ରାଜ୍ୟରେ ବିଜେପି ସରକାର ଗଠନକୁ ୪୮ଘଣ୍ଟା ବିତିଲାଣି, ଏଯାଏଁ ମନ୍ତ୍ରୀଙ୍କୁ ମିଳିନି ବିଭାଗ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବିଜେପି ସରକାର ଗଠନକୁ ୪୮ଘଣ୍ଟା ବିତିଲାଣି। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ଓ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଶପଥ... The post ରାଜ୍ୟରେ ବିଜେପି ସରକାର ଗଠନକୁ ୪୮ଘଣ୍ଟା ବିତିଲାଣି, ଏଯାଏଁ ମନ୍ତ୍ରୀଙ୍କୁ ମିଳିନି ବିଭାଗ appeared first on .

ରାଜ୍ୟରେ ବିଜେପି ସରକାର ଗଠନକୁ ୪୮ଘଣ୍ଟା ବିତିଲାଣି, ଏଯାଏଁ ମନ୍ତ୍ରୀଙ୍କୁ ମିଳିନି ବିଭାଗ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବିଜେପି ସରକାର ଗଠନକୁ ୪୮ଘଣ୍ଟା ବିତିଲାଣି। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ଓ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇସାରିଲେଣି। ପ୍ରଥମ ମନ୍ତ୍ରିପରିଷଦ ବୈଠକ ବସି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଗଲାଣି। ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମରେ ଯୋଗଦେବା ସହ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ବି କଲେଣି । ହେଲେ ଏବେ ସୁଦ୍ଧା ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରୁନାହିଁ। କାହାକୁ କେଉଁ ବିଭାଗ ମିଳିବ, ତାକୁ ନେଇ ରାଜ୍ୟବାସୀଙ୍କ ଉତ୍କଣ୍ଠା ବଢିଚାଲୁଥିବା ବେଳେ ବିଭାଗ ବଣ୍ଟନକୁ ନେଇ ହୋଇପାରୁନାହିଁ ସହମତି । ସେପଟେ ମୁଖ୍ଯମନ୍ତ୍ରୀ କହିଛନ୍ତି, ସଠିକ୍ ସମୟରେ ସଠିକ ପଦକ୍ଷେପ ନିଆଯିବ ।

ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନକୁ ନେଇ ଉତ୍ସାହିତ ବିଜେପି ଶିବିର। ଦୁଇ ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ, ୫ ରାଷ୍ଟମନ୍ତ୍ରୀ ଭବ୍ୟ ସମାରୋହରେ ଶପଥ ନେଇଛନ୍ତି। ଶପଥ ନେବାର ୪୮ଘଣ୍ଟା ପରେ ବି ମନ୍ତ୍ରୀମାନଙ୍କୁ ମିଳିପାରିନି ବିଭାଗ। ବିଭାଗ ବଣ୍ଟନରେ କାହିଁକି ହେଉଛି ବିଳମ୍ବ, ତାକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା। ନୂଆ ସରକାର ଗଠନ ପରେ ମନ୍ତ୍ରୀ ପରିଷଦ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି।

ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ବି କଲେଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହେଲେ ମନ୍ତ୍ରୀମାନଙ୍କ ବିଭାଗ ଅଡ଼ୁଆ ତୁଟୁନାହିଁ। ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇଚ୍ଚ୍ଛୁକ ଥିବା ଜଣାପଡ଼ିଥିବା ବେଳେ ସେ ବି ଅପେକ୍ଷା କରିଛନ୍ତି ବିଭାଗ ପାଇଁ। ରାଜ୍ୟିାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଥିବା ବେଳେ ବିଭାଗ ନେଇ ମୁହଁ ଖୋଲିନାହାନ୍ତି।

ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଓଜନିଆ ବିଭାଗ ଅପେକ୍ଷାରେ ଅଛନ୍ତି। କ୍ୟାବିନେଟରେ ସ୍ଥାନ ପାଇଥିବା ଭେଟେରାନ ନେତା ସୁରେଶ ପୂଜାରୀ ବି ଗୁରୁତ୍ବପୂର୍ଣ୍ଣ ବିଭାଗ ନଜରରେ। କେବଳ କନକ ବର୍ଦ୍ଧନଙ୍କୁ ଛାଡ଼ିଲେ ନୂଆ ମନ୍ତ୍ରୀମଣ୍ଡଳରେ କାହାର ମନ୍ତ୍ରୀତ୍ବର ଅଭିଜ୍ଞତା ନାହିଁ। ତେଣୁ କାହାର କେଉଁ ବିଭାଗରେ ଦକ୍ଷତା ରହିଛି, ତାହା ଜାଣିବାକୁ ସମୟ ଲାଗୁଛି। ଅପରପକ୍ଷରେ ବିଜେପିର କାମ କରୁଥିବା ବିଭିନ୍ନ ଗୋଷ୍ଠୀ ମଧ୍ୟ ନିଜ ଲୋକଙ୍କୁ ଭଲ ବିଭାଗ ଦେବା ପାଇଁ ଚାପ ପ୍ରୟାଗ କରୁଥିବା ଆଲାଚନା ହେଉଛି।

ପୃଥ୍ବୀରାଜ ହରିଚନ୍ଦନ, କୃଷ୍ଣଚନ୍ଦ୍ର ମହାପାତ୍ର, ମୁକେଶ ମହାଲିଙ୍ଗ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, ବିଭୂତି ଯେନା, କୃଷ୍ଣଚନ୍ଦ୍ର ପାତ୍ରଙ୍କ ଭଳି ୮ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ କାହାକୁ ଅର୍ଥ, ରାଜସ୍ବ, ଜଳସେଚନ, କୃଷି ଭଳି ବିଭାଗ ମିଳିବ ତା ଉପରେ ବି ନଜର ରହିଛି। ସେହିପରି ୫ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ମନ୍ତ୍ରୀ ଭାବେ ଶପଥ ନେଇଥିବା ସମ୍ପଦ ସ୍ବାଇଁ, ସୂର୍ଯ୍ୟବଂଶୀ ସୁରଜ, ଗୋକୁଳାନନ୍ଦ ମଲ୍ଲିକ, ପ୍ରଦୀପ ବଳ ସାମନ୍ତ, ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ମଧ୍ୟରୁ ଶିଳ୍ପ, ଶକ୍ତି, କ୍ରୀଡ଼ା ଯୁବ ବ୍ୟାପାର, ଖାଦ୍ୟ ଯୋଗାଣ ବିଭାଗ କାହା ଭାଗ୍ୟରେ ରହିଛି, ତାକୁ ନେଇ ସମସ୍ତେ ସନ୍ଦୀହାନ।

ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଇଚ୍ଛାଧୀନ ବ୍ୟାପାର। ହେଲେ ଏହା ବିଳମ୍ବ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନିଜ ଇଚ୍ଛାରେ ଦାୟିତ୍ବ ଦେଉଛନ୍ତି ନା ଦଳର ଭିନ୍ନ ଭିନ୍ନ ଲବିକୁ ଗୁରୁତ୍ବ ଦେଉଛନ୍ତି ନା କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛନ୍ତି, ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି।

The post ରାଜ୍ୟରେ ବିଜେପି ସରକାର ଗଠନକୁ ୪୮ଘଣ୍ଟା ବିତିଲାଣି, ଏଯାଏଁ ମନ୍ତ୍ରୀଙ୍କୁ ମିଳିନି ବିଭାଗ appeared first on .