ରାଜ୍ୟରେ ବନ୍ୟା ସ୍ଥିତି ନାହିଁ : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ସେ କହିଛନ୍ତି ଶୁକ୍ରବାର ସୁଦ୍ଧା ଜଳଭଣ୍ଡାର ସ୍ଥିତି ଠିକ ନ ଥିଲା, ଏବେ ସ୍ଥିତି ଭଲ ଅଛି। ପାହାଡ଼ିଆ ଅଞ୍ଚଳରେ ଫ୍ଲାସ ଫ୍ଲଡ ହୋଇଛ। ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇଛି। ଜଳଭଣ୍ଡାରରେ ପାଣି ବଢ଼ିଛି। ଗତକାଲି ସୁଦ୍ଧା ଜଳଭଣ୍ଡାର ସ୍ଥିତି ଠିକ ନଥିଲା। ଆଗାମୀ ଦୁଇ ଦିନରେ ଯେଉଁ […]

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ସେ କହିଛନ୍ତି ଶୁକ୍ରବାର ସୁଦ୍ଧା ଜଳଭଣ୍ଡାର ସ୍ଥିତି ଠିକ ନ ଥିଲା, ଏବେ ସ୍ଥିତି ଭଲ ଅଛି। ପାହାଡ଼ିଆ ଅଞ୍ଚଳରେ ଫ୍ଲାସ ଫ୍ଲଡ ହୋଇଛ। ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇଛି। ଜଳଭଣ୍ଡାରରେ ପାଣି ବଢ଼ିଛି। ଗତକାଲି ସୁଦ୍ଧା ଜଳଭଣ୍ଡାର ସ୍ଥିତି ଠିକ ନଥିଲା। ଆଗାମୀ ଦୁଇ ଦିନରେ ଯେଉଁ ବର୍ଷା ହେବ, ଜଳଭଣ୍ଡାର ସ୍ଥିତି ଭଲ ହେବ ।

ଜୁନ ୧ରୁ ସବୁଠାରେ ଫ୍ଲଡ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। କାରଣ ମାଲକାନଗିରିର ବହୁତ ସ୍ଥାନରେ ୨ଶହରୁ ୨୨୧ ମିଲିମିଟର ବର୍ଷା ହୋଇଛି। ତେଣୁ ରାସ୍ତା ବୁଡିଛି। ଗତ ବର୍ଷ ବାଲିମେଳା ଜଳଭଣ୍ଡାରରେ ଯାହା ସ୍ଥିତି ଥିଲା, ତାହା ବର୍ଷା ଯୋଗୁଁ ତିନି ଫୁଟ ବଢିଛି । ଇନ୍ଦ୍ରାବତୀରେ ଏବେ ୧୪ପ୍ରତିଶତ ପାଣି ଅଛି। ଗତ ବର୍ଷ ଏହି ସମୟରେ ୨୧ପ୍ରତିଶତ ଥିଲା। ହୀରାକୁଦ ଜଳଭଣ୍ଡାର ସ୍ଥିତି ଭଲ ନାହିଁ। ଏବେ ଵି ୧୧ଫୁଟ ତଳେ ପାଣି ଅଛି। ଆଗାମୀ ଦୁଇ ଦିନରେ ଯେଉଁ ବର୍ଷା ହେବ, ଜଳଭଣ୍ଡାର ସ୍ଥିତି ଭଲ ହେବ ।

ଅନ୍ୟପକ୍ଷେ, ରାଜ୍ୟରେ ବର୍ଷା ସ୍ଥିତି ସମୀକ୍ଷା କରିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଏସ୍‌ଆରସିଙ୍କ ସହ ସେ ସ୍ଥିତି ସମୀକ୍ଷା କରିଛନ୍ତି । ମାଲକାନଗିରିର ତଳିଆ ଅଞ୍ଚଳର କିଛି ପୋଲରେ ପାଣି ପ୍ରବାହିତ ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିଛି ଅଞ୍ଚଳରେ ଘରେ ମଧ୍ୟ ପାଣି ପଶିଛି ବୋଲି ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପାଣି ପଶିଥିବା ସ୍ଥାନମାନଙ୍କରେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଖାଇବା ବ୍ୟବସ୍ଥା ହୋଇଛି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ସହ ବୈଠକ ପରେ ଏସ୍‌ଆରସି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।