ରାଜ୍ୟରେ ପୁଣି ବଢିବ ତାତି, ୨ୟ ପର୍ଯ୍ୟାୟ ନିର୍ବାଚନରେ ରହିବ ଗ୍ରୀଷ୍ମ ପ୍ରବାହର ପ୍ରଭାବ
ଭୁବନେଶ୍ବର: ରାଜ୍ୟରେ ପୁଣି ବଢିବ ତାତି। ୩ରୁ ୫ ଡିଗ୍ରୀ ବଢିବ ତାତି। ଯାହାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଗାମୀ ୩ଦିନ ରାଜ୍ୟରେ ବିଭିନ୍ନ ଜାଗାରେ ବର୍ଷା ଜାରି ରହିିବ। ୧୫ ଏବଂ ୧୬ ତାରିଖ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ। ୧୮ ଏବଂ ୧୯ ତାରିଖରେ କିଛି […]

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିବ ତାତି। ୩ରୁ ୫ ଡିଗ୍ରୀ ବଢିବ ତାତି। ଯାହାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଗାମୀ ୩ଦିନ ରାଜ୍ୟରେ ବିଭିନ୍ନ ଜାଗାରେ ବର୍ଷା ଜାରି ରହିିବ। ୧୫ ଏବଂ ୧୬ ତାରିଖ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ। ୧୮ ଏବଂ ୧୯ ତାରିଖରେ କିଛି ସ୍ଥାନରେ ଯେପରିକି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିବ।
୧୮ ତାରିଖରେ ବଲାଙ୍ଗୀର,ବରଗଡ଼, ଝାରସୁଗୁଡ଼ା,ନୂଆପଡ଼ା ଆଦି ସ୍ଥାନରେ ଗ୍ରୀଷ୍ମପ୍ରବାହ ରହିପାରେ। ୧୯ରେ ଏହି ଜିଲ୍ଲାଗୁଡିକ ସହ ବୌଦ୍ଧ ଏବଂ ସୋନପୁରରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। ଟ୍ବିନ ସିଟିରେ ତାପମାତ୍ରା ୩୭ରୁ ୩୮ ହେବାର ସମ୍ଭାବନା ଥିବା ବେଳେ ଅପରାହ୍ନରେ ବର୍ଷା ହୋଇପାରେ।
୨ୟ ପର୍ଯ୍ୟାୟ ନିର୍ବାଚନରେ ରହିବ ଗ୍ରୀଷ୍ମ ପ୍ରବାହର ପ୍ରଭାବ। ନିର୍ବାଚନ ହେବାକୁ ଥିବା କିଛି ଜିଲ୍ଲାରେ ରହିବ ଗ୍ରୀଷ୍ମ ପ୍ରବାହ। ବଲାଙ୍ଗୀର, ବରଗଡ଼ ଆଦି ଜିଲ୍ଲାରେ ରହିପାରେ ଗ୍ରୀଷ୍ମ ଲହରୀ। ଏହି ଜାଗାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିପାରେ। ଏହା ସହ ଅପରାହ୍ନ ପରେ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି । ତେଣୁ ପିକ୍ ଟାଇମ ପୂର୍ବରୁ ଭୋଟ ଦେବାକୁ ଉପଦେଶ ଦେଇଛି ପାଣିପାଗ କେନ୍ଦ୍ର। ଏହା ସହ ୧୧ ରୁ ୩ଟା ଭିତରେ ଭୋଟ ଦେବାକୁ ଯାଉଥିଲେ ଛତା,ପାଣି ବୋତଲ ଭଳି ଆବଶ୍ୟକ ଜିନିଷ ନେଇ ଯିବାକୁ ପରାମର୍ଶ ଦିଆଯାଇଛି।