ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ,ପ୍ରମାଣପତ୍ର ନଥିଲେ ଫେରିବେ ସ୍ୱଦେଶ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ବାଂଲାଦେଶରେ ହିଂସା ହେବା ପରେ ସେଠାରେ ଅଶାନ୍ତିର ବାତାବରଣ ଖେଲିଯାଉଛି। ତେଣୁ ଶହ ଶହ ବାଂଲାଦେଶୀ ଜଳପଥରେ ଓଡ଼ିଶାକୁ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଜଳପଥରେ ସେମାନେ ଏକାଧିକ ବୋଟ୍‌‌ ଭଡ଼ା କରୁଥିବା ସୂଚନା ମିଳିବା ପରେ ମେରାଇନ୍‌‌ ଥାନା ପାଟ୍ରୋଲିଂକୁ ଶନିବାର ଜୋରଦାର କରିଛି। ଆହୁରି ମଧ୍ୟ ସ୍ଥଳପଥରେ ବାଂଲାଦେଶୀ ସୀମାରେ ହଜାର ହଜାର ହିନ୍ଦୁ ଭାରତକୁ ପ୍ରବେଶ କରିବା ପାଇଁ ଭିଡ଼ ଜମାଇଛନ୍ତି। ଏହାରି ମଧ୍ୟରେ ରାଜ୍ୟ ଆଇନ୍‌‌ ମନ୍ତ୍ରୀ ପୃଥ୍ୱୀରାଜ […]

ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ,ପ୍ରମାଣପତ୍ର ନଥିଲେ ଫେରିବେ ସ୍ୱଦେଶ : ଆଇନ ମନ୍ତ୍ରୀ
Illegal Bangladeshi immigrants to be identified, says Minister Prithviraj Harichandan

ଭୁବନେଶ୍ୱର : ବାଂଲାଦେଶରେ ହିଂସା ହେବା ପରେ ସେଠାରେ ଅଶାନ୍ତିର ବାତାବରଣ ଖେଲିଯାଉଛି। ତେଣୁ ଶହ ଶହ ବାଂଲାଦେଶୀ ଜଳପଥରେ ଓଡ଼ିଶାକୁ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଜଳପଥରେ ସେମାନେ ଏକାଧିକ ବୋଟ୍‌‌ ଭଡ଼ା କରୁଥିବା ସୂଚନା ମିଳିବା ପରେ ମେରାଇନ୍‌‌ ଥାନା ପାଟ୍ରୋଲିଂକୁ ଶନିବାର ଜୋରଦାର କରିଛି। ଆହୁରି ମଧ୍ୟ ସ୍ଥଳପଥରେ ବାଂଲାଦେଶୀ ସୀମାରେ ହଜାର ହଜାର ହିନ୍ଦୁ ଭାରତକୁ ପ୍ରବେଶ କରିବା ପାଇଁ ଭିଡ଼ ଜମାଇଛନ୍ତି। ଏହାରି ମଧ୍ୟରେ ରାଜ୍ୟ ଆଇନ୍‌‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ। ଯଦି କେହି ବିନା ଡକ୍ୟୁମେଣ୍ଟରେ ରହୁଥାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସେହିପରି ଓଡ଼ିଶାରେ ବିଭିନ୍ନ କାମ କରୁଥିବା ଶ୍ରମିକ ଓ ବୁଲା ବିକାଳୀଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ । ଯେଉଁମାନଙ୍କ ପାଖରେ ପରିଚୟପତ୍ର ନଥିବ ସେମାନଙ୍କୁ ସ୍ବଦେଶ ଫେରାଇଦିଆଯିବ।ଯେଉଁମାନେ ପୂର୍ବରୁ ଶରଣାର୍ଥୀ ହୋଇ ଆସିଛନ୍ତି, CAA ଆଇନ୍‌ ପ୍ରାବଧାନ ଅନୁଯାୟୀ ସେମାନଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇ ଦିଆଯିବ।

ତେବେ ଏହି ବାଂଲାଦେଶୀଙ୍କୁ କିଭଳି ଚିହ୍ନଟ କରାଯିବ ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। କାରଣ ରାଜ୍ୟ ସରକାରଙ୍କ ନିକଟରେ ଯେତିକି ତଥ୍ୟ ଅଛି, ତାହାଠୁ ୧୦ ଗୁଣା ବାଂଲାଦେଶୀ ରାଜ୍ୟରେ ଅନୁପ୍ରବେଶ କରି ଅଛନ୍ତି। କିଏ ଫେରିବାଲା ହୋଇ ସହରରେ ବୁଲୁଥିବା ବେଳେ ଆଉ କିଏ ବସ୍ତି ଅଞ୍ଚଳରେ ଶରଣ ନେଇଛନ୍ତି। ବଡ଼କଥା ହେଲା, ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌‌-୩ରେ ଶତାଧିକ ବାଂଲାଦେଶୀ ଘର କରି ରହୁଛନ୍ତି। ସେମାନଙ୍କୁ କେବେ ବି ଚିହ୍ନଟ କରାଯାଉନାହିଁ। ସେମାନେ ଏଠାରେ ରହିବା ପରେ ବିଭିନ୍ନ ଅପରାଧରେ ଜଡ଼ିତ ହେଉଛନ୍ତି। ଅଧିକାଂଶ ବାଂଲାଦେଶୀ ରାଜ୍ୟକୁ ପ୍ରବେଶ କରିବା ପରେ ନକଲି ପରିଚୟପତ୍ର କରି ରହୁଛନ୍ତି। ଏଠାକୁ ଆସି ସେମାନେ ବିଭିନ୍ନ ଅପରାଧରେ ଲିପ୍ତ ରହୁଛନ୍ତି।

ବିଧାନସଭାରେ ରଖାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବାଂଲାଦେଶୀ ଅନୁପ୍ରେବେଶଙ୍କ ତଥ୍ୟ ମିଳିଥିଲା। ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୫୭ହଜାର ୪୩୨ ଜଣ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି। ମାଲକାନଗିରିରେ ସର୍ବାଧିକ ୧ଲକ୍ଷ ୪ହଜାର ୨୩୩ ଜଣ, ନବରଙ୍ଗପୁରରେ ୪୬, ୮୪୮ ଜଣ ରହିଛନ୍ତି। ସେହିଭଳି କେନ୍ଦ୍ରାପଡ଼ାରେ ୪୪୧, ଖୋର୍ଦ୍ଧାରେ ୪୬୫୩, ଯାଜପୁରରେ ୩୭୯, କଳହାଣ୍ଡିରେ ୯୦, ବାଲେଶ୍ୱରରେ ୭୫, ଅନୁଗୁଳରେ ୧୫, କୋରାପୁଟରେ ୧୯୪, ରାୟଗଡ଼ାରେ ୩୦୪ ଜଣ ରହିଛନ୍ତି। ଏହାବ୍ୟତୀତ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଆସିଛନ୍ତି। କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୪୯ ଓ ଜଗତସିଂହପୁରରେ ୧୧୧୨ ଜଣ ରହିଛନ୍ତି। ସେହିଭଳି ନବରଙ୍ଗପୁରରେ ୧୦୬, ମାଲକାନଗିରିରେ ୬୫୫, ଖୋର୍ଦ୍ଧାରେ ୧୭, ଭଦ୍ରକରେ ୧୯୯, ବରଗଡ଼ରେ ୨ ଜଣ ଅନୁପ୍ରବେଶକାରୀ ରହିଥିବା ମନ୍ତ୍ରୀ କହିଛନ୍ତି।

ଅନ୍ୟପଟରେ ବେଆଇନ୍‌‌ ଭାବେ ଆସି ରହୁଥିବା ବାଂଲାଦେଶୀଙ୍କ ତଥ୍ୟ ନଥିବାରୁ ସେମାନେ ଏଠାରେ ଅପରାଧ ଘଟାଇବାକୁ ସାହସ କରୁଛନ୍ତି। କାରଣ ଓଡ଼ିଶାରେ ହେଉଥିବା ଏକାଧିକ ଅପରାଧି ବାଂଲାଦେଶୀ ହୋଇଥିବା ଜଣାପଡ଼ିଛି। ସେମାନେ ଜଳପଥରେ ଏବଂ ସୀମାପାର ହୋଇ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। କେଉଁବାଟ ଦେଇ ଗଲେ ଓଡ଼ିଶାରେ ପହଞ୍ଚିବେ ତାହା ସବୁ ବାଟ ସେମାନଙ୍କୁ ଜଣା। ଏପରିକି କିଛି ଲୋକ ମଧ୍ୟ ଟଙ୍କା ନେଇ ବୋଟ୍‌‌ ସାହାର୍ଯ୍ୟରେ ବଂଲାଦେଶୀଙ୍କୁ ଓଡ଼ିଶାରେ ଛାଡୁଛନ୍ତି। ସେମାନେ ଏଠାକୁ ଆସି ଅପରାଧ ଘଟାଇବା ପରେ ପୁଣି ବାଂଲାଦେଶୀ ପଳାଉଛନ୍ତି। ଫଳରେ ସେମାନଙ୍କୁ ଗିରଫ କରିବା ଓଡ଼ିଶା ପୁଲିସ ପକ୍ଷରୁ କଷ୍ଟସାଧ୍ୟ ହେଉଛି। ଯେଉଁଥି ପାଇଁ କ୍ରାଇମ୍‌‌ବ୍ରାଞ୍ଚ ଏବଂ ପୁଲିସର ଚିନ୍ତାର କାରଣ ପାଲଟିଛି। ସେମାନେ ଏଟିଏମ୍‌‌ ଲୁଟ୍‌‌ ଠାରୁ ଆରମ୍ଭ କରି ବ୍ରାଉନ୍‌‌ସୁଗର ବେପାର ଏବଂ ସେକ୍ସ ରାକେଟ୍‌‌ କାରବାରେ ଲିପ୍ତ ରହୁଛନ୍ତି। ବିଶେଷକରି ରାଜଧାନୀରେ ହେଉଥିବା ଚୋରି ଗାଡ଼ିକୁ ୟୁନିଟ୍‌‌-୩ ଅଞ୍ଚଳରେ କାଟି ଏହାକୁ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ଏହି ବାଂଲାଦେଶୀଙ୍କ ପାଇଁ ସରକାରଙ୍କ ଚିନ୍ତା ବଢ଼଼ିବାରୁ ସାମୁଦ୍ରିକ ଥାନାକୁ ହାଇଆର୍ଲଟରେ ରଖାଯାଇଛି।