ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ନାମାଙ୍କନ, ପ୍ରାର୍ଥୀପତ୍ର ଦାଖଲ କଲେ ବହୁ ହେଭିୱେଟ୍

ଶେଷ ଦିନରେ ତିନି ପ୍ରମୁଖ ଦଳର ବହୁ ହେଭିୱେଟ୍ ପ୍ରାର୍ଥୀ ନୋମିନେସନ ଦାଖଲ କରିଛନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ନାମାଙ୍କନ, ପ୍ରାର୍ଥୀପତ୍ର ଦାଖଲ କଲେ ବହୁ ହେଭିୱେଟ୍

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ନାମାଙ୍କନ ପର୍ବ । ଶେଷ ଦିନରେ ତିନି ପ୍ରମୁଖ ଦଳର ବହୁ ହେଭିୱେଟ୍ ପ୍ରାର୍ଥୀ ନୋମିନେସନ ଦାଖଲ କରିଛନ୍ତି । ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଗହଣରେ ଆସି ଛତ୍ରପୁର ଡିଆରଡିଏ କକ୍ଷରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ସେହିପରି ଚିକିଟି ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଜେନା ଓ ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ପ୍ରମୁଖ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଦିଗପହଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ଶାକା ସୁଜିତ ମଧ୍ୟ ନାମାଙ୍କନ ଭରିଛନ୍ତି। ଶେଷ ଦିନରେ ନବରଙ୍ଗପୁର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ନିଜ ସମର୍ଥକଙ୍କ ଗହଣରେ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ବିପକ୍ଷରେ ବିଜେଡିରୁ ପ୍ରଦୀପ ମାଝୀ ଓ କଂଗ୍ରେସରୁ ଭୁଜବଳ ମାଝୀ ଲଢୁଥିବା ବେଳେ ସେମାନେ ପୂର୍ବରୁ ନାମାଙ୍କନ କରିସାରିଛନ୍ତି।

ଆସନ୍ତା ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେବାକୁ ଯାଉଥିବା ବେଳେ କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଭୋଟ ପଡ଼ିବ ।