣ ଆଇନଜୀବୀ ପ୍ରାର୍ଥୀ ହୋଇଛନ୍ତି ।ତେବେ ଆଜି ସମସ୍ତ ପଦପଦବୀ ର ଫଳାଫଳ ଘୋଷଣା କରାଯିବ।ମାତ୍ର କେବଳ ଏକଜ୍ୟିକେଟିଭ ସଦସ୍ୟ ଫଳାଫଳ ଆସନ୍ତାକାଲି ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
The post ରାଜ୍ୟରେ ଥିବା ସମସ୍ତ ବାରରେ ଆଜି ନିର୍ବାଚନ appeared first on .