ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୦: ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି। କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଛି। ବର୍ଷା ଯୋଗୁ ବୁଢ଼ାବଳଙ୍ଗରେ ପାଣି ବଢ଼ିଛି, ବିପଦ ସଂକେତ ଟପିନି। ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି। ବର୍ଷା କମିବା ଯାଏ ଲୋକମାନେ ଟିକେ ହନ୍ତସନ୍ତ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଖୁବ୍‌ଶ୍ରୀଘ୍ର ବାତ୍ୟା କ୍ଷୟକ୍ଷତି […] The post ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ appeared first on Dharitri Odia News.

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୦: ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି। କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଛି। ବର୍ଷା ଯୋଗୁ ବୁଢ଼ାବଳଙ୍ଗରେ ପାଣି ବଢ଼ିଛି, ବିପଦ ସଂକେତ ଟପିନି। ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି। ବର୍ଷା କମିବା ଯାଏ ଲୋକମାନେ ଟିକେ ହନ୍ତସନ୍ତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଖୁବ୍‌ଶ୍ରୀଘ୍ର ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍‌ ଆସିବେ। ବର୍ତ୍ତମାନ ସୁଦ୍ଧା ୨୨ ଲୋକଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଛି। ଗତକାଲିଠାରୁ ବର୍ଷା ଲାଗିରହିଥିବାରୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ବାତ୍ୟାରେ ଘର ହରାଇଥିବା ପରିବାର ବାତ୍ୟା ଆଶ୍ରୟସ୍ଥଳୀରେ ରହିବ। ଘରର ବିକଳ୍ପ ହେବା ଯାଏ ସେମାନେ ଏଠି ରହିବେ। ଆସନ୍ତା ୭ ଦିନ ମଧ୍ୟରେ ବାତ୍ୟା କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରକୁ ପଠାଯିବ।

The post ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ appeared first on Dharitri Odia News.