ରାଜ୍ୟରେ ନବୀନ ବାଣ୍ଟିଛନ୍ତି କଂଗ୍ରେସ ଟିକେଟ୍: ଧମେନ୍ଦ୍ରଙ୍କ ବୟାନକୁ ନେଇ ରାଜନୀତିରେ ଚର୍ଚ୍ଚା
ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସମୟରେ ଅନେକ ନେତା ନବୀନଙ୍କୁ କାଉଣ୍ଟର କରୁଛନ୍ତି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଧମେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ହିଁ ରାଜ୍ୟ କଂଗ୍ରେସ ଟିକେଟ୍ ବାଣ୍ଟିଛନ୍ତି। ଓଡ଼ିଶାରେ କଂଗ୍ରେସ ପାର୍ଟି ନବୀନଙ୍କ ପକେଟ୍ରେ ଅଛି। ଯେଉଁଠି ଯାହାକୁ ତାଙ୍କର ଇଛା ହେଲା, ସେଠି ଟିକେଟ୍ ଦେଇଛନ୍ତି। ବିଜେଡିର କହିବା ଅନୁସାରେ କଂଗ୍ରେସ ବାରମ୍ବାର […] The post ରାଜ୍ୟରେ ନବୀନ ବାଣ୍ଟିଛନ୍ତି କଂଗ୍ରେସ ଟିକେଟ୍: ଧମେନ୍ଦ୍ରଙ୍କ ବୟାନକୁ ନେଇ ରାଜନୀତିରେ ଚର୍ଚ୍ଚା appeared first on Dharitri Odia News.
ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସମୟରେ ଅନେକ ନେତା ନବୀନଙ୍କୁ କାଉଣ୍ଟର କରୁଛନ୍ତି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଧମେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ହିଁ ରାଜ୍ୟ କଂଗ୍ରେସ ଟିକେଟ୍ ବାଣ୍ଟିଛନ୍ତି। ଓଡ଼ିଶାରେ କଂଗ୍ରେସ ପାର୍ଟି ନବୀନଙ୍କ ପକେଟ୍ରେ ଅଛି। ଯେଉଁଠି ଯାହାକୁ ତାଙ୍କର ଇଛା ହେଲା, ସେଠି ଟିକେଟ୍ ଦେଇଛନ୍ତି। ବିଜେଡିର କହିବା ଅନୁସାରେ କଂଗ୍ରେସ ବାରମ୍ବାର ପ୍ରାର୍ଥୀ ବଦଳାଇଛି।
ତେବେ ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟକୁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଖଣ୍ଡନ କରିଛନ୍ତି।
ଭକ୍ତ କହିଛନ୍ତି, ଏଭଳି ମନ୍ତବ୍ୟରେ କୌଣସି ସତ୍ୟତା ନାହିଁ । ତାଙ୍କ ପାର୍ଟି ବିଫଳ ହେଉଥିବାରୁ ସେ ଏମିତି କହୁଛନ୍ତି। ଓଡ଼ିଶାରେ ବିଜେଡି-ଭାଜପା ମଧ୍ୟରେ ବୁଝାମଣା ହୋଇଯାଇଛି।
The post ରାଜ୍ୟରେ ନବୀନ ବାଣ୍ଟିଛନ୍ତି କଂଗ୍ରେସ ଟିକେଟ୍: ଧମେନ୍ଦ୍ରଙ୍କ ବୟାନକୁ ନେଇ ରାଜନୀତିରେ ଚର୍ଚ୍ଚା appeared first on Dharitri Odia News.