ରାଜ୍ୟରେ ପୁଣି ବଢିବ ତାତି

ଭୁବନେଶ୍ୱର,୯।୩(ଅସମାପିକା ସାହୁ): ଏପ୍ରିଲ ୧୩ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତ ମୂଳକ ବୃଦ୍ଧି ସମ୍ଭାବନା ରହିଛି ତଥା କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳରେ ୪୦ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଏନେଇ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ରବିବାର ବର୍ଷା ହେବା ଯୋଗୁ ତାପମାତ୍ରା ୨ରୁ ୫ ଡିଗ୍ରୀ ହ୍ରାସ ପାଇଛି। ଢେଙ୍କାନାଳ ଜିଲା ଭୁବନରେ […] The post ରାଜ୍ୟରେ ପୁଣି ବଢିବ ତାତି appeared first on Dharitri Odia News.

ରାଜ୍ୟରେ ପୁଣି ବଢିବ ତାତି

ଭୁବନେଶ୍ୱର,୯।୩(ଅସମାପିକା ସାହୁ): ଏପ୍ରିଲ ୧୩ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତ ମୂଳକ ବୃଦ୍ଧି ସମ୍ଭାବନା ରହିଛି ତଥା କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳରେ ୪୦ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଏନେଇ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ବିଭିନ୍ନ ସ୍ଥାନରେ ରବିବାର ବର୍ଷା ହେବା ଯୋଗୁ ତାପମାତ୍ରା ୨ରୁ ୫ ଡିଗ୍ରୀ ହ୍ରାସ ପାଇଛି। ଢେଙ୍କାନାଳ ଜିଲା ଭୁବନରେ ସର୍ବାଧିକ ୯୧ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ଦୁଇଦିନ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ୧୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପାଇଁ େୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏହାପରେ ୧୨ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି।

The post ରାଜ୍ୟରେ ପୁଣି ବଢିବ ତାତି appeared first on Dharitri Odia News.