ରାଜ୍ୟରେ ବଢ଼ିଚାଲିଛି ଦୁର୍ଘଟଣା । ପ୍ରତ୍ୟେକ ଦିନ ଯାଉଛି ପ୍ରାୟ ୧୪ ଜୀବନ । ଦୁର୍ଘଟଣା ବୃଦ୍ଧିର କାରଣ?

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଡକ ଦୁର୍ଘଟଣା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ରବିବାର ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ୭ ଜଣଙ୍କ ଜୀବନ ନେଇଛି । ତେବେ ଜାନୁଆରୀରୁ ଜୁନ ମଧ୍ୟରେ ମୃତ୍ୟୁକୁ ନେଇ ପରିବହନ ବିଭାଗ ଯେଉଁ ତଥ୍ୟ ରଖିଛି ତାହା ଉଦବେଗଜନକ । ରାଜ୍ୟରେ ବଢ଼ିଚାଲିଛି ଦୁର୍ଘଟଣା ପ୍ରତ୍ୟେକ ଦିନ ଯାଉଛି ପ୍ରାୟ ୧୪ ଜୀବନ ନଭେମ୍ବର ୭ ତାରିଖରେ ସୁନ୍ଦରଗଡରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଥିଲା । ସଡକ ଦୁର୍ଘଟଣାରେ ସ୍ତ୍ରୀ, ଛୋଟ ଝିଅ ଆଗରେ ବାପାର ଜୀବନ ଚାଲିଯାଇଥିଲା । ସଡ଼କ ଦୁର୍ଘଟଣା କୁନି ଛୁଆକୁ ବାପା ଛେଉଣ୍ତ କରିଦେଇଛି। କେବଳ ଏହି ଘଟଣା ନୁହେଁ,  ଗତ କିଛି ଦିନ ମଧ୍ୟରେ ସଡକ ଦୁର୍ଘଟଣାରେ ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢାଇଛି । ପରିବହନ ବିଭାଗର ତଥ୍ୟ ଅନୁସାରେ ଦୁର୍ଘଟଣାରେ... ଜାନୁଆରୀରୁ ଜୁନ ମଧ୍ୟରେ ଯାଇଛି ୩୧୯୮ ଜୀବନ ୫,୭୩୫ ହୋଇଛନ୍ତି ଆହତ ପୂର୍ବବର୍ଷ ତୁଳନାରେ ଦୁର୍ଘଟଣା ୭% ବୃଦ୍ଧି ସୁନ୍ଦରଗଡ଼ରେ ସର୍ବାଧିକ ଦୁର୍ଘଟଣା ରେକର୍ଡ ୬ ମାସରେ ସୁନ୍ଦରଗଡ଼ରେ ୨୫୪ ସଡ଼କ ଦୁର୍ଘଟଣା ୧୨ ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁ ଚିନ୍ତାଜନକ  ଦୁର୍ଘଟଣା ବୃଦ୍ଧିର କାରଣ? ଦ୍ରୁତଗତିରେ ଗାଡି ଚାଳନା ଓଭରଲୋଡିଂ, ଅତ୍ୟଧିକ ମଦ୍ୟପାନ ଭୁଲ ରାସ୍ତାରେ ଯିବା ଭୁଲ ପାର୍କିଂ ଯୋଗୁଁ ରାସ୍ତା ସଙ୍କୁଚିତ ହେବା ଏହାଛଡା ନିୟମିତ ଟ୍ରାଫିକ ଚେକିଂର ଅଭାବ ବି ଦୁର୍ଘଟଣାର କାରଣ ବୋଲି କୁହାଯ

ରାଜ୍ୟରେ ବଢ଼ିଚାଲିଛି ଦୁର୍ଘଟଣା । ପ୍ରତ୍ୟେକ ଦିନ ଯାଉଛି ପ୍ରାୟ ୧୪ ଜୀବନ । ଦୁର୍ଘଟଣା ବୃଦ୍ଧିର କାରଣ?

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଡକ ଦୁର୍ଘଟଣା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ରବିବାର ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ୭ ଜଣଙ୍କ ଜୀବନ ନେଇଛି । ତେବେ ଜାନୁଆରୀରୁ ଜୁନ ମଧ୍ୟରେ ମୃତ୍ୟୁକୁ ନେଇ ପରିବହନ ବିଭାଗ ଯେଉଁ ତଥ୍ୟ ରଖିଛି ତାହା ଉଦବେଗଜନକ ।

  • ରାଜ୍ୟରେ ବଢ଼ିଚାଲିଛି ଦୁର୍ଘଟଣା
  • ପ୍ରତ୍ୟେକ ଦିନ ଯାଉଛି ପ୍ରାୟ ୧୪ ଜୀବନ

ନଭେମ୍ବର ୭ ତାରିଖରେ ସୁନ୍ଦରଗଡରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଥିଲା । ସଡକ ଦୁର୍ଘଟଣାରେ ସ୍ତ୍ରୀ, ଛୋଟ ଝିଅ ଆଗରେ ବାପାର ଜୀବନ ଚାଲିଯାଇଥିଲା । ସଡ଼କ ଦୁର୍ଘଟଣା କୁନି ଛୁଆକୁ ବାପା ଛେଉଣ୍ତ କରିଦେଇଛି। କେବଳ ଏହି ଘଟଣା ନୁହେଁ,  ଗତ କିଛି ଦିନ ମଧ୍ୟରେ ସଡକ ଦୁର୍ଘଟଣାରେ ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢାଇଛି । ପରିବହନ ବିଭାଗର ତଥ୍ୟ ଅନୁସାରେ ଦୁର୍ଘଟଣାରେ...

  • ଜାନୁଆରୀରୁ ଜୁନ ମଧ୍ୟରେ ଯାଇଛି ୩୧୯୮ ଜୀବନ
  • ୫,୭୩୫ ହୋଇଛନ୍ତି ଆହତ
  • ପୂର୍ବବର୍ଷ ତୁଳନାରେ ଦୁର୍ଘଟଣା ୭% ବୃଦ୍ଧି
  • ସୁନ୍ଦରଗଡ଼ରେ ସର୍ବାଧିକ ଦୁର୍ଘଟଣା ରେକର୍ଡ
  • ୬ ମାସରେ ସୁନ୍ଦରଗଡ଼ରେ ୨୫୪ ସଡ଼କ ଦୁର୍ଘଟଣା
  • ୧୨ ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁ ଚିନ୍ତାଜନକ 

ଦୁର୍ଘଟଣା ବୃଦ୍ଧିର କାରଣ?

  • ଦ୍ରୁତଗତିରେ ଗାଡି ଚାଳନା
  • ଓଭରଲୋଡିଂ, ଅତ୍ୟଧିକ ମଦ୍ୟପାନ
  • ଭୁଲ ରାସ୍ତାରେ ଯିବା
  • ଭୁଲ ପାର୍କିଂ ଯୋଗୁଁ ରାସ୍ତା ସଙ୍କୁଚିତ ହେବା

ଏହାଛଡା ନିୟମିତ ଟ୍ରାଫିକ ଚେକିଂର ଅଭାବ ବି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି ।  ସଡକ ଦୁର୍ଘଟଣା ରୋକିବାକୁ ବିଶେଷଜ୍ଞ ପରାମର୍ଶ ବି ଦେଇଛନ୍ତି

କେମିତି କମିବ ଦୁର୍ଘଟଣା? 

  • ଆଧୁନିକ କୌଶଳର ବ୍ୟବହାର
  • ପ୍ରତ୍ୟେକ ୫ କିମି ବ୍ୟବଧାନରେ ସିସିଟିଭି ଲଗାଇବା
  • କଣ୍ଟ୍ରୋଲ ରୁମକୁ ସକ୍ରିୟ ରଖିବା
  • ଟ୍ରାଫିକ ପୁଲିସଙ୍କୁ ସ୍ବତନ୍ତ୍ର ତାଲିମ ଦେବା
  • ଟ୍ରାଫିକ ସମ୍ପର୍କିତ ନିୟମ କାନୁନକୁ ଲୋକଙ୍କ ପାଖରେ ପହଞ୍ଚାଇବା 

ରାଜ୍ୟରେ ଗତ କିଛି ଦିନ ମଧ୍ୟରେ ସଡକ ଦୁର୍ଘଟଣା ବଢିଛି । କାଲି ଆଇଆଇଟି, ମାଡ୍ରାସ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ପାଇଁ  ଶହେ କୋଟି ଟଙ୍କାର ବୁଝାମଣା ସ୍ବାକ୍ଷର ହେବ । ଏହା ସଡକ ଦୁର୍ଘଟଣା ରୋକିବାରେ ସହାୟକ ହେବା ଆଶା କରାଯାଉଛି ।