'ରାଜ୍ୟରେ ପାନୀୟ ଜଳ ସମସ୍ୟା ଚ୍ୟାଲେଞ୍ଜିଂ ରହିଛି, ୨୨ ଟି ପ୍ରକଳ୍ପ କାର୍ଯ୍ୟ ସରିଛି'
ଭୁବନେଶ୍ଵର: ଖରା ଯୋଗୁଁ ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ। ରାଜ୍ୟରେ ପାନୀୟ ଜଳ ସମସ୍ୟା ଚ୍ୟାଲେଞ୍ଜିଂ ରହିଛି। ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ସୁଦ୍ଧା କିଛି ମେଗା ପ୍ରକଳ୍ପ ସାରିବାକୁ ମନ୍ତ୍ରୀ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ମନ୍ତ୍ରୀ ରବି ନାଏକ କହିଛନ୍ତି।ସେ କହିଛନ୍ତି, ନୂଆପଡାରେ ୧୦୦ ପ୍ରତିଶତ କାମ ସରିଛି। ଏହି ସମୟରେ ରାଜ୍ୟର ୨୨ ଟି ପ୍ରକଳ୍ପ କାର୍ଯ୍ୟ ସରିଛି। ରାଜ୍ୟରେ ୨୪ ହଜାର ୭୦୦ ନଳକୂପରୁ ୧୭୦୦ ଖୋଳା ସାରିଲାଣି। ଆମ ରାଜ୍ୟରେ ଖୋଲିବାକୁ ପର୍ଯ୍ୟାପ୍ତ ମେସିନ ନ ଥିବାରୁ ଆନ୍ଧ୍ରରୁ ଅଧିକ ମେସିନ ଆଣିବାକୁ ଯୋଗାଯୋଗ କରାଯାଉଛି। ଜୁନ ୪ ତାରିଖ ସୁଦ୍ଧା ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥିତି ନେଇ ରିପୋର୍ଟ ଦେବାକୁ ସବୁ ଡିଭିଜନକୁ ନିର୍ଦ୍ଦେଶ ଦିଆଯାଇଛି।ଯେଉଁଥିରେ ଯାହା ଅସୁବିଧା ଅଛି ରିପୋର୍ଟ ଦେବାକୁ କୁହାଯାଇଛି। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନୂଆ ମନିଟରିଂ ସିଷ୍ଟମ ରାଜ୍ୟ ସରକାର ହାତକୁ ନେଇଛନ୍ତି। କାହାର କେତେ ପାଣି ଆବଶ୍ୟକ କିଏ ଅଧିକ ନେଉଛି ସେ ନେଇ ରାଜ୍ୟ ସ୍ତରରେ ସମୀକ୍ଷା ହେବ। ଚାଷ କାମ ବ୍ୟତୀତ ଜଳ ଅପଚୟକୁ ଦୂର କରିବାକୁ ନିଷ୍ପତ୍ତି ହୋଇଛି। ମେଗା ପାନୀୟ ଜଳ ପ୍ରକଳ୍ପ ରେ ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ସମ୍ପର୍କିତ ଅସୁବିଧା ଦେଖାଦେଉଥିଲା। ଏବେ ଏହାର ସମାଧାନ କରାଯାଇଥିବା ତାକୁ ଷ୍ଟ୍ରିମ ଲାଇନ କରାଯାଇଥିବା ମନ୍ତ୍
ଭୁବନେଶ୍ଵର: ଖରା ଯୋଗୁଁ ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ। ରାଜ୍ୟରେ ପାନୀୟ ଜଳ ସମସ୍ୟା ଚ୍ୟାଲେଞ୍ଜିଂ ରହିଛି। ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ସୁଦ୍ଧା କିଛି ମେଗା ପ୍ରକଳ୍ପ ସାରିବାକୁ ମନ୍ତ୍ରୀ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ମନ୍ତ୍ରୀ ରବି ନାଏକ କହିଛନ୍ତି।
ସେ କହିଛନ୍ତି, ନୂଆପଡାରେ ୧୦୦ ପ୍ରତିଶତ କାମ ସରିଛି। ଏହି ସମୟରେ ରାଜ୍ୟର ୨୨ ଟି ପ୍ରକଳ୍ପ କାର୍ଯ୍ୟ ସରିଛି। ରାଜ୍ୟରେ ୨୪ ହଜାର ୭୦୦ ନଳକୂପରୁ ୧୭୦୦ ଖୋଳା ସାରିଲାଣି। ଆମ ରାଜ୍ୟରେ ଖୋଲିବାକୁ ପର୍ଯ୍ୟାପ୍ତ ମେସିନ ନ ଥିବାରୁ ଆନ୍ଧ୍ରରୁ ଅଧିକ ମେସିନ ଆଣିବାକୁ ଯୋଗାଯୋଗ କରାଯାଉଛି। ଜୁନ ୪ ତାରିଖ ସୁଦ୍ଧା ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥିତି ନେଇ ରିପୋର୍ଟ ଦେବାକୁ ସବୁ ଡିଭିଜନକୁ ନିର୍ଦ୍ଦେଶ ଦିଆଯାଇଛି।ଯେଉଁଥିରେ ଯାହା ଅସୁବିଧା ଅଛି ରିପୋର୍ଟ ଦେବାକୁ କୁହାଯାଇଛି।
ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନୂଆ ମନିଟରିଂ ସିଷ୍ଟମ ରାଜ୍ୟ ସରକାର ହାତକୁ ନେଇଛନ୍ତି। କାହାର କେତେ ପାଣି ଆବଶ୍ୟକ କିଏ ଅଧିକ ନେଉଛି ସେ ନେଇ ରାଜ୍ୟ ସ୍ତରରେ ସମୀକ୍ଷା ହେବ। ଚାଷ କାମ ବ୍ୟତୀତ ଜଳ ଅପଚୟକୁ ଦୂର କରିବାକୁ ନିଷ୍ପତ୍ତି ହୋଇଛି। ମେଗା ପାନୀୟ ଜଳ ପ୍ରକଳ୍ପ ରେ ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ସମ୍ପର୍କିତ ଅସୁବିଧା ଦେଖାଦେଉଥିଲା। ଏବେ ଏହାର ସମାଧାନ କରାଯାଇଥିବା ତାକୁ ଷ୍ଟ୍ରିମ ଲାଇନ କରାଯାଇଥିବା ମନ୍ତ୍ରୀ ରବି ନାଏକ କହିଛନ୍ତି।